ଥାଣେ: ଏମିତି ବି ଦୁଃଖ ଆସେ। ଏମିତିବି ସମୟ ଆସେ। ଦୁର୍ଘଟଣାରେ ବାପା-ମା ଚାଲିଗଲେ। କିନ୍ତୁ ଛୁଆ ବଞ୍ଚିଯାଇଛି। ଶିରିଡ଼ିରୁ ମୁମ୍ବାଇ ଯାଉଥିବା ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ବାପା-ମାଙ୍କର ମୃତ୍ୟୁ ଘଟିଥିବା ବେଳେ ଛୋଟ ଝିଅଟି ବଞ୍ଚିଯାଇଛି। ଏହି ବାଇକ୍ରେ ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କ ଝିଅ ଯାଉଥିବା ବେଳେ ଏକ କଣ୍ଟେନର ସେମାନଙ୍କ ଉପରକୁ ମାଡ଼ିଯାଇଥିଲା। ମୃତକ ୨ ଜଣ ହେଲେ ସ୍ୱାମୀ ମନୋଜ ଜୋଶୀ(୩୪) ଏବଂ ମାନସୀ(୩୦) । ମୁମ୍ବାଇ ନାସିକ୍ ହାଇୱେରେ ଭିୱାଣ୍ଡି ତାଲୁକାରେ ଏହି ଘଟଣା ଘଟିଛି।
ଉଭୟ ସ୍ୱାମୀ-ସ୍ତ୍ରଙ୍କଘର ଭାନଦୁପ ଅଞ୍ଚଳରେ। ସାଇବାବାଙ୍କ ଦର୍ଶନ ପାଇଁ ନିଜ ଝିଅ ସହ ଏହି ଦମ୍ପତ୍ତି ଶିରିଡ଼ି ଯାଉଥିଲେ। ସେମାନେ ଯେତେବେଳେ ୟେଭାଇ ଗାଁରେ ପହଞ୍ଚିଲେଳ ପଛପଟୁ ଆସୁଥିବା ଏକ ବଡ଼ କଣ୍ଟେନର ତାଙ୍କ ଉପରକୁ ମାଡ଼ିଯାଇଥିଲା। ଘଟଣାସ୍ଥଳରରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଛୋଟ ଶିଶୁଟି ସୌଭାଗ୍ୟକ୍ରମେ ବଞ୍ଚିଯାଇଛି। ତାକୁ ମେଡିକାଲରେ ଭର୍ତ୍ତି କାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।