ମୁମ୍ବାଇରେ ୩ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଦିନକରେ ୪୬% ବଢ଼ିଲା

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ପୁଣିଥରେ ବଢ଼ିବା ଆରମ୍ଭ ହୋଇଛି। ଦିଲ୍ଲୀ ଠାରୁ ଆରମ୍ଭ ଆରମ୍ଭ କରି ମୁମ୍ବାଇ ଯାଏ ସବୁଆଡ଼େ ସଂକ୍ରମଣ ଗ୍ରାଫ ଉପର ମୁହାଁ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସ୍ଥିତି ଏପରି ହୋଇଛି ଯେ ଓମିକ୍ରନ ଭାରିଏଣ୍ଟ ଯୋଗୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସଂକ୍ରମଣ ସ୍ଥିତି ଭୟଙ୍କର ରୂପ ଧାରଣ କରିଛି। ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରୁ ୩,୬୭୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଏହା […]

corona

Hemant Lenka
  • Published: Thursday, 30 December 2021
  • , Updated: 30 December 2021, 07:57 PM IST

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ପୁଣିଥରେ ବଢ଼ିବା ଆରମ୍ଭ ହୋଇଛି। ଦିଲ୍ଲୀ ଠାରୁ ଆରମ୍ଭ ଆରମ୍ଭ କରି ମୁମ୍ବାଇ ଯାଏ ସବୁଆଡ଼େ ସଂକ୍ରମଣ ଗ୍ରାଫ ଉପର ମୁହାଁ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସ୍ଥିତି ଏପରି ହୋଇଛି ଯେ ଓମିକ୍ରନ ଭାରିଏଣ୍ଟ ଯୋଗୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସଂକ୍ରମଣ ସ୍ଥିତି ଭୟଙ୍କର ରୂପ ଧାରଣ କରିଛି।

୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରୁ ୩,୬୭୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ତୁଳନାରେ ଏହା ୪୬% ଅଧିକ। ମୁମ୍ବାଇରେ ଓମିକ୍ରନ ସଂକ୍ରମଣ ବ୍ୟାପୁଥିବାରୁ ୧୪୪ ଧାରା ଲାଗୁ କରାଯାଇଛି। ତଥାପି ସଂକ୍ରମଣ ହୁହୁ ହୋଇ ବଢ଼ୁଛି। ଗୋଟିଏ ସପ୍ତାହ ଭିତରେ ମୁମ୍ବାଇର ଦୈନିକ ସଂକ୍ରମଣ ୫ ଗୁଣା ବୃଦ୍ଧି ପାଇବା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗତ ଶୁକ୍ରବାର ଏଠାରେ ମାତ୍ର ୬୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୭ ଦିନ ମଧ୍ୟରେ ଏହି ସଂଖ୍ୟା ୩ ହଜାର ପାର କରିଛି।

ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି) ଏହାର ମୁକାବିଲା କରିବାକୁ ୱାର୍ଡସ୍ତରରେ ୱାର ରୁମ ଗୁଡ଼ିକୁ ସକ୍ରିୟ କରିଛି। ଏହି ୱାର ରୁମ ଗୁଡ଼ିକ ସମସ୍ତ ୨୪ଟି ୱାର୍ଡରେ ରହିଛି। ହସ୍ପିଟାଲରେ ଆଡମିଶନ, ଅକ୍ସିଜେନ, ମେଡିସିନ ଆବଶ୍ୟକତା ଓ ଟିକାକରଣ ଉପରେ ଏହି ୱାର ରୁମ କାର୍ଯ୍ୟ କରିବ।

ୱାର ରୁମଗୁଡ଼ିକ ଟେଷ୍ଟ, ଟ୍ରେସ ଓ ଟ୍ରିଟମେଣ୍ଟ ରଣନୀତିକୁ ଅନୁପାଳନ କରିବେ। ସେହିପରି ୱାର ରୁମ ଜରିଆରେ ହୋମ ଆଇସୋଲେସନରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ନିୟମିତ ଯାଞ୍ଚ କରାଯିବ।

ଅନ୍ୟପକ୍ଷରେ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇରେ କଟକଣା ଲାଗ ଯାଇଛି। ହେଲେ ଏବେ ବି ମୁମ୍ବାଇ ରାସ୍ତାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। କେବଳ ମୁମ୍ବାଇ ନୁହେଁ, ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ନିୟମିତ ଭାବେ ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା।

ଏହି ବୈଠକରେ ସଂକ୍ରମଣକୁ ରୋକିବା ପାଇଁ କ’ଣ ସବୁ କରାଯାଇ ପାରିବ, ତା’ଉପରେ ଆଲୋଚନା ହୋଇଛି। ଖୁବଶୀଘ୍ର ନୂଆ କଟକଣା ଲାଗୁ ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

Related story