ନୂଆଦିଲ୍ଲୀ : ଯୁଦ୍ଧ ସଙ୍କଟ ଯୋଗୁ ୟୁକ୍ରେନ୍ରେ ଫିସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ କେନ୍ଦ୍ର ସରକାର ଅଭିଯାନ ଜାରି ରଖିଛନ୍ତି। ୟୁକ୍ରେନ୍ରୁ ଅନେକ ଭାରତୀୟଙ୍କୁ ମିଶନ ଗଙ୍ଗା ଅଭିଯାନରେ ଉଦ୍ଧାର କରି ସ୍ୱଦେଶ ଅଣାଯାଇଛି। ତଥାପି ଅନେକ ଭାରତୀୟ ଛାତ୍ରଙ୍କ ସହ ଅନ୍ୟମାନେ ସେଠାରେ ଅଟକି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଅନେକ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।
ବୈଠକରେ ଭାରତୀୟଙ୍କୁ ଉଦ୍ଧାର ନେଇ ପ୍ରମୁଖ ଗୁରୁତ୍ୱ ଦିଆଯାଥିଲା। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ବୈଠକ। ଆଜିର ଅଳାଲୋଚନାରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜ୍ଜିଜୁ ଏବଂ ଜେନେରାଲ ଭିକେ ସିଂହଙ୍କୁ ଦାୟିତ୍ୱ ଦିଅଯାଇଛି। ଏହି ୪ ଜଣ ୟୁକ୍ରେନର ପଡ଼ୋଶୀ ଦେଶକୁ ଯାତ୍ରା କରି ଭାରତୀୟଙ୍କୁ ସୁରକ୍ଷିତଭାବେ ସ୍ଥାନାନ୍ତର ପାଇଁ ତ୍ୱରାନ୍ନିତ କରିବେ।
ଆଜିର ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟସଙ୍କର, ବିଦେଶ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା, ଏନଏସଏ ଅଜିତ ଡୋଭାଲ , ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆଇନମନ୍ତ୍ରୀ କିରଣ ଜିଜ୍ଜିଜୁ ପ୍ରମୁଖ ଉପସ୍ଥିତ ଥିଲେ। ମିଶନ ଗଙ୍ଗା ଜରିଆରେ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଅଣାଯାଉଛି। ୟୁକ୍ରେନ ଗତ ୪ ଦିନ ଧରି କିଭ୍ ସୀମାରେ ରୁଷକୁ ଅଟକାଇ ରଖିଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି,ଆଗାମୀ ୨୪ ଘଣ୍ଟା ୟୁକ୍ରେନ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ। ଜି-୭ ନେତା ୟୁକ୍ରେନର ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ରୁଷ ବିରୋଧରେ ଲଢେଇରେ ସମସ୍ତ ଦେଶ ୟୁକ୍ରେନର ସମର୍ଥ ଜାରି ରଖିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।