ନିଟ ପିଜି କାଉନସେଲିଂ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍‌, ସଂରକ୍ଷଣକୁ ନେଇ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ସର୍ବଭାରତୀୟ ସଂରକ୍ଷଣ ଅଧୀନରେ ଓବିସି ଓ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ସଂରକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଏହାର ବୈଧତା ଉପରେ ନିଷ୍ପତ୍ତି ହେବା ଯାଏ ନିଟ ପିଜି କାଉନସେଲିଂକୁ ସ୍ଥଗିତ ରଖିବା ପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମରେ ଓବିସି ବର୍ଗର ପିଲାମାନଙ୍କ ପାଇଁ ୨୭% ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ୧୦%ର ସଂରକ୍ଷଣ ବ୍ୟବସ୍ଥା ରହିବ […]

NEET

Hemant Lenka
  • Published: Monday, 25 October 2021
  • , Updated: 25 October 2021, 12:15 PM IST

ନୂଆଦିଲ୍ଲୀ: ସର୍ବଭାରତୀୟ ସଂରକ୍ଷଣ ଅଧୀନରେ ଓବିସି ଓ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ସଂରକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଏହାର ବୈଧତା ଉପରେ ନିଷ୍ପତ୍ତି ହେବା ଯାଏ ନିଟ ପିଜି କାଉନସେଲିଂକୁ ସ୍ଥଗିତ ରଖିବା ପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମରେ ଓବିସି ବର୍ଗର ପିଲାମାନଙ୍କ ପାଇଁ ୨୭% ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ୧୦%ର ସଂରକ୍ଷଣ ବ୍ୟବସ୍ଥା ରହିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ବିରୋଧ କରି ଏକାଧିକ ପିଟିସନ ସୁପ୍ରିମକୋର୍ଟରେ କରାଯାଇଥିଲା।

ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହାର ଶୁଣାଣି କରି ନିଟ ପିଜି କାଉନସେଲିଂ ଉପରେ ରୋକ ଲଗାଇ ଦେଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ସୁପ୍ରିମକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନ ନେବା ଯାଏ କାଉନସେଲିଂ ଆରମ୍ଭ ହେବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜ ପକ୍ଷ ରଖିଥିଲେ।

ସୂଚନାଯୋଗ୍ୟ, ସର୍ବଭାରତୀୟ ସଂରକ୍ଷଣ ଯୋଜନା ଅଧୀନରେ ଓବିସି ଓ ଆର୍ଥିକ ପଛୁଆ ବର୍ଗର ପିଲାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇଛି। ଅଣ୍ଡରଗ୍ରାଜ୍ୟୁଏଟ ଓ ପୋଷ୍ଟ ଗ୍ରାଜ୍ୟୁଏଟ ପାଠ୍ୟକ୍ରମ ପାଇଁ ଏହି ନିୟମ ଲାଗୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କହିଥିଲେ। ଏହି ସଂରକ୍ଷଣ ବ୍ୟବସ୍ଥା ଏମବିବିଏସ୍, ଏମଡି, ଏମଏସ୍, ବିଡିଏସ୍‌, ଏମଡିଏସ୍‌ ଓ ଡିପ୍ଲୋମା ମେଡିକାଲ ପାଠ୍ୟକ୍ରମ ପାଇଁ ଚଳିତ ଶିକ୍ଷାବର୍ଷ ଠାରୁ ଲାଗୁ ହେବାର ଅଛି।

ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ପ୍ରତିବର୍ଷ ଏମବିବିଏସ୍‌ରେ ଓବିସି ବର୍ଗର ପ୍ରାୟ ୧୫ଶହ ଛାତ୍ରଛାତ୍ରୀ ଓ ପୋଷ୍ଟ ଗ୍ରାଜ୍ୟୁଏଟରେ ୨୫ଶହ ଓବିସି ଶିକ୍ଷାର୍ଥୀଙ୍କୁ ଫାଇଦା ମିଳିବ। ସେହିପରି ଏମବିବିଏସ୍‌ରେ ଆର୍ଥିକ ପଛୁଆ ବର୍ଗର ୫୫୦ ଶିକ୍ଷାର୍ଥୀ ଓ ପୋଷ୍ଟ ଗ୍ରାଜ୍ୟୁଏସନରେ ଆର୍ଥିକ ପଛୁଆ ବର୍ଗର ୧୦୦୦ ଶିକ୍ଷାର୍ଥୀ ଲାଭବାନ ହେବେ ବୋଲି କୁହାଯାଉଛି।

ଓବିସି ଓ ଆର୍ଥିକ ପଛୁଆ ବର୍ଗର ଶିକ୍ଷାର୍ଥୀମାନେ ଏବେ ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଦେଶର ଯେକୌଣସି ରାଜ୍ୟରେ ସିଟ୍‌ ପାଇଁ ଆବେଦନ କରିପାରିବେ। ଏହା କେନ୍ଦ୍ରର ସଂରକ୍ଷଣ ବ୍ୟବସ୍ଥା ହୋଇଥିବାରୁ କେନ୍ଦ୍ର ସରକାର ନୋଟିଫାଏ କରିଥିବା ଓବିସିମାନେ ଏହାର ସୁବିଧା ଉଠାଇପାରିବେ।

Related story