ବିହାରରେ ମଦ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ପାଟନା: ବିହାରରେ ମଦକୁ ବାରଣ କରାଯାଇଛି। ତଥାପି ରାଜ୍ୟରେ ବିଷାକ୍ତ ମଦ ପିଇ ୪୦ ଜଣଙ୍କ ମୃତ୍ୟୁ ଘଟିବା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଏନେଇ ବିହାର ମୁଖ୍ୟମନ୍ତ୍ରୀ ମନ୍ତ୍ରୀସ୍ତରୀୟ ବୈଠକ ଡାକିବା ସହ ମଦ ଉପରେ ଲଗାଯାଇଥିବା କଟକଣାକୁ କଡ଼ାକଡ଼ି କରିବାକୁ ଆଲୋଚନା ହୋଇଥିଲା। ସେହିପରି ମଦ ମୃତ୍ୟୁ ରୋକିବା ପାଇଁ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା। ୨୦୧୫ରେ ବିହାରର ନୀତିଶ ସରକାର ମଦ କୁ ପରେ ବାଣ କରିଥିଲେ। ୨୦୧୬ରେ ଏହି ନିୟମକୁ କାର୍ଯ୍ୟକାରୀ […]

Nitish-Kumar

Nitish-Kumar

Tapas Behera
  • Published: Monday, 08 November 2021
  • Updated: 08 November 2021, 08:24 PM IST

Sports

Latest News

ପାଟନା: ବିହାରରେ ମଦକୁ ବାରଣ କରାଯାଇଛି। ତଥାପି ରାଜ୍ୟରେ ବିଷାକ୍ତ ମଦ ପିଇ ୪୦ ଜଣଙ୍କ ମୃତ୍ୟୁ ଘଟିବା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଏନେଇ ବିହାର ମୁଖ୍ୟମନ୍ତ୍ରୀ ମନ୍ତ୍ରୀସ୍ତରୀୟ ବୈଠକ ଡାକିବା ସହ ମଦ ଉପରେ ଲଗାଯାଇଥିବା କଟକଣାକୁ କଡ଼ାକଡ଼ି କରିବାକୁ ଆଲୋଚନା ହୋଇଥିଲା। ସେହିପରି ମଦ ମୃତ୍ୟୁ ରୋକିବା ପାଇଁ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା। ୨୦୧୫ରେ ବିହାରର ନୀତିଶ ସରକାର ମଦ କୁ ପରେ ବାଣ କରିଥିଲେ।

୨୦୧୬ରେ ଏହି ନିୟମକୁ କାର୍ଯ୍ୟକାରୀ କରାଯାଇଥିଲା। ବିହାରର ପଶ୍ଚିମ ଚମ୍ପାରଣ ଏବଂ ଗୋପାଳଗଞ୍ଚ ଜିଲ୍ଲାରେ ବିଷାକ୍ତ ମଦ ପିଇ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ ହୋଇଥିବା ବେଳେ ଚୋରା ମଦର ବନ୍ୟା ଛୁଟିଥିବାରୁ ଏଭଳି ବିଭୀଷିକା ସୃଷ୍ଟି ହୋଇଛି। ଏହି ଘଟଣା ପରେ ପୁଲିସ ପ୍ରଶାସନ ତତ୍ପରତାର ସହ ଉଭୟ ଜିଲ୍ଲାର ଶତାଧିକ ସ୍ଥାନରେ ଚଢ଼ଉ କରିଛି ।

୬୦ ଜଣଙ୍କୁ ଗିରଫ କରାଯାଇଛି। ବିହାର ମନ୍ତ୍ରୀ ଜନକ ରାମ ଗୋପାଳଗଂଜ ସ୍ଥିତି ସଂକ୍ରାନ୍ତରେ ଅବଗତ ହୋଇଛନ୍ତି। ଚୋରା ମଦ କାରବାରକୁ ରୋକିବା ପାଇଁ ଅଧିକ କଠୋର ପଦକ୍ଷେପ ନିମନ୍ତେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବିହାର ମଦମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ ଆର୍‌ଜେଡି ସରକାରକୁ ଘେରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos