ଡରାଇଲାଣି କରୋନା ସଂକ୍ରମଣ: ପ୍ରଧାନମନ୍ତ୍ରୀଙ୍କ ଅଫିସରେ ଜରୁରୀ ବୈଠକ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରର କିଛି ଅଞ୍ଚଳରେ ପୁଣିଥରେ ଲକଡାଉନ ଲାଗୁ କରାଯାଇଛି। ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସରେ ଜରୁରୀ ବୈଠକ ବସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ […]

corona.jpg1

corona.jpg1

Hemant Lenka
  • Published: Tuesday, 23 February 2021
  • Updated: 23 February 2021, 05:33 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ କେରଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି। ସ୍ଥିତି ଏପରି ହୋଇଛି ଯେ ମହାରାଷ୍ଟ୍ରର କିଛି ଅଞ୍ଚଳରେ ପୁଣିଥରେ ଲକଡାଉନ ଲାଗୁ କରାଯାଇଛି।

ଏସବୁ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସରେ ଜରୁରୀ ବୈଠକ ବସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଛନ୍ତି। ବୈଠକରେ ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ, ତା’ ଉପରେ ଆଲୋଚନା ଚାଲିଛି। ସେହିପରି କରୋନା ସ୍ଥିତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

ବୈଠକ ପରେ ରାଜ୍ୟଗୁଡ଼ିକ ସହ ମଧ୍ୟ ଆଲୋଚନା କରାଯିବ। ଏପରି କି ଦରକାର ପଡ଼ିଲେ ପୁଣିଥରେ ଦେଶରେ ଲକଡାଉନ ଭଳି କଟକଣା ଲାଗୁ କରାଯିବ କି ନାହିଁ, ତା’ ଉପରେ ମାନସମନ୍ଥନ ଚାଲିଛି। ମହାରାଷ୍ଟ୍ର କୋଭିଡ ଟାକ୍ସ ଫୋର୍ସ ସଦସ୍ୟ ଡା ଶଶାଙ୍କ ଯୋଶୀ କହିଛନ୍ତି, ଦେଶରେ ବର୍ତ୍ତମାନ ୨୪୦ ପ୍ରକାରର କରୋନା ଷ୍ଟ୍ରେନ ଦେଖିବାକୁ ମିଳିଛି। ଏହି ନୂଆ ଷ୍ଟ୍ରେନ ହିଁ କରୋନା ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ। ତେଣୁ ଆମକୁ ଏହାକୁ ରୋକିବା ପାଇଁ କଟକଣା ଲାଗୁ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଆଜି ପ୍ରଧାନମନ୍ତ୍ରୀଙ୍କ ଅଫିସରେ ବସିଥିବା ବୈଠକରେ କରୋନାର ନୂଆ ଷ୍ଟ୍ରେନ ଉପରେ କେମିତି ରୋକ ଲଗାଯିବ, ତା’ ଉପରେ ବିସ୍ତୃତ ଆଲୋଚନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos