ଜମ୍ମୁ-କଶ୍ମୀରରେ ହତ୍ୟାକୁ ନେଇ ଦିଲ୍ଲୀ ଓ ୟୁପି ସମେତ ୧୮ ସ୍ଥାନରେ ଏନଆଇଏ ରେଡ୍‌

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାରେ ଆକ୍ସନ ମୋଡକୁ ଆସିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଆଜି ଏନଆଇଏ ପକ୍ଷରୁ ଜମ୍ମୁ-କଶ୍ମୀର ସମେତ ଦିଲ୍ଲୀ ଓ ୟୁପିରେ ଏକକାଳୀନ ରେଡ୍‌ କରାଯାଇଛି। ଆତଙ୍କ ବିରୋଧୀ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ଓ ସାଧାରଣ ଲୋକଙ୍କ ହତ୍ୟାର ଖିଅ ଖୋଜିବାକୁ ଆଜି ଏନଆଇଏ ପକ୍ଷରୁ ୧୮ଟି ସ୍ଥାନରେ ଚଢ଼ଉ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କୀ ସଂଗଠନର ତୃଣମୂଳସ୍ତରରେ ଥିବା ନେଟୱର୍କର ପର୍ଦ୍ଦାଫାସ […]

NIA

Hemant Lenka
  • Published: Tuesday, 12 October 2021
  • , Updated: 12 October 2021, 11:23 AM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାରେ ଆକ୍ସନ ମୋଡକୁ ଆସିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଆଜି ଏନଆଇଏ ପକ୍ଷରୁ ଜମ୍ମୁ-କଶ୍ମୀର ସମେତ ଦିଲ୍ଲୀ ଓ ୟୁପିରେ ଏକକାଳୀନ ରେଡ୍‌ କରାଯାଇଛି। ଆତଙ୍କ ବିରୋଧୀ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ଓ ସାଧାରଣ ଲୋକଙ୍କ ହତ୍ୟାର ଖିଅ ଖୋଜିବାକୁ ଆଜି ଏନଆଇଏ ପକ୍ଷରୁ ୧୮ଟି ସ୍ଥାନରେ ଚଢ଼ଉ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କୀ ସଂଗଠନର ତୃଣମୂଳସ୍ତରରେ ଥିବା ନେଟୱର୍କର ପର୍ଦ୍ଦାଫାସ କରିବାକୁ ଏନଆଇଏ କେନ୍ଦ୍ରୀୟ କଶ୍ମୀରର ଏକାଧିକ ସ୍ଥାନକୁ ଟାର୍ଗେଟ କରିଛି। ଜମ୍ମୁ-କଶ୍ମୀର ଓ ଏହାର ଆଖପାଖ ଅଞ୍ଚଳରେ ଲସ୍କର-ଇ-ତାଏବା, ଜୈଶ-ଇ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ, ଅଲ ବଦର ଓ ଅନ୍ୟାନ୍ୟ ଆତଙ୍କୀ ସଂଗଠନ ସହ ସମ୍ପର୍କ ରଖିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରାଯାଉଛି। କଶ୍ମୀରର ଅନନ୍ତନାଗ ଓ ପୁଲୱାମା ଭଳି ଅଞ୍ଚଳରେ ଏନଆଇଏ ରେଡ କରିଛି। ବର୍ତ୍ତମାନ ରେଡ ଚାଲିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ। ଦିଲ୍ଲୀରେ କିଛି ଆତଙ୍କୀ ସମର୍ଥକ ରହୁଥିବା ବି ଖବର ମିଳିଛି। 

ଅନ୍ୟପକ୍ଷରେ ଗୋଟିଏ ପଟେ ଏନଆଇଏ ରେଡ କରୁଥିବା ବେଳେ ଅନ୍ୟପଟେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିୟମ ଖବର ମିଳିଛି। ଶୋପିଆନରେ ୩ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ପୁଞ୍ଚ ଓ ଏହାର ଆଖପାଖ ଅଞ୍ଚଳରେ ଏନକାଉଣ୍ଟର ଜାରି ରହିଛି।

ସୂଚନାଯୋଗ୍ୟ, ଗତକାଲି ପୁଞ୍ଚ ସେକ୍ଟର୍‌ରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଜେସିଓଙ୍କ ସମେତ ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ସେବେଠାରୁ ସୁରକ୍ଷାକର୍ମୀମାନେ ପୂରା ଘାଟିରେ ହାଇଆଲର୍ଟ ଜାରି କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ସେହିପରି ଆଉ କିଛି ଦିନ ପୂର୍ବରୁ ଆତଙ୍କବାଦୀମାନେ ୫ରୁ ଅଧିକ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରିଥିଲେ।

Related story