ବିରୋଧ ଭିତରେ ଆଉ ୬ ମାସ ବଢ଼ିଲା AFSPA ଆଇନ୍‌

କୋହିମା: ପ୍ରବଳ ବିରୋଧ ଭିତରେ ଆଉ ୬ ମାସ ବଢ଼ିଲା ଆଫ୍‌ସ୍ପା(AFSPA)। ନାଗାଲାଣ୍ଡରେ ସେନାକୁ ଅଖଣ୍ଡ କ୍ଷମତାଶୀଳ କରୁଥିବା ବିବାଦୀୟ ଆଇନ ‘ଏଏଫଏସ୍‌ପିଏ’କୁ ଆହୁରି ୬ ମାସ ବୃଦ୍ଧି କରାଯାଇଛି। ସଶସ୍ତ୍ରବଳ ଅଧିକାର ଅଧିନିୟମ ବା AFSPA ଅଶାନ୍ତ ଅଞ୍ଚଳ ଘୋଷିତ ହୋଇଥିବା ସ୍ଥାନରେ ସେନାକୁ ସ୍ୱତନ୍ତ୍ର ଭାବେ ଅପରେସନ୍‌ କରିବା ପାଇଁ ବ୍ୟାପକ ଅଧିକାର ଦେଇଥାଏ। ଯେକୌଣସି ସ୍ଥାନରେ ଅବାଧ ଅଭିଯାନ ଚଳାଇବା ଲାଗି ସେନା ଅଖଣ୍ଡ କ୍ଷମତା ପାଇଥାଏ। ‘ଏଏଫଏସ୍‌ପିଏ’ ଲାଗୁ ହୋଇଥିବା ଅଞ୍ଚଳର […]

AFSPA act

Madhupriya Mistry
  • Published: Thursday, 30 December 2021
  • , Updated: 30 December 2021, 11:42 AM IST

କୋହିମା: ପ୍ରବଳ ବିରୋଧ ଭିତରେ ଆଉ ୬ ମାସ ବଢ଼ିଲା ଆଫ୍‌ସ୍ପା(AFSPA)। ନାଗାଲାଣ୍ଡରେ ସେନାକୁ ଅଖଣ୍ଡ କ୍ଷମତାଶୀଳ କରୁଥିବା ବିବାଦୀୟ ଆଇନ ‘ଏଏଫଏସ୍‌ପିଏ’କୁ ଆହୁରି ୬ ମାସ ବୃଦ୍ଧି କରାଯାଇଛି।

ସଶସ୍ତ୍ରବଳ ଅଧିକାର ଅଧିନିୟମ ବା AFSPA ଅଶାନ୍ତ ଅଞ୍ଚଳ ଘୋଷିତ ହୋଇଥିବା ସ୍ଥାନରେ ସେନାକୁ ସ୍ୱତନ୍ତ୍ର ଭାବେ ଅପରେସନ୍‌ କରିବା ପାଇଁ ବ୍ୟାପକ ଅଧିକାର ଦେଇଥାଏ। ଯେକୌଣସି ସ୍ଥାନରେ ଅବାଧ ଅଭିଯାନ ଚଳାଇବା ଲାଗି ସେନା ଅଖଣ୍ଡ କ୍ଷମତା ପାଇଥାଏ। ‘ଏଏଫଏସ୍‌ପିଏ’ ଲାଗୁ ହୋଇଥିବା ଅଞ୍ଚଳର କୌଣସି ସେନା କର୍ମଚାରୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ବିନା ବଳପୂର୍ବକ ମାମଲା ରୁଜୁ କରାଯାଇ ପାରିବ ନାହିଁ।

ଏଏଫଏସ୍‌ପିଏ’ ପ୍ରତ୍ୟାହାର କରି ନେବାକୁ ‘ନାଗାଲାଣ୍ଡସ୍‌ ରାଇଟ୍‌ସ୍‌ ଗ୍ରୁପ୍ସ୍’ ଏବଂ ରାଜ୍ୟ ସରକାର ମଧ୍ୟ ଦାବି କରି ଆସୁଛନ୍ତି। ଦୀର୍ଘ ଦିନ ହେବ ‘ବିଶୃଙ୍ଖଳିତ ଅଞ୍ଚଳ’ ଭାବେ ରହି ଆସୁଥିବା ନାଗାଲାଣ୍ଡରେ କିଛି ବର୍ଷ ହେବ ପ୍ରତି ୬ ମାସରେ ଥରେ ‘ଏଏଫଏସ୍‌ପିଏ’ ସମୟ ସୀମା ବୃଦ୍ଧି କରାଯାଉଛି।

ଉତ୍ତରପୂର୍ବ, ବିଶେଷକରି ନାଗାଲାଣ୍ଡରୁ ‘ଏଏଫଏସ୍‌ପିଏ’  ଉଚ୍ଛେଦ କରିବା ଲାଗି ଦାବି ଉପସ୍ଥାପନ କରିବା ପାଇଁ ଡିସେମ୍ବର ୨୦ ତାରିଖ ଦିନ ନାଗାଲାଣ୍ଡ ବିଧାନସଭା ସର୍ବସମ୍ମତିକ୍ରମେ ପଣ କରିଥିଲା। ନାଗାଲାଣ୍ଡରୁ ‘ଏଏଫଏସ୍‌ପିଏ’ ପ୍ରତ୍ୟାହାର ସମ୍ଭାବନା ପ୍ରସଙ୍ଗ ଅନୁଶୀଳନ ପାଇଁ ଏକ ୫ଜଣିଆ ସଦସ୍ୟବିଶିଷ୍ଟ କମିଟି ମଧ୍ୟ ଗଠିତ ହୋଇଥିଲା।

ସୂଚନାଯୋଗ୍ୟ, ଡିସେମ୍ବର ୪ ତାରିଖ ଦିନ ଆତଙ୍କୀ ଅପରେସନ୍‌ ବେଳେ ସେନା ଅତର୍କିତ ଭାବେ ଭୁଲ୍‌ରେ ଆତଙ୍କବାଦୀ ଭାବି ସାଧାରଣଜନତାଙ୍କୁ ଗୁଳି କରିଥିଲା। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ସେଠାକାର ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ସେନା ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ। ଏହି ଘଟଣାର ଏବେ କୋର୍ଟ ତଦନ୍ତ ଚାଲିଛି।

ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ AFSPA ଆଇନ ପ୍ରତ୍ୟାହାର ପାଇଁ ଦାବି ବୃଦ୍ଧି ପାଇବାରେ ଲାଗିଛି। AFSPA ପ୍ରତ୍ୟାହାର ପାଇଁ ନାଗାଲାଣ୍ଡର ରାଜଧାନୀ କୋହିମା ସମେତ ଅନେକ ଜିଲ୍ଲାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ AFSPA ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା।

Related story