୧ରେ କେରଳ ଛୁଇଁବ ମୌସୁମୀ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ କେରଳ ଛୁଇଁବ। କେରଳ ଉପରେ ମୌସୁମୀ ଆରମ୍ଭ ହେବାର ସାଧାରଣ ତାରିଖ ହେଉଛି ଜୁନ୍ ୧। ଦେଶର ବାର୍ଷିକ ୭୦% ବର୍ଷା ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ରେକର୍ଡ କରାଯାଏ। ଗୁରୁବାର ଦିନ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ ରାଜୀବ ଟୁଇଟ୍ କରି କହିଛନ୍ତି ଯେ, ଆଇଏମଡିର ଇଆରପି (Extended Range Forecas) ସୂଚନା ଦେଇଛି ଯେ ମୌସୁମୀ ଠିକ୍ […]

Rain

Rain

Subhransu Sekhar
  • Published: Thursday, 06 May 2021
  • Updated: 06 May 2021, 03:02 PM IST

Sports

Latest News

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ କେରଳ ଛୁଇଁବ। କେରଳ ଉପରେ ମୌସୁମୀ ଆରମ୍ଭ ହେବାର ସାଧାରଣ ତାରିଖ ହେଉଛି ଜୁନ୍ ୧। ଦେଶର ବାର୍ଷିକ ୭୦% ବର୍ଷା ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ରେକର୍ଡ କରାଯାଏ।

ଗୁରୁବାର ଦିନ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ ରାଜୀବ ଟୁଇଟ୍ କରି କହିଛନ୍ତି ଯେ, ଆଇଏମଡିର ଇଆରପି (Extended Range Forecas) ସୂଚନା ଦେଇଛି ଯେ ମୌସୁମୀ ଠିକ୍ ସମୟରେ କେରଳ ଛୁଇଁବ। ପ୍ରତି ଗୁରୁବାର ଆଇଏମଡି ଇଆରଏଫ ବାବଦରେ ସୂଚନା ଦେବା ସହିତ ଆଗାମୀ ୪ ସପ୍ତାହର ପାଣିପାଗ ସୂଚନା ଦିଏ। ଏହି ଅବସରରେ କେରଳରେ ମୌସୁମୀ ବାୟୁ ଠିକ୍ ସମୟରେ ଛୁଇଁବ ବୋଲି କହିଛି।

ଆଇଏମଡି ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୫ ତାରିଖରେ ସୂଚନା ଦେବ। ସେତେବେଳକୁ ମୌସୁମୀର ଚିତ୍ର ଆଉ ଟିକିଏ ସ୍ପଷ୍ଟ ହୋଇଯିବ। ଆଣ୍ଡାମାନ ସାଗରରେ ମୌସୁମୀ ସଠିକ ତାରିଖ ଏବଂ ଏହାର ପ୍ରଗତି ମଧ୍ୟପ୍ରଦେଶ ଭାରତରେ ପହଞ୍ଚିବା ପାଇଁ ପୂର୍ବାନୁମାନକାରୀମାନେ ଅଧିକ ଆତ୍ମବିଶ୍ୱାସ କରିବେ। ।

ଏହା ପୂର୍ବରୁ ଏପ୍ରିଲ ୧୬ରେ ଆଇଏମଡି ମୌସୁମୀ ରିପୋର୍ଟ ଜାରି କରିଥିଲା। ଯେଉଁଥିରେ ଚଳିତ ବର୍ଷ ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ୪୦ ପ୍ରତିଶତ ରହିଛି। ତେବେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ମାତ୍ର ୨୧ ପ୍ରତିଶତ ବୋଲି ପାଣିପାଗ ବିଭାଗ କହିଥିଲା। ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି।

ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବୃଷ୍ଟିପାତ ହେଲେ ଲଗାତାର ତୃତୀୟ ବର୍ଷ ପାଇଁ ଏପରି ହେବ ବୋଲି କୁହାଯାଉଛି। ୨୦୧୯ ଓ ୨୦୨୦ ମୌସୁମୀରେ ମଧ୍ୟ ସ୍ୱାଭାବିକ ବୃଷ୍ଟିପାତ ହୋଇଥିଲା। ଏହା ପୂର୍ବରୁ ୧୯୯୬, ୧୯୯୭ ଓ ୧୯୯୮ ତିନି ବର୍ଷ ମଧ୍ୟ ଭାରତରେ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos