Advertisment

'ଟିକାକରଣରେ ଲିଙ୍ଗଗତ ପ୍ରଭେଦକୁ ହ୍ରାସ କରିବା ଆବଶ୍ୟକ'

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ମହିଳାମାନଙ୍କ କ୍ଷେତ୍ରରେ କୋଭିଡ୍-୧୯ର ଟିକାକରଣ କମ୍ ପରିଲକ୍ଷିତ ହୋଇଛି। ଏଭଳି ସ୍ଥିତିରେ କମିଶନ ଅନୁରୋଧ କରିଛନ୍ତି ଯେ ସେମାନେ ଏଭଳି ପଦକ୍ଷେପ ନିଅନ୍ତୁ ଯାହାଦ୍ୱାରା ମହିଳାମାନେ ମଧ୍ୟ ଟିକାକରଣ ଅଭିଯାନରେ ପଛରେ ରହିବେ ନାହିଁ। ଟିକାକରଣକୁ ନେଇ ଉଭୟ ଲିଙ୍ଗ ମଧ୍ୟରେ ଥିବା ପ୍ରଭେଦ ଆୟୋଗଙ୍କ ପାଇଁ ସେତେବେଳେ ଚିନ୍ତାର କାରଣ ପାଲଟିଛି ଯେତେବେଳେ ଗୋଟିଏ ଗଣମାଧ୍ୟମ […]

ଅଦ୍ୟତନ ହୋଇଛି
କୋଭିଡ୍ ଟିକା: ଅଢ଼େଇ କୋଟି ଡୋଜ୍ ସରିଲା, ଏଣିକି ଦୈନିକ ୪ ଲକ୍ଷ ଟିକା

Vaccine

Advertisment

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ମହିଳାମାନଙ୍କ କ୍ଷେତ୍ରରେ କୋଭିଡ୍-୧୯ର ଟିକାକରଣ କମ୍ ପରିଲକ୍ଷିତ ହୋଇଛି। ଏଭଳି ସ୍ଥିତିରେ କମିଶନ ଅନୁରୋଧ କରିଛନ୍ତି ଯେ ସେମାନେ ଏଭଳି ପଦକ୍ଷେପ ନିଅନ୍ତୁ ଯାହାଦ୍ୱାରା ମହିଳାମାନେ ମଧ୍ୟ ଟିକାକରଣ ଅଭିଯାନରେ ପଛରେ ରହିବେ ନାହିଁ। ଟିକାକରଣକୁ ନେଇ ଉଭୟ ଲିଙ୍ଗ ମଧ୍ୟରେ ଥିବା ପ୍ରଭେଦ ଆୟୋଗଙ୍କ ପାଇଁ ସେତେବେଳେ ଚିନ୍ତାର କାରଣ ପାଲଟିଛି ଯେତେବେଳେ ଗୋଟିଏ ଗଣମାଧ୍ୟମ ତାର ଏକ ରିପୋର୍ଟରେ ଦର୍ଶାଇଛି ଯେ ପୁରୁଷଙ୍କ ତୁଳନାରେ ମହିଳା କମ୍ ସଂଖ୍ୟାରେ ଟିକାକରଣରେ ସାମିଲ ହୋଇଛନ୍ତି।

Advertisment

ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ସୁଶ୍ରୀ ରେଖା ଶର୍ମା କହିଛନ୍ତି, ଟିକାକରଣ କେନ୍ଦ୍ରଗୁଡ଼ିକୁ ଆସୁଥିବା ମହିଳାଙ୍କ ଅନୁପାତ ବୃଦ୍ଧି କରିବା ସକାଶେ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଏହି ପ୍ରଭେଦକୁ ଠିକ୍ କରାଯାଇପାରିବ। ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଯଦ୍ଦ୍ୱାରା ପ୍ରାଥମିକତା ଭିତ୍ତିରେ ଅଧିକରୁ ଅଧିକ ମହିଳାମାନଙ୍କ ଟିକାକରଣ କରାଯାଇପାରିବ।

ପ୍ରକାଶ ପାଇଥିବା ମିଡିଆ ରିପୋର୍ଟ ଅନୁଯାୟୀ, ଟିକାକରଣରେ ବର୍ତ୍ତମାନ ଅପେକ୍ଷାକୃତ କମ୍ ବୟସ୍କା ମହିଳାମାନଙ୍କ ତୁଳନାରେ ବୟସ୍କା ମହିଳାମାନଙ୍କ କ୍ଷେତ୍ରରେ ଲିଙ୍ଗଗତ ପ୍ରଭେଦ ଅଧିକ ରହିଛି। ଏହା ହେଉଛି ସମାଜରେ ଲିଙ୍ଗଗତ ପକ୍ଷପାତିତାର ପ୍ରତିଫଳନ ଯଦ୍ୱାରା ମହିଳାମାନଙ୍କୁ ଅବହେଳା କରାଯାଉଛି। ଏହାର ଆଉ ଏକ କାରଣ ହେଉଛି ଯେ ଉଭୟ ଲିଙ୍ଗ ପାଇଁ ସମ୍ବଳ ଓ ପ୍ରଯୁକ୍ତିର ପହଞ୍ଚ ଅସମାନ।

Advertisment

ଜାତୀୟ ମହିଳା ଆୟୋଗ ଉଲ୍ଲେଖ କରିଛନ୍ତି ଯେ, ଅନେକ ପରିବାରରେ ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ପ୍ରତି କମ୍ ଗୁରୁତ୍ୱ ଦିଆଯାଇଥାଏ। ଯଦି ସେ ଘରୁ ବାହାରେ କୌଣସି କାମ କରୁନଥାନ୍ତି ତାହାହେଲେ ଟିକାକରଣରେ ତାଙ୍କୁ ଅତ୍ୟନ୍ତ ଅଳ୍ପ ଗୁରୁତ୍ୱ ଦିଆଯାଇଥାଏ। କିନ୍ତୁ ପରିବାରର କୌଣସି ବ୍ୟକ୍ତି ରୋଗରେ ପଡ଼ିଲେ ମହିଳାମାନେ ଯତ୍ନ ନିଅନ୍ତି। ଏହି ସମୟରେ ମହିଳାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଥାଏ।

କେନ୍ଦ୍ର ସରକାର ଟିକାକରଣର କୁପ୍ରଭାବ ସମ୍ପର୍କରେ ମିଥ୍ୟା ସୂଚନା ଏବଂ ଅପପ୍ରଚାର ଦୂର କରିବା ସକାଶେ ନିୟମିତ ଅଭିଯାନ ଜାରି ରଖିଛନ୍ତି। ଏହା ସହିତ ଦେଶର ପ୍ରତ୍ୟେକ କୋଣ-ଅନୁକୋଣ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଟିକାକରଣ ଅଭିଯାନ ମଧ୍ୟ ଚଳାଉଛନ୍ତି । ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ଏହିଭଳି ଅଭିଯାନ ଜାରି ରଖିବା ଉଚିତ୍। ଯଦ୍ଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ ଯେ ଭାରତର ଦୂରବର୍ତ୍ତୀ ଅଞ୍ଚଳଗୁଡ଼ିକରେ ମଧ୍ୟ ସଠିକ୍ ସୂଚନା ପହଞ୍ଚିପାରୁଛି ବୋଲି ରେଖା ଶର୍ମା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe