ଉଦ୍ଧବ ଠାକେରଙ୍କୁ ମଶାଲ ଚିହ୍ନ, ପାର୍ଟିର ନାଁ ବି ବଦଳିଲା

ମୁମ୍ବାଇ: ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦରେ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଦ୍ଧବ ଠାକରେଙ୍କୁ ଆଜି ନିର୍ବାଚନ କମିଶନ ମଶାଲ ଚିହ୍ନ ଦେଇଛନ୍ତି। ଏଥିସହ ତାଙ୍କ ରାଜନୀତିକ ପାର୍ଟିର ନାଁ ମଧ୍ୟ ବଦଳିଛି। ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ଶିବସେନା ଉପରେ ନିଜର ହକ ଜାହିର କରୁଥିଲେ। ହେଲେ ପ୍ରଥମେ ନିର୍ବାଚନ କମିଶନ ଶିବସେନାର ଦଳୀୟ ଚିହ୍ନ ‘ଧନୁ ଓ ତୀର’ର ବ୍ୟବହାର ଉପରେ ରୋକ ଲଗାଇଥିଲେ ବା […]

shivsean

  • Published: Monday, 10 October 2022
  • , Updated: 10 October 2022, 09:47 PM IST

ମୁମ୍ବାଇ: ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦରେ ନିର୍ବାଚନ କମିଶନ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଦ୍ଧବ ଠାକରେଙ୍କୁ ଆଜି ନିର୍ବାଚନ କମିଶନ ମଶାଲ ଚିହ୍ନ ଦେଇଛନ୍ତି। ଏଥିସହ ତାଙ୍କ ରାଜନୀତିକ ପାର୍ଟିର ନାଁ ମଧ୍ୟ ବଦଳିଛି। ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ଶିବସେନା ଉପରେ ନିଜର ହକ ଜାହିର କରୁଥିଲେ।

ହେଲେ ପ୍ରଥମେ ନିର୍ବାଚନ କମିଶନ ଶିବସେନାର ଦଳୀୟ ଚିହ୍ନ ‘ଧନୁ ଓ ତୀର’ର ବ୍ୟବହାର ଉପରେ ରୋକ ଲଗାଇଥିଲେ ବା ଏହାକୁ ଅଚଳ କରିଥିଲେ। ଏହାପରେ ଦୁଇ ଗୋଷ୍ଠୀଙ୍କୁ ଉପଲବ୍ଧ ଥିବା ଦଳୀୟ ଚିହ୍ନ ପାଇଁ ଆବେଦନ କରିବାକୁ କହିଥିଲେ। ଉଦ୍ଧବ ଗୋଷ୍ଠୀ ତା’ର ଆବେଦନ ଅନୁସାରେ ଆଜି ମଶାଲ ଚିହ୍ନ ପାଇଛି। ହେଲେ ସିନ୍ଦେ ଗୋଷ୍ଠୀ ଚିହ୍ନ ପାଇଁ କରିଥିବା ଆବେଦନକୁ ଇସି ଅଗ୍ରାହ୍ୟ କରିଛନ୍ତି। ଏହି ଗୋଷ୍ଠୀଙ୍କୁ ପୁଣିଥରେ ଉପଲବ୍ଧ ଥିବା ଚିହ୍ନ ପାଇଁ ଆବେଦନ କରିବାକୁ କୁହାଯାଇଛି।

ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କୁ ଆଜି ନିର୍ବାଚନ କମିଶନ ନୂଆ ରାଜନୀତିକ ଦଳର ନାଁ ମଧ୍ୟ ଦେଇଛନ୍ତି। ଉଦ୍ଧବ ଠାକରେଙ୍କ ଦଳର ନାଁ ରହିଛି ଶିବସେନା ଉଦ୍ଧବ ବାଲାସାହେବ ଠାକରେ। ସେହିପରି ସିନ୍ଦେ ଗୋଷ୍ଠୀଙ୍କ ନାଁ ବାଲସାହେବଚି ଶିବସେନା ବା ବାଲାସାହେବଙ୍କ ଶିବସେନା ରଖାଯାଇଛି। ତାଲିକାରେ ନଥିବା ଚିହ୍ନ ସିନ୍ଦେ ଗୋଷ୍ଠୀ ମାଗିଥିବାରୁ ଇସି ଏହାକୁ ଅଗ୍ରାହ୍ୟ କରିଛନ୍ତି। ତ୍ରିଶୁଳ, ଉଦୟ ସୂର୍ଯ୍ୟ ଓ ଗଦା ଚିହ୍ନ ପାଇଁ ସିନ୍ଦେ ଗୋଷ୍ଠୀ ଆବେଦନ କରିଥିଲା। ହେଲେ ଏହା ତାଲିକାରେ ନଥିବାରୁ ଇସି କୌଣସି ଚିହ୍ନ ଦେଇ ନାହାନ୍ତି। ଏହି ଗୋଷ୍ଠୀଙ୍କୁ ପୁଣିଥରେ ଚିହ୍ନ ପାଇଁ ଆବେଦନ କରିବାକୁ କୁହାଯାଇଛି।

Related story