କରୋନା ବେଳେ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ମିଳିବ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ: କରୋନା ପାଇଁ ଅନାଥ ହୋଇଥିବା ଛୋଟ ଛୁଆଙ୍କର ସ୍ୱାସ୍ଥ୍ୟ ବୀମା କରାଇଛନ୍ତି କେନ୍ଦ୍ରର ମୋଦି ସରକାର। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ୧୮ ବର୍ଷ ଯାଏ ଏହି ପିଲାଙ୍କୁ ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବେ ବୋଲି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଏଥିପାଇଁ ଆବଶ୍ୟକ ଅର୍ଥ ପିଏମ୍ କେୟାର ଫଣ୍ଡରୁ ଯୋଗାଇ ଦିଆଯିବ। ଏଥିସହ ଏହି ଛୁଆଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିବ ଏବଂ ୨୩ ବର୍ଷ ବେଳକୁ […]

anurag-thakur

anurag-thakur

Subhransu Sekhar
  • Published: Thursday, 05 August 2021
  • Updated: 05 August 2021, 10:11 AM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ଅନାଥ ହୋଇଥିବା ଛୋଟ ଛୁଆଙ୍କର ସ୍ୱାସ୍ଥ୍ୟ ବୀମା କରାଇଛନ୍ତି କେନ୍ଦ୍ରର ମୋଦି ସରକାର। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। ୧୮ ବର୍ଷ ଯାଏ ଏହି ପିଲାଙ୍କୁ ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବେ ବୋଲି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଏଥିପାଇଁ ଆବଶ୍ୟକ ଅର୍ଥ ପିଏମ୍ କେୟାର ଫଣ୍ଡରୁ ଯୋଗାଇ ଦିଆଯିବ। ଏଥିସହ ଏହି ଛୁଆଙ୍କୁ ମାସିକ ଷ୍ଟାଇପେଣ୍ଡ ମିଳିବ ଏବଂ ୨୩ ବର୍ଷ ବେଳକୁ ୧୦ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଟ୍ୱିଟ୍ କରି କହିଛନ୍ତି ଅନୁରାଗ ଠାକୁର।

ସୂଚନାଯୋଗ୍ୟ, କରୋନାରୁ ଅନାଥ ହୋଇଥିବା ଛୋଟ ଛୁଆଙ୍କୁ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ଆରମ୍ଭ କରିଥିଲେ। ମେ ୨୯, ୨୦୨୧ରେ ସେ ଏହି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଲା କରୋନା ପାଇଁ ଯେଉଁ ଛୋଟ ଛୁଆ ବାପା, ମା’ କିମ୍ୱା ମୁରବି ହରାଇଥିବେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ଯାଏ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସୁରକ୍ଷା ଯୋଗାଇ ଦେବେ।

https://twitter.com/Anurag_Office/status/1422817894774235149?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos