ମୁମ୍ବାଇ: ଚଳନ୍ତା ବସ୍ରେ ଲାଗିଲା ନିଆଁ। ଖଚାଖଚ ଭିଡ ଥିବା ଏକ ଯାତ୍ରୀବାହୀ ବସ୍ରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଘଟିିଛି ଏହି ଦୁର୍ଘଟଣା। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି।
ମହାରାଷ୍ଟ୍ର ଥାନେ ଅଞ୍ଚଳରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯାଇଥିଲା। ଏଥିରେ ୬୫ ଯାତ୍ରୀ ଥିଲେ। ତେବେ ବସ୍ରେ ନିଆଁ ଲାଗିବା ପରେ ଡ୍ରାଇଭର ତୁରନ୍ତ ଯାତ୍ରୀଙ୍କୁ ବସ୍ରୁ ଓହ୍ଲାଇବାକୁ କହିଥିଲେ। ସମସ୍ତ ଯାତ୍ରୀ ଭୟରେ ତରବର ହୋଇ ବସ୍ରେ ଓହ୍ଲାଇ ପଡିଥିଲେ । ଫଳରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଆଜି ସକାଳୁ ଉତ୍ତଲେଶ୍ୱର ଠାରେ ଏହି ଦୁର୍ଘଟଣା ଘଟିଛି। ଥାନେ ମ୍ୟୁନିସିପାଲ୍ କର୍ପୋରେସନର୍ ରିଜିଓନାଲ୍ ଡିଜାଷ୍ଟର୍ ମ୍ୟାନେଜ୍ମେଣ୍ଟ୍ ସେଲ୍ ମୁଖ୍ୟ ଅବିନାଶ ସାୱନ୍ତ ଏ ନେଇ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ମହାରାଷ୍ଟ୍ର ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନର ଏହି ବସ୍ଟି ୬୫ ଜଣ ଯାତ୍ରୀଙ୍କୁ ନେଇ ପଡ଼ୋଶୀ ସହର ଥାନେର ଭିୱାଣ୍ଡିକୁ ଯାଉଥିଲା। ବସ୍ରେ ନିଆଁ ଲାଗିଛି ବୋଲି ଜାଣିବା ପରେ ବସ୍ ଚାଳକ ବସ୍ଟିକୁ ଅଟକାଇ ଦେଇଥିଲେ।
ଏହାପରେ ଯାତ୍ରୀମାନେ ବସ୍ରୁ ଓହ୍ଲାଇ ପଡ଼ିଥିଲେ। ବସ୍ଟି ପ୍ରାୟ ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଓ ଆର୍ଡିଏମ୍ସି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସୂଚନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।