ଟିକା ପ୍ରମାଣପତ୍ର ନ ଦେଖାଇଲେ ମିଳିବନି ଦରମା

ଚଣ୍ଡିଗଡ଼: କରୋନା ବିରୋଧୀ ଟିକା ଇଚ୍ଛାଧୀନ ଥିଲେ ମଧ୍ୟ ପଞ୍ଜାବ ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି। ବିଶେଷ କରି ପଞ୍ଜାବର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ନିୟମ ବାଧ୍ୟତାମୂଳକ କରାଯାଇଛି। କର୍ମଚାରୀମାନେ ମାସିକ ଦରମା ପାଇଁ ଟିକା ପ୍ରମାଣପତ୍ର ଦେଖାଇବା ଜରୁରୀ ବୋଲି ଆଜି ପଞ୍ଜାବ ସରକାର କହିଛନ୍ତି। ସରକାର କହିଛନ୍ତି, ଜଣେ କର୍ମଚାରୀଙ୍କୁ ଦରମା ପାଇଁ ଟିକାର ଦୁଇଟି କିମ୍ବା ଅତିକମରେ ଗୋଟିଏ ଡୋଜ୍‌ ଟିକା ନେଇଛନ୍ତି ବୋଲି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସବୁ କର୍ମଚାରୀ […]

Money

Hemant Lenka
  • Published: Wednesday, 22 December 2021
  • , Updated: 22 December 2021, 07:10 PM IST

ଚଣ୍ଡିଗଡ଼: କରୋନା ବିରୋଧୀ ଟିକା ଇଚ୍ଛାଧୀନ ଥିଲେ ମଧ୍ୟ ପଞ୍ଜାବ ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି। ବିଶେଷ କରି ପଞ୍ଜାବର ସରକାରୀ କର୍ମଚାରୀଙ୍କ ପାଇଁ ଟିକା ନିୟମ ବାଧ୍ୟତାମୂଳକ କରାଯାଇଛି। କର୍ମଚାରୀମାନେ ମାସିକ ଦରମା ପାଇଁ ଟିକା ପ୍ରମାଣପତ୍ର ଦେଖାଇବା ଜରୁରୀ ବୋଲି ଆଜି ପଞ୍ଜାବ ସରକାର କହିଛନ୍ତି।

ସରକାର କହିଛନ୍ତି, ଜଣେ କର୍ମଚାରୀଙ୍କୁ ଦରମା ପାଇଁ ଟିକାର ଦୁଇଟି କିମ୍ବା ଅତିକମରେ ଗୋଟିଏ ଡୋଜ୍‌ ଟିକା ନେଇଛନ୍ତି ବୋଲି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସବୁ କର୍ମଚାରୀ ପଞ୍ଜାବ ସରକାରଙ୍କ ନିଯୁକ୍ତି ପୋର୍ଟାଲରେ ନିଜର ଟିକା ପ୍ରମାଣପତ୍ର ଅପଲୋଡ କରିବେ। ପ୍ରମାଣପତ୍ର ଅପଲୋଡ କରିବା ପରେ ହିଁ ସେମାନଙ୍କ ଆକାଉଣ୍ଟକୁ ଦରମା ଯିବ। ଟିକା ପ୍ରମାଣପତ୍ର ଅପଲୋଡ କରି ନଥିବା କର୍ମଚାରୀଙ୍କୁ ଦରମା ମିଳିବନି। ତେବେ ଟିକା ନେଇ ନଥିବା କର୍ମଚାରୀଙ୍କ ପାଇଁ ସରକାର କ’ଣ ସବୁ ବ୍ୟବସ୍ଥା କରିଛନ୍ତି, ସେକଥା କୁହାଯାଇନି।

ବର୍ତ୍ତମାନ ଦେଶରେ ଓମିକ୍ରନ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଟିକାକରଣ ନିୟମକୁ ଆହୁରି କଡ଼ାକଡ଼ି କରୁଛନ୍ତି। ଟିକା ନେଇ ଥିବା ବ୍ୟକ୍ତି ମଧ୍ୟ ଓମିକ୍ରନରେ ସଂକ୍ରମିତ ହେବାର ଆଶଙ୍କା ରହିଛି। କିନ୍ତୁ ଗୁରୁତର ହେବାର ବିପଦ ଯଥେଷ୍ଟ କମ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ନିଜ କର୍ମଚାରୀଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ କରିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଦେଶରେ ଏଯାଏ ୨୧୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏମାନଙ୍କ ମଧ୍ୟରୁ ୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବାକି ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଓମିକ୍ରନ କରୋନାର ଡେଲ୍ଟ ଭାରିଏଣ୍ଟ ଠାରୁ ୩ ଗୁଣ ଅଧିକ ସଂକ୍ରାମକ ବୋଲି କେନ୍ଦ୍ର ସରକାର କହିଛନ୍ତି।

Related story