ମୋଦିଙ୍କ ବିରୋଧରେ ମଙ୍ଗ ଧରିବେ ନୀତୀଶ ! ୫ରେ ଦିଲ୍ଲୀ ମିଶନ

ନୂଆଦିଲ୍ଲୀ: ହାତରେ ଆଉ ମାତ୍ର ବର୍ଷଟିଏ ବାକି। ଏହା ପରେ ୨୦୨୪ ସାଧାରଣ ନିର୍ବାଚନ। ଆଉ କେନ୍ଦ୍ରରେ ଥିବା ବିଜେପି ସରକାରକୁ ମୁକାବିଲା ପାଇଁ ବିରୋଧୀ ଆରମ୍ଭ କଲେଣି ରଣନୀତି। ବିଜେପି ବିରୋଧରେ ଏକାଠି ହେବା ପାଇଁ ଆରମ୍ଭ ହୋଇଛି କସରତ।ଏଥିପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ସେପ୍ଟେମ୍ବର ୫ରେ ଦିଲ୍ଲୀ ଯାଇପାରନ୍ତି। ସେଠାରେ ସେ ବିରୋଧୀ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟି ୨୦୨୪ ନିର୍ବାଚନ ସମ୍ପର୍କରେ […]

Modi Nitish

  • Published: Saturday, 03 September 2022
  • , Updated: 04 September 2022, 08:27 AM IST

ନୂଆଦିଲ୍ଲୀ: ହାତରେ ଆଉ ମାତ୍ର ବର୍ଷଟିଏ ବାକି। ଏହା ପରେ ୨୦୨୪ ସାଧାରଣ ନିର୍ବାଚନ। ଆଉ କେନ୍ଦ୍ରରେ ଥିବା ବିଜେପି ସରକାରକୁ ମୁକାବିଲା ପାଇଁ ବିରୋଧୀ ଆରମ୍ଭ କଲେଣି ରଣନୀତି। ବିଜେପି ବିରୋଧରେ ଏକାଠି ହେବା ପାଇଁ ଆରମ୍ଭ ହୋଇଛି କସରତ।ଏଥିପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ସେପ୍ଟେମ୍ବର ୫ରେ ଦିଲ୍ଲୀ ଯାଇପାରନ୍ତି। ସେଠାରେ ସେ ବିରୋଧୀ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟି ୨୦୨୪ ନିର୍ବାଚନ ସମ୍ପର୍କରେ ଆଲୋଚନା କରିପାରନ୍ତି ନୀତୀଶ କୁମାର। ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ବାମପନ୍ଥୀ ନେତାଙ୍କୁ ଭେଟି ବିଜେପିକୁ ୨୦୨୪ରେ ଚେକ ଦେବା ପାଇଁ ଆଲୋଚନା କରିପାରନ୍ତି।  ପାଟନାରେ ୨ ଦିନ ଧରି ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଥିଲା।

ଫୋକସରେ ଥିଲା ୨୦୨୪ ସାଧାରଣ ନିର୍ବାଚନ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାକୁ ନୀତୀଶ କୁମାରଙ୍କୁ ଦଳ ପକ୍ଷରୁ ନେତା ଭାବେ ପ୍ରସ୍ତାବ ଆସିଥିଲା। ନିକଟରେ ବିଜେପି ହାତ ଛାଡ଼ି ମହାମେଣ୍ଟ ସହ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଯାଉଛନ୍ତି ନୀତିଣ କୁମାର।  ନୀତୀଶ କୁମାର ଦଳୀୟ କର୍ମୀଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇ କହିଛନ୍ତି ଯେ, ସମସ୍ତ ମତଭେଦ ଭୁଲି ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟ କରନ୍ତୁ। ମୁଁ ୨ଦିନ ପରେ ଦିଲ୍ଲୀ ଯିବି। ସେଠାରେ ବିଭିନ୍ନ ଦଳର ନେତାଙ୍କ ସହ କଥା ହେବି। ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ବିରୋଧୀଙ୍କୁ ଏକଜୁଟ କରିବାକୁ ହେବ।

୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଏକଜୁଟ ହେଲେ ସହଜରେ ବିଜେପିକୁ ପରାସ୍ତ କରି ହେବ। ସେଥିପାଇଁ ଏବେଠୁ ପ୍ରସ୍ତୁତି ଜରୁରୀ। ଏହା ପୂର୍ବରୁ ରାଜ୍ୟସଭା ସାଂସଦ ତଥା ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦୀ କହିଥିଲେ ଯେ ବର୍ତ୍ତମାନ ଅରୁଣାଚଳ ପ୍ରଦେଶ ପରେ ମଣିପୁର ମଧ୍ୟ ଜେଡି(ୟୁ) ମୁକ୍ତ ହୋଇଛି। ଖୁବ୍ ଶୀଘ୍ର ଆମେ ବିହାରରେ ଜେଡିୟୁ-ଆରଜେଡି ଗଠବନ୍ଧନ ଭାଙ୍ଗି ରାଜ୍ୟକୁ ଜେଡିୟୁ ମୁକ୍ତ କରିବୁ। ନୀତୀଶଙ୍କୁ ଟା‌ର୍ଗେଟ କରି ସେ କହିଥିଲେ ଯେ, ହୋର୍ଡିଙ୍ଗ ଏବଂ ପୋଷ୍ଟର ଲଗାଇ କେହି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

Related story