ବ୍ଲାକ ଫଙ୍ଗସ ମେଡିସିନ ଟିକସ ମୁକ୍ତ ଓ କୋଭିଡ ସାମଗ୍ରୀ ଉପରୁ ହ୍ରାସ ପାଇଲା ଜିଏସ୍‌ଟି

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ଠିକ ସେଇଆ ହେଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍‌ଟି ପରିଷଦରେ ଆଜି କରୋନା ଲଢ଼େଇକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାମାରୀ ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ମେଡିସିନ ଉପରେ କୌଣସି ପ୍ରକାରର ଟିକସ ଲାଗୁ ନ କରିବାକୁ ପରିଷଦରେ ନିଷ୍ପତ୍ତି ହୋଇଛି। ସେହିପରି କରୋନା ସହ ଲଢ଼େଇ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ଲାଗୁଥିବା ଜିଏସ୍‌ଟିକୁ ହ୍ରାସ କରାଯାଇଛି। ସର୍ବସମ୍ମତିକ୍ରମେ ପରିଷଦ ଏପରି […]

Vaccine12

Hemant Lenka
  • Published: Saturday, 12 June 2021
  • , Updated: 12 June 2021, 04:04 PM IST

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା ଠିକ ସେଇଆ ହେଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍‌ଟି ପରିଷଦରେ ଆଜି କରୋନା ଲଢ଼େଇକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାମାରୀ ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ମେଡିସିନ ଉପରେ କୌଣସି ପ୍ରକାରର ଟିକସ ଲାଗୁ ନ କରିବାକୁ ପରିଷଦରେ ନିଷ୍ପତ୍ତି ହୋଇଛି।

ସେହିପରି କରୋନା ସହ ଲଢ଼େଇ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ଲାଗୁଥିବା ଜିଏସ୍‌ଟିକୁ ହ୍ରାସ କରାଯାଇଛି। ସର୍ବସମ୍ମତିକ୍ରମେ ପରିଷଦ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପରିଷଦ ପକ୍ଷରୁ କରୋନା ମେଡିସିନ, ପଲସ ଅକ୍ସିମିଟର, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ, ହ୍ୟାଣ୍ଡ ସାନିଟାଇଜର, ଅକ୍ସଜେନ କନସେନଟ୍ରେଟର ଓ ମାସ୍କ ଭଳି ସାମଗ୍ରୀ ଉପରେ ଏଣିକି ୫% ଜିଏସ୍‌ଟି ଲାଗୁ ହେବ। ପୂର୍ବରୁ ଏହିସବୁ ସାମଗ୍ରୀ ଉପରେ ୧୨% ଜିଏସ୍‌ଟି ଲାଗୁ ହେଉଥିଲା। ତେବେ ପୂର୍ବଭଳି କରୋନା ଟିକା ଉପରେ ୫% ଜିଏସ୍‌ଟି ଲାଗୁ ହେବ।

ଦେଶରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ବ୍ଲାକ ଫଙ୍ଗସ ରୋଗ ଦେଖିବାକୁ ମିଳୁଛି। ଏହାର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା Tocilizumab ଓ Amphotericin B ଭଳି ମେଡିସିନ ଗୁଡ଼ିକ ଉପରେ ମଧ୍ୟ କୌଣସି ଟିକସ ଲାଗୁ ହେବନି। ଏହି ନିୟମ ସେପ୍ଟେମ୍ବର ୩୦ ଯାଏ ବଳବତ୍ତର ରହିବ। ଦରକାର ପଡ଼ିଲେ ଏହାକୁ ବୃଦ୍ଧି ମଧ୍ୟ କରାଯିବ।

ଜିଏସ୍‌ଟି ହ୍ରାସ ପାଇଥିବା ମେଡିସିନ ଗୁଡ଼ିକ ମଧ୍ୟରେ ହେପାରିନ ଓ ରେମଡେସିଭିର ରହିଛି। ହେପାରିନ ଉପରେ ପୂର୍ବରୁ ୧୨% ଜିଏସଟି ଲାଗୁ ଥିବା ବେଳେ ଏବେ ଏହା ୫% ହୋଇଯାଇଛି। ରେମଡେସିଭିର ଉପରେ ମଧ୍ୟ ୫% ଜିଏସ୍‌ଟି ଲାଗିବ। କରୋନା ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମୋଦନ ଦେଇଥିବା ସମସ୍ତ ମେଡିସିନ ଉପରେ ବି ୫% ଜିଏସଟି ଲାଗିବ ବୋଲି ପରିଷଦ କହିଛି।

ପରିଷଦ ପକ୍ଷରୁ ୧୮% ଜିଏସ୍‌ଟି ଲାଗୁ ହେଉଥିବା ଆରଟି-ପିସିଆର ମେସିନ ଓ ଆରଏନ୍‌ଏ ଏକ୍ସଟ୍ରାସନ ମେସିନ ଉପରେ କୌଣସି ଟିକସ ପରିବର୍ତ୍ତନ କରାଯାଇନାହିଁ। ପୂର୍ବ ଭଳି ଏଗୁଡ଼ିକ ଉପରେ ୧୮% ଜିଏସ୍‌ଟି ଲାଗିବ। Genome sequencing କିଟ୍‌ଗୁଡ଼ିକ ଉପରେ ପୂର୍ବଭଳି ୧୨% ଜିଏସ୍‌ଟି ଲାଗିବ। ପରିଷଦ ପକ୍ଷରୁ କୋଭିଡ ଟେଷ୍ଟିଂ କିଟ୍‌ର କଞ୍ଚାମାଲ ଉପରେ କୌଣସି ଟିକସ ହ୍ରାସ କରାଯାଇନାହିଁ। ଆମ୍ବୁଲାନ୍ସ ଉପରେ ଲାଗୁଥିବା ୨୮% ଜିଏସ୍‌ଟିକୁ ୧୨%କୁ ହ୍ରାସ କରାଯାଇଛି।

ସମସ୍ତ କୋଭିଡ ଟେଷ୍ଟିଂ କିଟ୍‌ ଉପରେ ପୂର୍ବରୁ ୧୨% ଜିଏସ୍‌ଟି ଲାଗୁଥିବା ବେଳେ ଏହାକୁ ୫%କୁ ହ୍ରାସ କରାଯାଇଛି।

ଏହି ସବୁ ସାମାଗ୍ରୀ ଉପରୁ ଟିକସ ହଟାଇବାକୁ ମେଘାଳୟ ଉପମୁଖ୍ୟ ମନ୍ତ୍ରୀ କର୍ନାଡ ସାଙ୍ଗମାଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ସୁପରିସ କରିଥିଲେ। ଆଜି ଏହି ସୁପରିସ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ ଅଧିକାରୀମାନେ ଆଲୋଚନା କରିଥିଲେ। ବ୍ଲାକ ଫଙ୍ଗସକୁ ଟିକସ ମୁକ୍ତ କରାଯାଇଥିବା ବେଳେ କରୋନା ସାମଗ୍ରୀର ଟିକସକୁ ହ୍ରାସ କରାଯାଇଛି।

Related story