ରାଜଧାନୀରେ ଚାଞ୍ଚଲ୍ୟ: କାର ଭିତରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ୩ ଜଣଙ୍କୁ ବାନ୍ଧିଲା ପୁଲିସ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ଝିଅଙ୍କୁ କାର ଭିତରେ ଗଣଦୁଷ୍କର୍ମ କରାଯାଇଛି। ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଜୁଲାଇ ୬ରେ ଘଟଣା ଘଟିଥିବା ବେଳେ ପୀଡ଼ିତାଙ୍କ ପକ୍ଷରୁ ୮ ତାରିଖରେ ଅଭିଯୋଗ କରାଯାଇଥିଲା। ପୁଲିସ୍‌ ଏହାର ତଦନ୍ତ କରି ଏବେ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ପୁଲିସ୍‌ କହିଛି ଯେ ଅଭିଯୋଗକୁ ଭିତ୍ତି […]

stop-Rape

Hemant Lenka
  • Published: Friday, 15 July 2022
  • , Updated: 15 July 2022, 05:39 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୧୬ ବର୍ଷୀୟ ଝିଅଙ୍କୁ କାର ଭିତରେ ଗଣଦୁଷ୍କର୍ମ କରାଯାଇଛି। ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଜୁଲାଇ ୬ରେ ଘଟଣା ଘଟିଥିବା ବେଳେ ପୀଡ଼ିତାଙ୍କ ପକ୍ଷରୁ ୮ ତାରିଖରେ ଅଭିଯୋଗ କରାଯାଇଥିଲା। ପୁଲିସ୍‌ ଏହାର ତଦନ୍ତ କରି ଏବେ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ପୁଲିସ୍‌ କହିଛି ଯେ ଅଭିଯୋଗକୁ ଭିତ୍ତି କରି ଗିରଫ ହୋଇଥିବା ୩ ଯୁବକଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଓ ପକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଗିରଫ ୩ ଅଭିଯୁକ୍ତଙ୍କ ବୟସ ୨୩, ୨୫ ଓ ୩୫। ଜୁଲାଇ ୬ ତାରିଖ ରାତି ପ୍ରାୟ ୮.୩୦ରେ ନାବାଳିକା ଜଣଙ୍କ ୩ ଅଭିଯୁକ୍ତଙ୍କ ସହ କାରରେ ବୁଲିବା ପାଇଁ ଯାଇଥିଲେ। ଏହି ସମୟରେ ସେମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ତେବେ ପୁଲିସ୍‌ ପାଖରେ ଏନେଇ କୌଣସି ଅଭିଯୋଗ ଘଟଣା ଦିନ ପହଞ୍ଚି ନଥିଲା। ଜୁଲାଇ ୮ ତାରିଖ ଭୋର ୪ଟାରେ ଏସଜେ ହସ୍ପିଟାଲ ପକ୍ଷରୁ ପିସିଆରକୁ ଗୋଟିଏ କଲ ଯାଇଥିଲା। ଏହି ସମୟରେ ହସ୍ପିଟାଲ ପକ୍ଷରୁ ଜଣେ ନାବାଳିକ ଗଣଦୁଷ୍କର୍ମର ଶିକାର ହୋଇଥିବା ପୁଲିସ୍‌କୁ କୁହାଯାଇଥିଲା। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବିଶେଷଜ୍ଞ ଟିମ ଜରିଆରେ ପୀଡ଼ିତାଙ୍କୁ ପଚରାଉଚରା କରିଥିଲା।

ଏହି ସମୟରେ ସେ ପୂରା ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଜୁଲାଇ ୬ ତାରିଖ ସନ୍ଧ୍ୟାରେ ନାବାଳିକା ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ଘରୁ ଫେରୁଥିଲେ। ଏହି ସମୟରେ ବସନ୍ତ ବିହାର ମାର୍କେଟ ନିକଟରେ ପ୍ରଥମେ ୨ ଜଣ ଅଭିଯୁକ୍ତଙ୍କୁ ଭେଟିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନାବାଳିକାଙ୍କ ବନ୍ଧୁ। ସେମାନେ କିଛି ସମୟ ମାର୍କେଟରେ ବୁଲିବା ପରେ ଦୁଇ ଅଭିଯୁକ୍ତ ତାଙ୍କର ଆଉ ଜଣେ ସାଙ୍ଗଙ୍କୁ ଫୋନ କରି ଡାକିଥିଲେ। ସେ ଗୋଟିଏ କାର ଧରି ସେଠାରେ ପହଞ୍ଚିବା ପରେ ସମସ୍ତେ ମହିପାଲପୁର ଯାଇଥିଲେ। ସେଠାରେ ୩ ଅଭିଯୁକ୍ତ ମଦ କିଣିଥିଲେ। ମୃଦ ପାନୀୟ ନାଁରେ ନାବାଳିକାଙ୍କୁ ମଧ୍ୟ ନିଶା ପିଆଇ ଦେଇଥିଲେ। ଏହାପରେ ସେମାନେ କାର ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ ମାଡ଼ ମାରିଥିଲେ। ଏପରି କି ପୂରା ଘଟଣା ଭିଡିଓ ମଧ୍ୟ କରିଥିଲେ।

ଗଣଦୁଷ୍କର୍ମ ପରେ ସେମାନେ ପୂରା ସହରରେ ପୀଡ଼ତାଙ୍କୁ ବୁଲାଇଥିଲେ। ଶେଷରେ ତାଙ୍କୁ ବସନ୍ତ ବିହାର ମାର୍କେଟ ନିକଟରେ ଛାଡ଼ି ଫେରାର ହୋଇଯାଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ପରେ ତାଙ୍କ ଘର ପାଖରେ ରହୁଥିବା ୩ ଜଣଙ୍କୁ ଯୁବକୁ ପୁଲିସ୍ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

Related story