ହଠାତ୍‌ ଦିଲ୍ଲୀରେ ପହଞ୍ଚିଲେ ସମୀର, ହେଲେ କ’ଣ ପାଇଁ ?

ନୂଆଦିଲ୍ଲୀ: ଆରୋପ-ପ୍ରତ୍ୟାରୋପର ଝଡ଼ ମଧ୍ୟରେ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛନ୍ତି ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େ। ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ଡ୍ରଗସ ମାମଲା ତଦନ୍ତ କରୁଥିବା ସମୀର ୱାଙ୍ଖଡ଼େ ଟାର୍ଗେଟରେ ରହି ଆସିଛନ୍ତି। ମାମଲା  ଦିନକୁ ଜଟିଳ ହେଉଥିବା ବେଳେ ସମୀରଙ୍କ ବିରୋଧରେ ମଧ୍ୟ ଅଭିଯୋଗ ତାଲିକା ବଢ଼ୁଛି। ତେବେ ସମୀର ହଠାତ୍ ଦିଲ୍ଲୀ ଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀରେ ପହଞ୍ଚିବା ପରେ ସମୀର ସାମ୍ବାଦିକମାନଙ୍କୁ କହିଛନ୍ତି […]

sameer-wankhede-with wife

Tapas Behera
  • Published: Monday, 25 October 2021
  • , Updated: 25 October 2021, 09:41 PM IST

ନୂଆଦିଲ୍ଲୀ: ଆରୋପ-ପ୍ରତ୍ୟାରୋପର ଝଡ଼ ମଧ୍ୟରେ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛନ୍ତି ଏନସିବି ଅଧିକାରୀ ସମୀର ୱାଙ୍ଖଡ଼େ। ବଲିଉଡ୍‌ ଅଭିନେତା ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କ ଡ୍ରଗସ ମାମଲା ତଦନ୍ତ କରୁଥିବା ସମୀର ୱାଙ୍ଖଡ଼େ ଟାର୍ଗେଟରେ ରହି ଆସିଛନ୍ତି। ମାମଲା  ଦିନକୁ ଜଟିଳ ହେଉଥିବା ବେଳେ ସମୀରଙ୍କ ବିରୋଧରେ ମଧ୍ୟ ଅଭିଯୋଗ ତାଲିକା ବଢ଼ୁଛି। ତେବେ ସମୀର ହଠାତ୍ ଦିଲ୍ଲୀ ଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀରେ ପହଞ୍ଚିବା ପରେ ସମୀର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, କେତେକ କାମ ପାଇଁ ସେ ଦିଲ୍ଲୀ ଆସିଛନ୍ତି । କିନ୍ତୁ ତାଙ୍କୁ କୌଣସି ଏଜେନ୍ସି ପାଖରୁ ସମନ ଆସିନଥିବା କହିଛନ୍ତି। ବିମାନବନ୍ଦରରେ  ତାଙ୍କୁ ସାମ୍ବାଦିକମାନେ ଘେରି ପ୍ରଶ୍ନ କରିଥିଲେ। ଜବାବରେ ସମୀର ବେଶୀ କିଛି ନକହି ଚାଲି ଯାଇଥିଲେ।

ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ମୁସଲମାନ ନାମ ଏବଂ ଜାତି ପ୍ରମାଣପତ୍ର ଉପରେ ଆଜି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଟ୍ୱିଟ କରି ପ୍ରଶ୍ନ ଉଠାଇଥିଲେ। ତେବେ ନବାବ ମଲିକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ୱାଙ୍ଖେଡେ। ଏକ ପ୍ରେସ ବିବୃତି ଜାରି କରି ତାଙ୍କ ବାପା ଜଣେ ହିନ୍ଦୁ ଏବଂ ମାତା ଜଣେ ମୁସଲମାନ ଥିଲେ ସେ ବୋଲି କହିଛନ୍ତି। ନବାବ ମଲିକ୍ ୱାଙ୍ଖେଡେଙ୍କ ଜାତି ପ୍ରମାଣପତ୍ର ଟ୍ୱିଟ କରି ସେ ଜଣେ ମୁସଲିମ, ତାଙ୍କ ନାଁ ସମୀର ଦାଉଦ ୱାଙ୍ଖେଡେ ଏବଂ ଏନସିବିରେ ଚାକିରି କରିବା ପାଇଁ ‌ସେ ନିଜର ଜାଲ ଜାତି ପ୍ରମାଣପତ୍ର ତିଆରି କରିଥିବା ନେଇ ଅଭିଯୋଗ କରିଥିଲେ ।

ଏହାର ଜବାବ ଦେବାକୁ ଯାଇ ୱାଙ୍ଖେଡେ କହିଛନ୍ତି ଯେ, ମୋ ବାପା ଜଣେ ହିନ୍ଦୁ ଏବଂ ମୋ ମା’ ଜହିଦା ଜଣେ ମୁସଲିମ । ମୁଁ ୨୦୦୬ରେ ଜଣେ ମୁସଲିମଙ୍କୁ ବିବାହ କରିଛି।  ହେଲେ ୨୦୧୬ରେ ତାଙ୍କଠାରୁ ଅଲଗା ହୋଇ ୨୦୧୭ରେ ଜଣେ ହିନ୍ଦୁ ମହିଳା କ୍ରାନ୍ତି ରେଡକର ୱାଙ୍ଖେଡେଙ୍କୁ ବିବାହ କରିଥିଲି। ଟ୍ୱିଟରରେ ମୋର ବ୍ୟକ୍ତିଗତ କାଗଜପତ୍ର ଏଭଳି ସେୟାର କରିବା ଅପମାନଜନକ ଏବଂ ମୋ ପରିବାରର ଗୋପନୀୟତା ଉପରେ ଅନାବଶ୍ୟକ ଆକ୍ରମଣ ବୋଲି କହିଥିଲେ।

Related story