୧୨ରୁ ୧୭ ବର୍ଷର ପିଲାଙ୍କୁ ଦିଆଯିବ କୋଭୋଭାକ୍ସ! NTAGI ଦେଲା ଅନୁମୋଦନ

ନୂଆଦିଲ୍ଲୀ: ସେରମ ଇନିଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭୋଭାକ୍ସକୁ ଆଜି ୧୨ରୁ ୧୭ ବର୍ଷର ପିଲାଙ୍କୁ ଦେବାକୁ ପାଇଁ ସ୍ୱୀକୃତି ଦେଇଛି ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜୋରୀ ଗ୍ରୁପ୍ ଅନ ଇମ୍ୟୁନାଇଜେସ( NTAGI)। ଟିକାର ପରୀକ୍ଷଣରୁ ଭଲ ରେଜଲ୍ଟ ମିଳିଥିବାରୁ NTAGI ଏପରି ନିଷ୍ପତ୍ତି ନେଇଛି। ୧୨ରୁ ୧୭ ବର୍ଷ ମଧ୍ୟରେ ଥିବା ସବୁ ପିଲା ଏହି ଟିକା ନେଇ ପାରିବେ ବୋଲି ଉକ୍ତ ସରକାରୀ ପ୍ୟାନେଲ କହିଛି। ଭାରତରେ ୧୨ରୁ ୧୪ ବର୍ଷ ବର୍ଗର ପିଲାଙ୍କ […]

corona

Hemant Lenka
  • Published: Friday, 29 April 2022
  • , Updated: 29 April 2022, 06:55 PM IST

ନୂଆଦିଲ୍ଲୀ: ସେରମ ଇନିଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭୋଭାକ୍ସକୁ ଆଜି ୧୨ରୁ ୧୭ ବର୍ଷର ପିଲାଙ୍କୁ ଦେବାକୁ ପାଇଁ ସ୍ୱୀକୃତି ଦେଇଛି ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜୋରୀ ଗ୍ରୁପ୍ ଅନ ଇମ୍ୟୁନାଇଜେସ( NTAGI)। ଟିକାର ପରୀକ୍ଷଣରୁ ଭଲ ରେଜଲ୍ଟ ମିଳିଥିବାରୁ NTAGI ଏପରି ନିଷ୍ପତ୍ତି ନେଇଛି। ୧୨ରୁ ୧୭ ବର୍ଷ ମଧ୍ୟରେ ଥିବା ସବୁ ପିଲା ଏହି ଟିକା ନେଇ ପାରିବେ ବୋଲି ଉକ୍ତ ସରକାରୀ ପ୍ୟାନେଲ କହିଛି।

ଭାରତରେ ୧୨ରୁ ୧୪ ବର୍ଷ ବର୍ଗର ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବାୟୋଲଜିକାଲ ଇ’ର କୋର୍ବେଭାକ୍ସ ହିଁ ପିଲାମାନେ ନେଉଛନ୍ତି। ଏବେ ଏଥିରେ କୋଭୋଭାକ୍ସକୁ ସାମିଲ କରିବା ପାଇଁ କୁହାଯାଇଛି।

ଏହାପୂର୍ବରୁ ଅର୍ଥାତ ଗତବର୍ଷ ଡିସେମ୍ବର ୨୮ରେ ଡିସିଜିଆଇ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ କୋଭୋଭାକ୍ସ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ସେହିପରି ମାର୍ଚ୍ଚ ୯ରେ କେବଳ ବହୁବିଧ ରୋଗରେ ପୀଡ଼ିତ ୧୨ରୁ ୧୭ ବର୍ଷର ପିଲାଙ୍କୁ କୋଭୋଭାକ୍ସ ଦିଆଯାଇ ପାରିବ ବୋଲି କହିଥିଲା ଡିସିଜିଆଇ। ହେଲେ ଏବେ NTAGI ୧୨ରୁ ୧୭ ବର୍ଷ ବର୍ଗରେ ଥିବା ସବୁ ପିଲାଙ୍କୁ କୋଭୋଭାକ୍ସ ଦେବାକୁ କହିଛି। ନିକଟରେ ସେରମ ଇନିଷ୍ଟିଚ୍ୟୁଟ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିଲା। ଏଥିରେ କୋଭୋଭାକ୍ସକୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଅନୁରୋଧ କରାଯାଇଥିଲା।

ଏନଟିଜିଆଇର କୋଭିଡ ୧୯ ୱାର୍କିଂ ଗ୍ରୁପ୍‌ ମଧ୍ୟ କୋଭୋଭାକ୍ସର ପରୀକ୍ଷା ରିପୋର୍ଟକୁ ସମୀକ୍ଷା କରି ଏହାକୁ ଗ୍ରୀନ ସିଗ୍ନାଲ ଦେଇଥିଲା। ଏବେ ଶୁକ୍ରବାର ଟେକ୍ନିକାଲ କମିଟି ବୈଠକରେ ଟିକାର ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି।

Related story