ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ, କହିଲେ- ଗୁଜରାଟରେ ଆସିବ ପଜିଟିଭ ଫଳାଫଳ

ନୂଆଦିଲ୍ଲୀ: ସରିଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିସହ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ବି ସରିଛି। ଚଳିତ ଏମସିଡି ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟି ଆକ୍ସନ ମୋଡରେ ନଜର ଆସିଛି। ନିର୍ବାଚନ ପରେ ଏବେ ଫଳାଫଳକୁ ଅପେକ୍ଷା ରହିଛି। କିନ୍ତୁ ବିଭିନ୍ନ ଏକଜିଟ୍ ପୋଲର ଫଳାଫଳ ଆସି ସରିଛି। ଏଭଳି ସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ନାକୁ ଆସିଥିବା ରାଜଧନୀର ଏକଜିଟ୍ ପୋଲ୍‌କୁ ନେଇ ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜନତା ପୁଣିଥରେ ଆମ୍ ଆଦମୀ […]

arvind-kejriwal

Madhupriya Mistry
  • Published: Tuesday, 06 December 2022
  • , Updated: 06 December 2022, 01:21 PM IST

ନୂଆଦିଲ୍ଲୀ: ସରିଛି ଗୁଜରାଟ ବିଧାନସଭା ନିର୍ବାଚନ। ଏଥିସହ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ବି ସରିଛି। ଚଳିତ ଏମସିଡି ନିର୍ବାଚନକୁ ନେଇ ଆମ୍ ଆଦମୀ ପାର୍ଟି ଆକ୍ସନ ମୋଡରେ ନଜର ଆସିଛି। ନିର୍ବାଚନ ପରେ ଏବେ ଫଳାଫଳକୁ ଅପେକ୍ଷା ରହିଛି। କିନ୍ତୁ ବିଭିନ୍ନ ଏକଜିଟ୍ ପୋଲର ଫଳାଫଳ ଆସି ସରିଛି। ଏଭଳି ସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମ୍ନାକୁ ଆସିଥିବା ରାଜଧନୀର ଏକଜିଟ୍ ପୋଲ୍‌କୁ ନେଇ ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜନତା ପୁଣିଥରେ ଆମ୍ ଆଦମୀ ପାର୍ଟି ଉପରେ ବିଶ୍ୱାସ କରିଥିବାରୁ ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି କେଜ୍ରିୱାଲ କହିଛନ୍ତି। ଏଥିସହ ଗୁଜରାଟ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ପଜିଟିଭ ଆସିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି।

କେଜ୍ରିୱାଲ କହିଛନ୍ତି, ‘ଏଭଳି ହିଁ ସମାନ ଫଳାଫଳ ଗୁଜରାଟରେ ଆସିବ ବୋଲି ଆଶା। କେବଳ ୮ ତାରିଖକୁ ଅପେକ୍ଷା। ଫଳାଫଳ ପଜିଟିଭ ଆସିବ, ନୂଆ ଦଳ ଏଣ୍ଟ୍ରି କରିଛି। ଲୋକେ ଏହାକୁ ବିଜେପିର ଗଡ ବୋଲି କୁହଥିଲେ। ଯଦି ଏଭଳି ସ୍ଥିତିରେ କୌଣସି ଦଳ ପ୍ରଥମ ଥର ପାଇଁ ୧୫ରୁ ୨୦ ପ୍ରତିଶତ ଭୋଟ୍ ଅଧିକ ନେଇଯାଏ ତେବେ ଏହା ବଡ କଥା।

ଆମ୍ ଆଦମୀ ପାର୍ଟି ଗୁଜରାଟରେ କେବଳ ଧମାକେଦର୍ ଏଣ୍ଟ୍ରି କରିନାହିଁ ବରଂ ଆପ୍ ଏବେ ଏକ ଜାତୀୟ ଦଳ ବୋଲି ଗୁଜରାଟବାସୀ କହୁଛନ୍ତି। ଏହା ଆମ ପାଇଁ ଏକ ବଡ କଥା ବୋଲି କେଜ୍ରିୱାଲ କହିଛନ୍ତି।

କେଜ୍ରିୱାଲ ଆହୁରି କହିଛନ୍ତି, ବିଜେପି ମିଛ ଅଭିଯୋଗ ଆଣିବାରେ ଲାଗିଛି। କେଜ୍ରିୱାଲଙ୍କ ମନ୍ତ୍ରୀମାନେ ଠକ । ମନୀଷ ସିସୋଦିଆ ଦୁର୍ନୀତି କରିଛନ୍ତି। ତେବେ ଏସବୁ ମିଥ୍ୟା ଅଭିଯୋଗକୁ ଦିଲ୍ଲୀବାସୀ ଭୁଲ୍ ପ୍ରମାଣିତ କରିଛନ୍ତି। ଏହି ପ୍ରକାରର ମିଥ୍ୟା ଅଭିଯୋଗକୁ ଦିଲ୍ଲୀବାସୀ ବିଶ୍ୱାସ କରିନାହାନ୍ତି। ବିଜେପି ଆଣିଥିବା ମଦ ଦୁର୍ନୀତି କଥା ମିଥ୍ୟା ଅଟେ ବୋଲି ଦିଲ୍ଲୀବାସୀ କହୁଥିବା କେଜ୍ରିୱାଲ ଦାବି କରିଛନ୍ତି।

Related story