ସଫା ସଫା କହିଲେ କ୍ୟାପ୍ଟେନ: ପୁରୁଣା ଘରକୁ ଫେରିବି ନାହିଁ

ନୂଆଦିଲ୍ଲୀ: ଘର ବାହୁଡ଼ା କରିପାରନ୍ତି କ୍ୟାପ୍ଟେନ୍‌। ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି କ୍ୟାପ୍ଟେନ୍‌ ? ପୁଣି କଂଗ୍ରେସ ସହ ବୁଝାମଣା କରି ଦଳକୁ ବ୍ୟାକ କରିବା ନେଇ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ନାମରେ ଚର୍ଚ୍ଚା ହେଉଥିଲା। ହେଲେ ଏହି ଆଲୋଚନା ଓ ଚର୍ଚ୍ଚାକୁ ଦୃଢ଼ତାର ସହ ଖଣ୍ଡନ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ  ଅମରିନ୍ଦର ସିଂ। କହିଛନ୍ତି ସେ ସବୁ ରିପୋର୍ଟର କୌଣସି ଆଧାର ନାହିଁ  କି ବାସ୍ତବତା ନାହିଁ । କଂଗ୍ରେସ ସହ ଆଲୋଚନାର ସମୟ ସରି […]

amrinder singh

amrinder singh

Tapas Behera
  • Published: Saturday, 30 October 2021
  • Updated: 30 October 2021, 08:37 PM IST

Sports

Latest News

ନୂଆଦିଲ୍ଲୀ: ଘର ବାହୁଡ଼ା କରିପାରନ୍ତି କ୍ୟାପ୍ଟେନ୍‌। ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି କ୍ୟାପ୍ଟେନ୍‌ ? ପୁଣି କଂଗ୍ରେସ ସହ ବୁଝାମଣା କରି ଦଳକୁ ବ୍ୟାକ କରିବା ନେଇ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ନାମରେ ଚର୍ଚ୍ଚା ହେଉଥିଲା। ହେଲେ ଏହି ଆଲୋଚନା ଓ ଚର୍ଚ୍ଚାକୁ ଦୃଢ଼ତାର ସହ ଖଣ୍ଡନ କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ  ଅମରିନ୍ଦର ସିଂ। କହିଛନ୍ତି ସେ ସବୁ ରିପୋର୍ଟର କୌଣସି ଆଧାର ନାହିଁ  କି ବାସ୍ତବତା ନାହିଁ । କଂଗ୍ରେସ ସହ ଆଲୋଚନାର ସମୟ ସରି ଯାଇଛି। ହେଲେ ମତେ ସମର୍ଥନ କରିଥିବାରୁ ମୁଁ ସୋନିଆ ଗାନ୍ଧିଙ୍କ ନିକଟରେ କୃତଜ୍ଞ ବୋଲି ଅମରିନ୍ଦର ସିଂ କହିଛନ୍ତି।

କଂଗ୍ରେସରୁ ଛାଡ଼ିବା ପରେ କ୍ୟାପଟେନ୍‌ ତାଙ୍କର ନୂଆ ଦଳ ଗଠନ ନେଇ ଘୋଷଣା କରିଥିଲେ। ଏହାରି ଭିତରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିସାରିଛନ୍ତି। ତେବେ ଅମରିନ୍ଦର କଂଗ୍ରେସ ଛାଡ଼ିବା ପରେ ଦଳର ଭୋଟ୍‌ ବ୍ୟାଙ୍କ ପ୍ରଭାବିତ  ହେବା ନେଇ ଦଳ ଆଶଙ୍କା କରିଛି। ତେଣୁ  କଂଗ୍ରେସର କିଛି ବରିଷ୍ଠ ନେତା ଅମରିନ୍ଦରଙ୍କୁ ଦଳକୁ  ଫେରାଇ ଆଣିବା ପାଇଁ ଯୋଜନା କରୁଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହି ରିପୋର୍ଟରେ କୌଣସି ବାସ୍ତବତା ନାହିଁ ଏବଂ କ୍ୟାପ୍ଟେନ କେବେ ଦଳକୁ ଫେରିବେ ନାହିଁ ବୋଲି କହିଛନ୍ତି । କିଛି ଦିନ ପୂର୍ବରୁ  ଅମରିନ୍ଦର ସିଂ କହିଥିଲେ ସେ ଖୁବ୍ ଶୀଘ୍ର ତାଙ୍କର ନୂତନ ଦଳ ଗଠନ କରିବେ।  ତିନୋଟି କୃଷି ଆଇନ ଉପରେ କୃଷକଙ୍କ ସ୍ୱାର୍ଥରେ ସମାଧାନ ହେଲେ ୨୦୨୨ ମସିହାରେ ବିଜେପି ସହିତ ମେଣ୍ଟ ସହମତ ନେଇ ପ୍ରକାଶ କରିଥିଲେ ।

ପଞ୍ଜାବ ବିଧାନସଭା ନିର୍ବାଚନ କିଛି ମାସ ଥିବା ବେଳେ ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ସମାନ ବିଚାରଧାରାର ଦଳ ସହ ଏକ ମେଣ୍ଟ କରିବାକୁ ମଧ୍ୟ ଚିନ୍ତା କରୁଥବା କହିଥିଲେ ଅମରିନ୍ଦର ସିଂ । ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିବା କ୍ୟାପଟେନ୍ ନିଜ ଲୋକ ଏବଂ ରାଜ୍ୟର ଭବିଷ୍ୟତ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ବିଶ୍ରାମ ନେବେ ନାହିଁ ବୋଲି ସ୍ପଷ୍ଟୋକ୍ତି କରିଛନ୍ତି ।

ଅନ୍ୟପଟେ ଅମରିନ୍ଦର ସିଂ ନୂତନ ରାଜନୈତିକ ଦଳ ଗଠନ କରିବା ନିଜ ଗୋଡ଼ରେ କୁରାଢ଼ି ମାରିବା ସହ ସମାନ ବୋଲି କହିଛନ୍ତି ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା । ନୂଆ ଦଳ ଗଠନ କଲେ କ୍ୟାପଟେନ୍‌ଙ୍କ ନାଁରେ ଏକ ଦାଗ ରହିଯିବ । କଂଗ୍ରେସ ତାଙ୍କୁ ସମ୍ମାନ ଦେଇଛି ଏବଂ ସେ ଦଳରେ ଅନେକ ପଦବୀରେ କାମ କରି ଏପରି କରିବା ଠିକ୍ ହେବନି ବୋଲି ସେ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos