ମୁମ୍ବାଇ: ପାରିବାରିକ କଳହର ଭୟଙ୍କା ପରିଣତି। ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀ ଏବଂ ପୁଅ ୭ ମହଲା ତଳକୁ ଫିଙ୍ଗିଦେଲେ। ଏଭଳି ଏକ ଅଭାବନୀୟ ଘଟଣା ମୁମ୍ବାଇର ଆମ୍ବୋଲି ଏରିଆରେ ଘଟିଛି। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଏବଂ ତାଙ୍କ ପୁଅକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ମାମଲା ମଧ୍ୟ ରୁଜୁ କରିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଶାନ୍ତନୁ କ୍ରିଷ୍ଣା ଶେଷାଦ୍ରି।
ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଥିଲା। ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଶେଷାଦ୍ରିଙ୍କ ସ୍ତ୍ରୀ ଏବଂ ପୁଅ କହିଥିଲେ। ତେବେ ପୁଲିସ ତଦନ୍ତ ବେଳେ ଶେଷାଦ୍ରିଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ଜଣାପଡ଼ିଥିଲା। ଏଥିସହ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିଥିବା ପୁଲିସ ଯାଞ୍ଜ ବେଳେ ଜାଣିବାକୁ ପାଇଛି।
ମୁମ୍ବାଇର ଡେପୁଟି ପୁଲିସ କମିଶନର ମଞ୍ଜୁନାଥ ସିଙ୍ଘେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ଏହା ପାରିବାରିକ କନ୍ଦଳ ଜନିତ ହତ୍ୟା ବୋଲି ପୁଲିସ କହିଛି। ଘଟଣାରେ ପୁଅ ଏବଂ ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ଏହାର ପରବର୍ତ୍ତୀ ତଦନ୍ତ ଜାରି ରହିଛି ବୋଲି ଡେପୁଟି ପୁଲିସ କମିଶନର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।
National
HMPV ନୂଆ ଭାଇରସ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।
National
ଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ପ୍ରଶ୍ନ: କାହିଁକି ତୁମେ ତଦନ୍ତ ଚାହୁଁନ?
ବେଙ୍ଗାଲୁରୁରେ ଗୋଟିଏ ଅଟୋମୋବାଇଲ କମ୍ପାନୀରେ କାମ କରୁଥିବା ଅତୁଲଙ୍କୁ ଛାଡ଼ପତ୍ର ବିବାଦର ସମାଧାନ ପାଇଁ ପତ୍ନୀ ନିକତା ୩ କୋଟି ଟଙ୍କା ମାଗୁଥିଲେ। ଏପରି କି ସେ ତାଙ୍କୁ କୋର୍ଟକୁ ଟାଣି ମାନସିକ ଚାପ ପକାଉଥିଲେ।
National
୪ ଦଶନ୍ଧିର ସେବା ପରେ ଅବସର ନେଲେ କାନ୍ଦାହାର ଅପହରଣର ହିରୋ ଦେବୀ ଶାରନ
କର୍ଣ୍ଣାଲ ଫ୍ଲାଇଂ କ୍ଲବରୁ ୧୯୮୪ରେ କ୍ୟାପ୍ଟେନ ଦେବୀ ଶାରନଙ୍କ ବେସାମରିକ ବିମାନ ଚଳାଚଳ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୫ରେ ସେ ଇଣ୍ତିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ।