Advertisment

ଅଙ୍ଗ ପ୍ରତ୍ୟଙ୍ଗକୁ ଅକାମୀ କରୁଛି ଓମିକ୍ରନ୍‌!

ନୂଆଦିଲ୍ଲୀ: ସାରା ବିଶ୍ୱକୁ କଲବଲ କଲାଣି କରୋନା। ଚାରିଆଡେ କାୟା ମେଲାଇ ସାରିଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ତେବେ ଏହା ମାଇଲ୍ଡ ଇନ୍‌ଫେକ୍‌ସନ୍‌ ତଥା ସାମାନ୍ୟ ସକ୍ରମଣ କହି ପୂରା ଦୁନିଆରେଅଣଦେଖା କରଯାଉଛି। କିନ୍ତୁ ଏହାକୁ ନେଇ ଏବେ ଚମକାଇଲା ଭଳି ଦାବି କରିଛନ୍ତି ବିଶେଷଜ୍ଞ। ଓମିକ୍ରନ୍‌ ମଣିଷର ଅଙ୍ଗକୁ ଅକାମୀ କରି ଦେଉଛି। କିଛି ଅଙ୍ଗକୁ ଏହା ଗଭୀର ରୂପେ ପ୍ରଭାବିତ କରୁଛି। ଏନେଇ ଜର୍ମାନ ବିଶେଷଜ୍ଞମାନେ ଦାବି କରିଛନ୍ତି। ୟୁରୋପୀୟ ହାର୍ଟ ଜର୍ଣ୍ଣାଲରେ ପ୍ରକାଶିତ […]

ଅଙ୍ଗ ପ୍ରତ୍ୟଙ୍ଗକୁ ଅକାମୀ କରୁଛି ଓମିକ୍ରନ୍‌!

Omicron

Advertisment

ନୂଆଦିଲ୍ଲୀ: ସାରା ବିଶ୍ୱକୁ କଲବଲ କଲାଣି କରୋନା। ଚାରିଆଡେ କାୟା ମେଲାଇ ସାରିଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ତେବେ ଏହା ମାଇଲ୍ଡ ଇନ୍‌ଫେକ୍‌ସନ୍‌ ତଥା ସାମାନ୍ୟ ସକ୍ରମଣ କହି ପୂରା ଦୁନିଆରେଅଣଦେଖା କରଯାଉଛି। କିନ୍ତୁ ଏହାକୁ ନେଇ ଏବେ ଚମକାଇଲା ଭଳି ଦାବି କରିଛନ୍ତି ବିଶେଷଜ୍ଞ।

Advertisment

ଓମିକ୍ରନ୍‌ ମଣିଷର ଅଙ୍ଗକୁ ଅକାମୀ କରି ଦେଉଛି। କିଛି ଅଙ୍ଗକୁ ଏହା ଗଭୀର ରୂପେ ପ୍ରଭାବିତ କରୁଛି। ଏନେଇ ଜର୍ମାନ ବିଶେଷଜ୍ଞମାନେ ଦାବି କରିଛନ୍ତି। ୟୁରୋପୀୟ ହାର୍ଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ରୋଗୀମାନଙ୍କ ଠାରେ ଓମିକ୍ରନ୍‌ ଭୂତାଣୁର ସାମାନ୍ୟ ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ଏହା ଶରୀର ଉପରେ ବିଶେଷ ପ୍ରଭାବ ପକାଉଛି।

ତଥ୍ୟ ଅନୁଯାୟୀ, ଓମିକ୍ରନ୍‌ର ହାଲୁକା ସଂକ୍ରମଣ ମଧ୍ୟ ଶରୀରର ଅଙ୍ଗକୁ ନଷ୍ଟ କରିପାରେ। ଏଥିପାଇଁ, SARS-CoV-2ରେ ସଂକ୍ରମିତ ହୋଇଥିବା ସାମାନ୍ୟ ଲକ୍ଷଣ ଥିବା ୪୫ ରୁ ୭୪ ବର୍ଷ ବୟସର ମୋଟ ୪୪୩ ଜଣଙ୍କ ବ୍ୟାପକ ସ୍କ୍ରିନିଂ କରାଯାଇଥିଲା। ଅଧ୍ୟୟନରେ ସାମିଲ ହୋଇଥିବା ସଂକ୍ରମିତ ଲୋକଙ୍କଠାରେ ସାମାନ୍ୟ କିମ୍ବା କୌଣସି ଲକ୍ଷଣ ଦେଖା ଦେଇନଥିଲା କିନ୍ତୁ ସେମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗକୁ ଭାଇରସ ମଧ୍ୟମ ଧରଣର କ୍ଷତି ପହଞ୍ଚିଥିବା ଦେଖିବାକୁ ମିଳିଥିଲା।

