ଗୁଜରାଟ ନିର୍ବାଚନ ପାଇଁ  ବିଜେପିର ନୀତିନ ଗଡକରୀ ଷ୍ଟାରପ୍ରଚାରକ

ନୂଆଦିଲ୍ଲୀ: ଆସନ୍ତା ମାସରେ ଗୁଜୁରାଟରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା , କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡକରୀ ପ୍ରମୁଖ ନେତା ଅଛନ୍ତି। ବିଶେଷ କରି ଦଳ କ୍ରାଉଡ ପୁଲରମାନଙ୍କୁ ଗୁରୁତ୍ୱ ଦେଇଛି।  ସେହିପରି ଏହି ତାଲିକାରେ ଗୁଜରାଟ ବିଜେପି ମୁଖ୍ୟ ସିଆର ପାଟିଲ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ , କେନ୍ଦ୍ରମନ୍ତ୍ରୀ […]

Nitin-Gadkari

  • Published: Friday, 11 November 2022
  • , Updated: 11 November 2022, 08:48 PM IST

ନୂଆଦିଲ୍ଲୀ: ଆସନ୍ତା ମାସରେ ଗୁଜୁରାଟରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା , କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡକରୀ ପ୍ରମୁଖ ନେତା ଅଛନ୍ତି। ବିଶେଷ କରି ଦଳ କ୍ରାଉଡ ପୁଲରମାନଙ୍କୁ ଗୁରୁତ୍ୱ ଦେଇଛି।  ସେହିପରି ଏହି ତାଲିକାରେ ଗୁଜରାଟ ବିଜେପି ମୁଖ୍ୟ ସିଆର ପାଟିଲ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ , କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ସ୍ମୃତି ଇରାନୀ ସ୍ଥାନ ପାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ  ଶିବରାଜ ସିଂ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଷ୍ଟାର ପ୍ରଚାରକ ଭାବେ କ୍ୟାମ୍ପେନିଂ କରିବେ। ଏଥିରେ  ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କଙ୍କୁ ମଧ୍ୟ  ଅନ୍ତର୍ଭୁକ୍ତ କରାଯାଇଛି।

ଏହା ପୂର୍ବରୁ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଗୁରୁବାର ୧୬୦ଜଣିଆ ପ୍ରାର୍ଥୀତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଡିଆ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭୀ ମଜୁରା ଆସନରୁ ପ୍ରାର୍ଥୀ ହେବେ । କ୍ରିକେଟ ତାରକା ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାଭା ଜାଡେଜା ଉତ୍ତର ଜାମନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ହାର୍ଦ୍ଦିକ ପଟେଲ ବିରାମଗାମ ବିଧାନସଭା ଆସନରୁ ପ୍ରାର୍ଥୀ ହେବେ । ଅନ୍ୟପଟେ ବିଜୟ ରୂପାନି, ନୀତିନ ପଟେଲ, ଭୂପେନ୍ଦ୍ର ଚୂଡାସାମା, ସୌରଭ ପଟେଲ ଓ ଆର୍‍.ସି. ଫାଲଦୁଙ୍କ ଭଳି ବରିଷ୍ଠ ବିଜେପି ନେତା ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ।  ଏନେଇ ସେମାନେ ଦଳକୁ ପତ୍ର ଲେଖି ଅବଗତ କରାଇଛନ୍ତି । ୨୦୧୭ ନିର୍ବାଚନରେ ବିଜୟୀ ହୋଇଥିବା ୩୮ଟି ବିଧାନସଭା ଆସନରେ ଚଳିତଥର ବିଜେପି ଏହାର ପ୍ରାର୍ଥୀ ପରିବର୍ତ୍ତନ କରିଛି ।

Related story