‘ବିଦା ହେବା ଭୟରେ ମୁଖ୍ୟମନ୍ତ୍ରୀ ବି ଖୁସି ନାହାନ୍ତି’ ବାଣ ମାରିଲେ ଗଡ଼କରୀ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ହଠାତ୍‌ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀମାନଙ୍କୁ ବଦଳି କରି ଦିଆଯାଉଛି। ପୂର୍ବରୁ କର୍ଣ୍ଣାଟକା ଓ ଉତ୍ତରାଖଣ୍ଡରେ ହଠାତ୍‌ ମୁଖ୍ୟମନ୍ତ୍ରୀମାନେ ବଦଳି ହୋଇଥିବା ବେଳେ ଏବେ ଗୁଜରାଟରେ ସମାନ ସ୍ଥିତି ଉପଯିଛି। ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ମୁଖ୍ୟମନ୍ତ୍ରୀ ଅଦଳବଦଳ ରାଜନୀତିକୁ ନେଇ ଦମଦାର ବାଣ ମାରିଛନ୍ତି। ତାଙ୍କର ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ମୁଖ୍ୟମନ୍ତ୍ରୀ ଖୁସି କାହିଁକି ହୋଇ ପାରୁନାହାନ୍ତି, ସେ ବିଷୟରେ କହିଛନ୍ତି। ଜଣେ ରାଜନେତା କେବେ […]

Nitin-Gadkari

Hemant Lenka
  • Published: Tuesday, 14 September 2021
  • , Updated: 14 September 2021, 05:36 PM IST

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ହଠାତ୍‌ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀମାନଙ୍କୁ ବଦଳି କରି ଦିଆଯାଉଛି। ପୂର୍ବରୁ କର୍ଣ୍ଣାଟକା ଓ ଉତ୍ତରାଖଣ୍ଡରେ ହଠାତ୍‌ ମୁଖ୍ୟମନ୍ତ୍ରୀମାନେ ବଦଳି ହୋଇଥିବା ବେଳେ ଏବେ ଗୁଜରାଟରେ ସମାନ ସ୍ଥିତି ଉପଯିଛି। ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ମୁଖ୍ୟମନ୍ତ୍ରୀ ଅଦଳବଦଳ ରାଜନୀତିକୁ ନେଇ ଦମଦାର ବାଣ ମାରିଛନ୍ତି।

ତାଙ୍କର ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ମୁଖ୍ୟମନ୍ତ୍ରୀ ଖୁସି କାହିଁକି ହୋଇ ପାରୁନାହାନ୍ତି, ସେ ବିଷୟରେ କହିଛନ୍ତି। ଜଣେ ରାଜନେତା କେବେ ହେଲେ ଖୁସି ହୋଇପାରିବ ନାହିଁ। ଏପରି କି ରାଜନେତା ଜଣଙ୍କ ମୁଖ୍ୟମନ୍ତ୍ରୀ ହୋଇଗଲେ ମଧ୍ୟ ସେ ସବୁବେଳେ ଚିନ୍ତାରେ ରହିବେ। କାରଣ କେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରି ଦିଆଯିବ, ସେକଥା ଭାବିଭାବି ସେ ଖୁସି ହୋଇ ପାରନ୍ତି ନାହିଁ ବୋଲି ଗଡ଼କରୀ କହିଛନ୍ତି।

ରାଜସ୍ଥାନ ବିଧାନସଭାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଡ଼କରୀ କହିଛନ୍ତି, “ବିଧାୟକମାନେ ମନ୍ତ୍ରୀ ହୋଇ ପାରୁ ନଥିବାରୁ ଖୁସି ହେଉନାହାନ୍ତି। ମନ୍ତ୍ରୀମାନେ ଭଲ ବିଭାଗ ପାଉ ନଥିବାରୁ ଖୁସି ହୋଇପାରୁ ନାହାନ୍ତି। ଭଲ ବିଭାଗ ପାଇଥିବା ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀ ହୋଇ ପାରୁ ନଥିବାରୁ ଖୁସି ହେଉନାହାନ୍ତି। ମୁଖ୍ୟମନ୍ତ୍ରୀମାନେ ଜାଣିନାହାନ୍ତି ସେମାନେ କେତେ ଦିନ ଏହି ପଦରେ ରହିବେ। ତେଣୁ ସେକଥା ଭାବି ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଚିନ୍ତାରେ ରହୁଛନ୍ତି।”


ସେ ଆହୁରି କହିଛନ୍ତି, ଧାଡ଼ିର ଶେଷରେ ଛିଡ଼ା ହୋଇଥିବା ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ହିଁ ରାଜନୀତିର ମୂଲ ଉଦ୍ଦେଶ୍ୟ। କିନ୍ତୁ ଦୁର୍ଭାଗ୍ୟବଶତଃ ଏବେ ରାଜନୀତିର ଅର୍ଥ କ୍ଷମତା ହାସଲରେ ପରିଣତ ହୋଇଛି। ରାଜନୀତି ହେଉଛି ସାମଜିକ ଓ ଅର୍ଥନୀତି ପରିବର୍ତ୍ତନ ଆଣିବାର ଗୋଟିଏ ଇନଷ୍ଟ୍ରୁମେଣ୍ଟ। ରାଜନେତାମାନେ ଯେଉଁ ପଦରେ ରହିଲେ ମଧ୍ୟ ଲୋକଙ୍କ ସେବା କରିବା ଦରକାର ବୋଲି ସେ କହିଛନ୍ତି।

Related story