ଏମଜେ ଆକବର ବନାମ ପ୍ରିୟା ରମାନି: ୧୭କୁ ଘୁଞ୍ଚିଲା ରାୟ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାମ୍ବାଦିକ ଏମଜେ ଆକବର ସାମ୍ବାଦିକ ପ୍ରିୟା ରମାନିଙ୍କ ବିରୋଧରେ ରୁଜୁ କରିଥିବା ଅପରାଧିକ ମାନହାନୀ ମାମଲାର ରାୟ ପ୍ରକାଶ ତାରିଖକୁ ଦିଲ୍ଲୀର ଗୋଟିଏ କୋର୍ଟ ଫେବୃଆରୀ ୧୭ ଯାଏ ଘୁଞ୍ଚାଇ ଦେଇଛନ୍ତି। ବୁଧବାର ଶୁଣାଣି ବେଳେ ମାମଲାକୁ ସ୍ଥଗିତ ରଖି କୋର୍ଟ ଉଭୟ ପକ୍ଷର ଲିଖିତ ଜବାବ ମିଳିଥିବା କହିଛନ୍ତି। ତେଣୁ ୧୭ ତାରିଖରେ କୋର୍ଟ କି ରାୟ ଦେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଦୁଇ ବର୍ଷ ତଳେ […]

akbar

Hemant Lenka
  • Published: Wednesday, 10 February 2021
  • , Updated: 10 February 2021, 06:05 PM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାମ୍ବାଦିକ ଏମଜେ ଆକବର ସାମ୍ବାଦିକ ପ୍ରିୟା ରମାନିଙ୍କ ବିରୋଧରେ ରୁଜୁ କରିଥିବା ଅପରାଧିକ ମାନହାନୀ ମାମଲାର ରାୟ ପ୍ରକାଶ ତାରିଖକୁ ଦିଲ୍ଲୀର ଗୋଟିଏ କୋର୍ଟ ଫେବୃଆରୀ ୧୭ ଯାଏ ଘୁଞ୍ଚାଇ ଦେଇଛନ୍ତି। ବୁଧବାର ଶୁଣାଣି ବେଳେ ମାମଲାକୁ ସ୍ଥଗିତ ରଖି କୋର୍ଟ ଉଭୟ ପକ୍ଷର ଲିଖିତ ଜବାବ ମିଳିଥିବା କହିଛନ୍ତି। ତେଣୁ ୧୭ ତାରିଖରେ କୋର୍ଟ କି ରାୟ ଦେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଦୁଇ ବର୍ଷ ତଳେ ଏହି ମାମଲାର ଶୁଣାଣି ରୋଜ ଆଭିନ୍ୟୁ କୋର୍ଟରେ ଆରମ୍ଭ ହୋଇଥିଲା। ଦେଶରେ ମି ଠୁ ଝଡ଼ ଚାଲିଥିବା ବେଳେ ଏହି ମାମଲା ସାମ୍ନାକୁ ଆସିଥିଲା। ପ୍ରିୟା ରମାନି ସୋଶାଲ ମିଡିଆରେ ସେତେବେଳେ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଥିବା ଏମଜେ ଆକବରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ତେବେ ଏହାକୁ ଆକବର ବିରୋଧ କରି ପ୍ରିୟାଙ୍କ ନାଁରେ ଅପରାଧିକ ମାନହାନୀ ମାମଲା କରିଥିଲେ। ଏଥିସହ ସେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ।

ଆକବର ଆବେଦନରେ କହିଥିଲେ ଯେ ପ୍ରିୟା ରମାନି ମିଥ୍ୟା ଅଭିଯୋଗ ଆଣି ତାଙ୍କ ସାମାଜିକ ଛବିକୁ ଖରାପ କରିଛନ୍ତି। ତେବେ ପ୍ରିୟା ୨୦୧୭ରେ ଗୋଟିଏ ସ୍ତମ୍ଭ ଓ ୨୦୧୮ରେ ଗୋଟିଏ ଟ୍ୱିଟ କରି ଆକବର ତାଙ୍କ ସହ କ’ଣ କରିଥିଲେ, ସେ କଥା କହିଥିଲେ।

ଏଥିସହ ସତ୍ୟ ସର୍ବଦା ତାଙ୍କ ସହ ରହିଛି ବୋଲି କହିଥିଲେ। ପ୍ରଥମେ ପ୍ରିୟା ରମାନି ନିଜ ସ୍ତମ୍ଭରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ ହେଁ କେବେ ହେଲେ ଆକବରଙ୍କ ନାଁ ଲେଖି ନଥିଲେ। ହେଲେ ୨୦୧୮ରେ ସେ ଉକ୍ତ ସମ୍ଭ ଆକବରଙ୍କ ଉଦ୍ଦେଶ୍ୟରେ ଲେଖିଥିବା କହିଥିଲେ। ଏହାକୁ ନେଇ ବେଶ ତମ୍ଭିତୋଫାନ ମଧ୍ୟ ହୋଇଥିଲା।

Related story