ମହାକାଶ ଯିବେ ଭାରତରେ ଜନ୍ମିତ ଶିରିଶା ବାନ୍ଦଲା, ଜାଣନ୍ତୁ ତାଙ୍କ ସମ୍ପର୍କରେ ରୋଚକ ତଥ୍ୟ

ନୂଆଦିଲ୍ଲୀ: ଭର୍ଜିନ୍ ଗାଲାକ୍ଟିକର ମାଲିକ ତଥା ଶିଳ୍ପପତି ରିଚାର୍ଡ ବ୍ରାନସନ ତାଙ୍କର ପ୍ରଥମ ମହାକାଶ ଯାତ୍ରା ସମ୍ପର୍କରେ ଘୋଷଣା କରିଛନ୍ତି। ରିଚାର୍ଡ ଜୁଲାଇ ୧୧ ତାରିଖରେ ମହାକାଶ ଯାତ୍ରା ଆରମ୍ଭ କରିବେ। ତେବେ ତାଙ୍କ ସହ ଏହି ମହାକାଶ ଯାତ୍ରାରେ ଜଣେ ଭାରତୀୟ ଝିଅ ମଧ୍ୟ ରହିବେ। ଭାରତରେ ଜନ୍ମ ଗ୍ରହଣ କରିଥିବା ଶିରିଶା ବାନ୍ଦଲା ଜୁନ୍‌ ୧୧ରେ ମହାକାଶ ଯାତ୍ରା କରିବେ। ଶିରିଶା ଭର୍ଜିନ ଗାଲାକ୍ଟିକ୍ କମ୍ପାନୀରେ ସରକାରୀ ବ୍ୟାପାର ଓ ରିସର୍ଚ୍ଚ ଅପରେସନ ବିଭାଗର […]

Sirisha

Hemant Lenka
  • Published: Friday, 02 July 2021
  • , Updated: 02 July 2021, 05:14 PM IST

ନୂଆଦିଲ୍ଲୀ: ଭର୍ଜିନ୍ ଗାଲାକ୍ଟିକର ମାଲିକ ତଥା ଶିଳ୍ପପତି ରିଚାର୍ଡ ବ୍ରାନସନ ତାଙ୍କର ପ୍ରଥମ ମହାକାଶ ଯାତ୍ରା ସମ୍ପର୍କରେ ଘୋଷଣା କରିଛନ୍ତି। ରିଚାର୍ଡ ଜୁଲାଇ ୧୧ ତାରିଖରେ ମହାକାଶ ଯାତ୍ରା ଆରମ୍ଭ କରିବେ। ତେବେ ତାଙ୍କ ସହ ଏହି ମହାକାଶ ଯାତ୍ରାରେ ଜଣେ ଭାରତୀୟ ଝିଅ ମଧ୍ୟ ରହିବେ।

ଭାରତରେ ଜନ୍ମ ଗ୍ରହଣ କରିଥିବା ଶିରିଶା ବାନ୍ଦଲା ଜୁନ୍‌ ୧୧ରେ ମହାକାଶ ଯାତ୍ରା କରିବେ। ଶିରିଶା ଭର୍ଜିନ ଗାଲାକ୍ଟିକ୍ କମ୍ପାନୀରେ ସରକାରୀ ବ୍ୟାପାର ଓ ରିସର୍ଚ୍ଚ ଅପରେସନ ବିଭାଗର ଉପସଭାପତି ଭାବେ କାର୍ଯ୍ୟ କରନ୍ତି। ବ୍ରାନସନଙ୍କ ମହାକାଶ ଯାଉଥିବା ଅନ୍ୟ ୫ ଜଣ ସଦସ୍ୟଙ୍କ ମଧ୍ୟରେ ଶିରିଶା ରହିଛନ୍ତି।

