ନୂଆଦିଲ୍ଲୀ: ଲକ୍ଡାଉନ୍ ସପକ୍ଷରେ ନାହାନ୍ତି ଦିଲ୍ଲୀ ସରକାର। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ଧାରଣ କରିଥିଲେ ମଧ୍ୟ ଲକଡାଉନ୍ ସମ୍ଭାବନା ନାହିଁ ବୋଲି ଦିଲ୍ଲୀର ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି। ଦିଲ୍ଲୀରେ ଏବେ ୫,୫୦୦ଟି ନୂଆ ମାମଲା ଚିହ୍ନଟ ହୋଇଛି। ସେହିପରି ପଜିଟିଭିଟି ହାର ୬.୪୬ରୁ ୮.୫ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ସଂକ୍ରମଣର ମାତ୍ରା ବୃଦ୍ଧି ପାଇଥିଲେ ମଧ୍ୟ ଲକଡାଉନ୍ ହେବ ନାହିଁ ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀରେ ବର୍ତ୍ତମାନ ୫,୫୦୦ଟି ନୂଆ କେସ୍ ରହିଛି। ପଜିଟିଭିଟି ହାର ୮.୫ ପ୍ରତିଶତ ରହିଛି। କୋଭିଡ୍ ମୁକାବିଲା ପାଇଁ କିଛି କଟକଣାକକୁ କଡ଼ା କଡ଼ି କରାଯାଇଛି।
ପ୍ରତିଷେଧମୂଳକ ପଦକ୍ଷେପ ସୂରୁପ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ସରକାରୀ ଅଫିସରଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ହକୁଯାଇଛି। ବେସରକାରୀ କାର୍ଯ୍ୟାୟଳ ପାଇଁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କାରିବକୁ ପରାମର୍ଶ ଦିଆଯାଇଛି। ତେବେ ବସ୍ ଏବଂ ଦିଲ୍ଲୀ ମେଟ୍ରୋ ପୂର୍ଣ୍ଣ କ୍ଷମତା ସହ ଚାଲିବାକୁ ଅନୁମତି ଥିବା ସେ କହିଛନ୍ତି।
ସେପଟେ ୨ ଦିନ ମଧ୍ୟରେ ପଜିଟିଭିଟି ହାର ୫ ପ୍ରତିଶତରୁ ବୃଦ୍ଧି ପାଇଥିବାରୁ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଉଦ୍ବେଗ ପ୍ରକାଶ କରିଛନ୍ତି। ଦିଲ୍ଲୀରେ ଏବେ ୟେଲୋ ଆଲର୍ଟ ଜାରି କରାଯାଇଛି। ପରିସ୍ଥିତିକୁ ଦେଖି ଆଉ କିଛି କଟକଣା ନେଇ ବିଚାର କରୁଛି ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ। ବସ୍ ଏବଂ ମେଟ୍ରୋ ପାଇଁ ଶତପ୍ରତିଶତ କ୍ଷମତାରେ ଚାଲିବା ପାଇଁ କୁହାଯାଇଥିଲେ ମଧ୍ୟ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ତେବେ କରୋନା ମାମଲାକୁ ନେଇ ବ୍ୟତିବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଆଜି ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହୋଇଥିବା କହିଛନ୍ତି।
ଦିଲ୍ଲୀରେ ଏବେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ତେବେ ଜାନୁଆରୀର ମଧ୍ୟଭାଗରେ ଦିଲ୍ଲୀରେ ଦୈନିକ କେସ୍ ୨୦ରୁ ୨୫ ହଜାର କେସ୍ ଛୁଇଁବା ନେଇ ଆକଳନ କରାଯାଉଛି। ତେଣୁ ହସପିଟାଲରେ ରୋଗୀଙ୍କ ସଂଖ୍ୟ ବୃଦ୍ଧି ପାଇବା ନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକଳନ କରୁଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।