ରାଜୀବ ହତ୍ୟା ମାମଲା: ୩୧ ବର୍ଷ ସଜା କାଟିବା ପରେ ଜେଲରୁ ମୁକୁଳିଲେ ନଳିନୀ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ସମସ୍ତ ୬ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରିବାର ଦିନକ ପରେ ଆଜି ସେମାନଙ୍କ ମଧ୍ୟରୁ ନଳିନୀ ଶ୍ରୀହରନ ଜେଲରୁ ମୁକୁଳିଛନ୍ତି। ୩୧ ବର୍ଷ ଜେଲରେ ସଜା କାଟିବା ପରେ ଆଜି ଜେଲରୁ ମୁକୁଳିଛନ୍ତି । ଭେଲୋର ଜେଲରେ ରହୁଥିବା ନଳିନୀ ପାରୋଲରେ ଆସିଥିଲେ। ଆଜି ସେ ଭେଲୋର ଜେଲକୁ ଯାଇଥିଲେ। ସେଠାରେ ସମସ୍ତ ନିୟମକୁ ପାଳନ କରିବା ପରେ ତାଙ୍କୁ ମୁକ୍ତ କରାଯାଇଛି। […]

iop

  • Published: Saturday, 12 November 2022
  • , Updated: 12 November 2022, 07:10 PM IST

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ସମସ୍ତ ୬ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରିବାର ଦିନକ ପରେ ଆଜି ସେମାନଙ୍କ ମଧ୍ୟରୁ ନଳିନୀ ଶ୍ରୀହରନ ଜେଲରୁ ମୁକୁଳିଛନ୍ତି। ୩୧ ବର୍ଷ ଜେଲରେ ସଜା କାଟିବା ପରେ ଆଜି ଜେଲରୁ ମୁକୁଳିଛନ୍ତି ।

ଭେଲୋର ଜେଲରେ ରହୁଥିବା ନଳିନୀ ପାରୋଲରେ ଆସିଥିଲେ। ଆଜି ସେ ଭେଲୋର ଜେଲକୁ ଯାଇଥିଲେ। ସେଠାରେ ସମସ୍ତ ନିୟମକୁ ପାଳନ କରିବା ପରେ ତାଙ୍କୁ ମୁକ୍ତ କରାଯାଇଛି। ପାରୋଲ ସର୍ତ୍ତ ଅନୁସାରେ ସେ ଆଜି ପ୍ରଥମେ ସକାଳେ ସ୍ଥାନୀୟ ପୁଲିସ ଷ୍ଟେସନ ଯାଇଥିଲେ। ଗତ ମେ’ ମାସରେ ରାଜୀବ ଗାନ୍ଧିଙ୍କ ସପ୍ତମ ଦୋଷୀ ପେରାରୀବଲନଙ୍କୁ କୋର୍ଟ ନିଜର ଅତିରିକ୍ତ କ୍ଷମତା ପ୍ରୟୋଗ କରି  ତାଙ୍କୁ ସଜାରୁ ମୁକ୍ତି କରଥିଲେ। ସମାନ ନିୟମ ବାକି ଦୋଷୀଙ୍କ ଲାଗି ଲାଗୁ କରାଯାଇଥିଲା। ସେହି ଅନୁଯାୟୀ ଗତକାଲି ସୁପ୍ରିମକୋର୍ଟ ନଳିନୀଙ୍କ ସମେତ ଅନ୍ୟ ୬ ଜଣଙ୍କୁ ମୁକ୍ତ କରଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ମାମଲାରେ ନଳିନୀ ଏବଂ ଅନ୍ୟ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ୩୧ ବର୍ଷ ଜେଲରେ ଥିବା ପେରାରୀବଲନଙ୍କୁ ନିକଟ‌ ଅତୀତରେ ମୁକ୍ତ କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ପାଇଁ ନଳିନୀ, ତାଙ୍କ ସ୍ୱାମୀ ମୁରୁଗାନ, ସନ୍ଥନ, ଜୟକୁମାର, ପେରାରୀବଲନ, ରବିଚନ୍ଦ୍ରନ ଏବଂ ରୋବର୍ଟ ପାୟସ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଉ ସମ୍ବିଧାନର ଧାରା ୧୪୨ରେ ଥିବା କ୍ଷମତା ପ୍ରୟୋଗ କରି ସୁପ୍ରିମକୋର୍ଟ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏ. ଜି. ପେରାରୀବଲନ୍‌ଙ୍କୁ ମୁକ୍ତ କରିବା ଲାଗି ଆଦେଶ ଦେଇଥିଲେ। ତାଙ୍କର ଦଣ୍ଡାଦେଶ କାଟ କରିବା ଲାଗି ୨୦୧୮ରେ ତାମିଲନାଡୁ ସରକାର ସୁପାରିସ କରିଥିବା ସତ୍ତ୍ୱେ ମୁକ୍ତିରେ ବିଳମ୍ବ ହେବାରୁ କାରାଗାରରେ ୩୦ ବ‌ର୍ଷରୁ ଊର୍ଦ୍ଧ୍ୱ  କାଳ ସଜ୍ଜା ଭୋଗି ସାରିଥିବା ପେରାରୀବଲନ୍‌ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ।

ସୂଚନା ଥାଉ କି ରାଜୀବ ଗାନ୍ଧୀ ମେ ୨୧,୧୯୯୧ରେ ତାମିଲନାଡୁର ଶ୍ରୀପେରୁମୁଦୁରରେ ଏକ ନିର୍ବାଚନ ସମାବେଶରେ ଯୋଗଦେଉଥିବାବେଳେ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ। ଏହି ମହିଳାଙ୍କ ନାମ ଧନୁ ହୋଇଥିବାବେଳେ ଏହି ଘଟଣାରେ ପେରାରୀବଲନ, ମୁରୁଗାନ୍, ସନ୍ଥାନ୍ ଏବଂ ନଳିନୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ସୁପ୍ରିମ କୋର୍ଟ ୨୦୧୪ରେ ସେମାନଙ୍କର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।

Related story