ଶିରିଶା ଭାରତରେ ଜନ୍ମ ହୋଇଥିଲେ ହେଁ ଆମେରିକା ନାଗରିକ। ସେ ଭାରତରେ ଜନ୍ମିତ ଦ୍ୱିତୀୟ ମହିଳା ଭାବେ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ ପ୍ରଥମ ଭାରତୀୟ ଝିଅ ଭାବେ କଳ୍ପନା ଚାୱଲା ମହାକାଶ ଯାତ୍ରା କରିଥିଲେ। ହେଲେ ସ୍ପେସ୍ ସଟଲ କଲମ୍ବିଆ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ।

ଶିରିଶା ବାନ୍ଦଲା ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମ ଗ୍ରହଣ କରିଛନ୍ତି। ସେ ୨୦୧୫ ମସିହାରେ ସରକାରୀ ବ୍ୟାପାର ମ୍ୟାନେଜର ଭାବେ ଭର୍ଜିନ ଗାଲାକ୍ଟିକରେ ଯୋଗ ଦେଇଥିଲେ। ଏହା ପରେ ସେ ଆଉ ପଛକୁ ଫେରିନାହାନ୍ତି। ନିଜର ପରିଶ୍ରମ ବଳରେ ସେ କମ୍ପାନୀର ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ହୋଇଛନ୍ତି।

[caption id="" align="aligncenter" width="1200"] ଏହି ସଦସ୍ୟମାନେ ମହାକାଶ ଯିବେ[/caption]

ଶିରିଶା ୱାଶିଂଟନ ଅପରେସନର ଭର୍ଜିନ୍ ଅରବିଟ ଦାୟିତ୍ୱରେ ରହିଛନ୍ତି। ଉକ୍ତ ସଂସ୍ଥା ନିକଟରେ ବୋଇଙ୍ଗ ୭୪୭ ବିମାନ ସାହାଯ୍ୟରେ ମହାକାଶକୁ ଏକ ଉପଗ୍ରହ ଉତକ୍ଷେପଣ କରିଥିଲା। Georgetown ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିବା ଶିରିଶା Purdue Universityରୁ ଗ୍ରାଜ୍ୟୁଏଟ ହୋଇଥିଲେ।

ଶିରିଶାଙ୍କ ସମ୍ପର୍କୀୟ ରାମାରାଓ କାନ୍ନେଗାଣ୍ଟି କହିଛନ୍ତି, “ଆମ ପାଇଁ ସବୁଠାରୁ ବଡ଼ ଓ ଗର୍ବର କଥା ହେଉଛି ଯେ ସିରିଶା ରିଚାର୍ଡଙ୍କ ସହ ମହାକାଶକୁ ଯାଉଛନ୍ତି। ଆମେ ତାଙ୍କର ସୁରକ୍ଷିତ ଯାତ୍ରା କାମନା କରୁଛୁ।”

ସୂଚନା ଅନୁଯାୟୀ, ଭର୍ଜିନ ଗାଲାକ୍ଟିକର ରିଚାର୍ଡଙ୍କ ମହାକାଶ ଗସ୍ତର ୯ ଦିନ ପରେ ଆମାଜନର ଜେଫ୍ ବେଜୋସଙ୍କ ମହାକାଶ ଯାତ୍ରା କରିବାକୁ ଯୋଜନା କରିଛନ୍ତି। ଭର୍ଜିନ ଗାଲକ୍ଟିକ ଗୁରୁବାର ସନ୍ଧ୍ୟାରେ ଘୋଷଣା କରିଛି ଯେ ଏହାର ପରବର୍ତ୍ତୀ ମହାକାଶ ବିମାନ ଜୁଲାଇ ୧୧ରେ ଉଡ଼ାଣ ଭରିବ। ଏଥିରେ କମ୍ପାନୀର ପ୍ରତିଷ୍ଠାତାଙ୍କ ସହ ମୋଟ ୬ ଜଣ ରହିବେ। ଏହି ମହାକାଶଯାନ ନ୍ୟୁ ମେକ୍ସିକୋରୁ ଉଡ଼ାଣ ଭରିବ। ଏହା ଭର୍ଜିନ୍ ଗାଲାକ୍ଟିକର ମହାକାଶକୁ ଚତୁର୍ଥ ବିମାନ ହେବ।

Related story