Advertisment

ଏହି ଅଧ୍ୟୟନରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କ କହିବା ମୁତାବକ, ଉକ୍ତ ରୋଗୀଙ୍କ ଫୁସ୍‌ଫୁସ ପରୀକ୍ଷା କରାଯାଇଥିଲା। ସେଥିରୁ କିଛି ଲୋକଙ୍କ ଫୁସ୍‌ଫୁସ ତିନି ପ୍ରତିସିତ ନଷ୍ଟ ହୋଇଯାଇଥିବା ସାମ୍ନାକୁ ଆସିଥିଲା। ଏଥିସହ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ମଧ୍ୟ ହେଉଥିବା ଦେଖିବାକୁ ମିଳିଥିଲା। ହାର୍ଟ ଫଙ୍କସନରେ ହାରାହାରି ୧ରୁ ୨ ପ୍ରତିଶତ ହ୍ରାସ ଘଟିଥିଲା ​। ରକ୍ତରେ ପ୍ରୋଟିନର ସ୍ତର ୪୧ପ୍ରତିଶତ ବୃଦ୍ଧି ପାଇଥିଲା, ଯାହାକି ହୃଦୟ ଉପରେ ଚାପ ପକାଇଥାଏ।

ସେହିପରି ଓମିକ୍ରନ୍‌ ଦ୍ୱାରା ରୋଗୀଙ୍କ କିଡ୍‌ନୀ ମଧ୍ୟ ପ୍ରଭାବିତ ହୋଇଥିବା ସାମ୍ନାକୁ ଆସିଥିଲା। ହାରାହାରି ୨ ପ୍ରତିଶତ କିଡ୍‌ନୀ କାମ କରିବା ବନ୍ଦ କରିଦେଇଥିବା ଜଣାପଡିଥିଲା। କେବଳ ସେତିକି ନୁହେଁ ରୋଗୀଙ୍କ ଭୋକ ହେବା ଶକ୍ତି ମଧ୍ୟ କମି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ରୋଗୀଙ୍କ ମସ୍ତିଷ୍କ କାର୍ଯ୍ୟ ଉପରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡି ନଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି।

କରୋନାର ଡେଲ୍ଟା ଭାରିଏଣ୍ଟ ଲୋଅର ରେସ୍ପିରେଟରୀ ସିଷ୍ଟମକୁ ପ୍ରଭାବିତ କରୁଥିବା। ଫଳରେ ମଣିଷର ଫୁସ୍‌ଫୁସ୍‌କୁ ଅଧିକ ପ୍ରଭାବ ପକାଉଥିଲା କରୋନା। କିନ୍ତୁ ଏହି ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଉପର ରେସ୍ପିରେଟରୀ ସିଷ୍ଟମ୍‌କୁ ପ୍ରଭାବିତ କରୁଛି। ଏହାଦ୍ୱାରା ଫୁସ୍‌ଫୁସ୍‌କୁ କମ୍‌ କ୍ଷତି ପହଞ୍ଚିପାରେ। ନିଶ୍ୱାସ ପ୍ରଶ୍ୱାସ ଏବଂ ସ୍ୱାଦ, ଗନ୍ଧ ଚିହ୍ନଟ କରିବାର କ୍ଷମତା ହରାଇବା ଭଳି କୌଣସି ଲକ୍ଷଣ ନାହିଁ। କିନ୍ତୁ ଏହା ଭାଇରସର ବ୍ୟାପିବା ଗତିକୁ ବଢ଼ାଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe