କୋଭିଡ ଡ୍ୟୁଟିରେ ସେଲେବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍‌

ମୁମ୍ବାଇ: କୋଭିଡ ଡ୍ୟୁଟିରେ ଲାଗିଛି ବଲିଉଡ ସେଲେବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍‌।  ସୁଟିଂ ବେଳେ ବଲିଉଡ କଳାକାରଙ୍କ ବିଶ୍ରାମ ପାଇଁ ବ୍ୟବହୃତ ଭ୍ୟାନ୍ ଏବେ କରୋନା ସମୟରେ ପୁଲିସ କର୍ମଚାରୀଙ୍କ କାମରେ ଆସୁଛି। ମାୟା ନଗରୀ ମୁମ୍ବାଇରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ରାସ୍ତା କଡ଼ରେ ଲାଗିଛି ଭ୍ୟାନିଟି ଭ୍ୟାନ। ମାତ୍ର ବଲିଉଡ୍ ସେଲିବ୍ରିଟିଙ୍କ ବଦଳରେ ଭ୍ୟାନ୍ ଭିତରେ ବିଶ୍ରାମ କରୁଛନ୍ତି ପୁଲିସ କର୍ମଚାରୀ। ମୁମ୍ବାଇର ଜଣେ ବ୍ୟବସାୟୀ ବିଭିନ୍ନ ସ୍ଥାନରେ ନିଜର ଭ୍ୟାନ୍ ରଖିବା ସହ ବିନା […]

Vanity Van for Mumbai Police

Vanity Van for Mumbai Police

Madhupriya Mistry
  • Published: Sunday, 25 April 2021
  • Updated: 25 April 2021, 08:27 AM IST

Sports

Latest News

ମୁମ୍ବାଇ: କୋଭିଡ ଡ୍ୟୁଟିରେ ଲାଗିଛି ବଲିଉଡ ସେଲେବ୍ରିଟିଙ୍କ ଭ୍ୟାନିଟି ଭ୍ୟାନ୍‌।  ସୁଟିଂ ବେଳେ ବଲିଉଡ କଳାକାରଙ୍କ ବିଶ୍ରାମ ପାଇଁ ବ୍ୟବହୃତ ଭ୍ୟାନ୍ ଏବେ କରୋନା ସମୟରେ ପୁଲିସ କର୍ମଚାରୀଙ୍କ କାମରେ ଆସୁଛି। ମାୟା ନଗରୀ ମୁମ୍ବାଇରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ରାସ୍ତା କଡ଼ରେ ଲାଗିଛି ଭ୍ୟାନିଟି ଭ୍ୟାନ। ମାତ୍ର ବଲିଉଡ୍ ସେଲିବ୍ରିଟିଙ୍କ ବଦଳରେ ଭ୍ୟାନ୍ ଭିତରେ ବିଶ୍ରାମ କରୁଛନ୍ତି ପୁଲିସ କର୍ମଚାରୀ।

ମୁମ୍ବାଇର ଜଣେ ବ୍ୟବସାୟୀ ବିଭିନ୍ନ ସ୍ଥାନରେ ନିଜର ଭ୍ୟାନ୍ ରଖିବା ସହ ବିନା ମୂଲ୍ୟରେ ପୁଲିସ କର୍ମଚାରୀଙ୍କୁ ସେବା ଯୋଗାଇ ଦେଉଛନ୍ତି। ଡ୍ୟୁଟି ପରେ ପୁଲିସ କର୍ମଚାରୀମାନେ ଏହି ଭ୍ୟାନ୍‌ରେ ବିଶ୍ରାମ ନେଉଛନ୍ତି। ଭ୍ୟାନରେ ବିଶ୍ରାମ କକ୍ଷ ସହ ପିଇବା ପାଣି, ଶୌଚାଳୟ ସୁବିଧା ମଧ୍ୟ ରହିଛି।

ମହିଳା ପୁଲିସ କର୍ମଚାରୀମାନେ ଡ୍ୟୁଟି ସମୟରେ ଶୌଚାଳୟ ଯିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ଏହି ଭ୍ୟାନ୍ ମିଳିବା ପରେ ସେମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି । ବର୍ତ୍ତମାନ ଲକଡାଉନ୍ ଯୋଗୁଁ ଫିଲ୍ମ ସୁଟିଂ ବନ୍ଦ ରହିଛି। ତେଣୁ ପୁଲିସ କର୍ମଚାରୀଙ୍କ ସୁବିଧା ପାଇଁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ଭ୍ୟାନିଟି ଭ୍ୟାନ୍‌ ମାଲିକ କେତନ ରାୱଲ। ସେ ପୁଲିସର ସେବା ପାଇଁ ୧୦ଟି ଭ୍ୟାନିଟି ଭ୍ୟାନ୍‌ ଯୋଗାଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ବର୍ଷ ମଧ୍ୟ ମହିଳା ପୁଲିସ ଅଧିକାରୀଙ୍କ କର୍ତ୍ତବ୍ୟ ପାଇଁ କେତନ ତାଙ୍କୁ ଏକ ଭ୍ୟାନିଟି ଭ୍ୟାନ ଦେଇଥିଲେ । ଏହାର ବ୍ୟବହାର ସେମାନେ ବିଶ୍ରାମ ନେବା , ବାଥରୁମ ଯିବା ଏବଂ ଘରକୁ ଯିବା ପୂର୍ବରୁ ଡ୍ରେସ୍‌ ବଦଳାଇବାରେ କରୁଥିଲେ ।

https://youtu.be/0a_CBzCfq1w

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story