ଚିଡ଼ିଆଖାନାରେ କରୋନା, ଡେଲ୍ଟାରେ ସଂକ୍ରମିତ ସିଂହ

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେଲା ସିଂହ। ଚିଡିରେଖାନାରେ ପଶିୁଲା ମହାମାରୀ ଭୂତାଣୁ। ଦକ୍ଷିଣ ଆଫ୍ରିକାର ଏକ ଘରୋଇ ଚିଡିଖାନାରେ ଥିବା କେତେକ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ କରୋନାର ଡେଲ୍ଟା ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଫଳରେ ସିଂହମାନଙ୍କ ଠାରେ ଶ୍ୱାସକ୍ରିୟା ଜନିତ ସମସ୍ୟା, ଶୁଖିଲା କାଶ ଭଳି ଲକ୍ଷଣ ଦେଖାଦେଇଛି। ପ୍ରାଣୀ ଉଦ୍ୟାନର ଜଣେ କର୍ମଚାରୀଙ୍କ ଠାରୁ ସିଂହମାନେ ସଂକ୍ରମିତ ହୋଇଥିବା ଜଣାପଡିଛି। ପ୍ରିଟୋରିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଏକ ଟିମ୍‌ ନିକଟରେ କରିଥିବା ଏକ […]

lion test positive for corona

Madhupriya Mistry
  • Published: Wednesday, 19 January 2022
  • , Updated: 19 January 2022, 11:40 AM IST

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେଲା ସିଂହ। ଚିଡିରେଖାନାରେ ପଶିୁଲା ମହାମାରୀ ଭୂତାଣୁ। ଦକ୍ଷିଣ ଆଫ୍ରିକାର ଏକ ଘରୋଇ ଚିଡିଖାନାରେ ଥିବା କେତେକ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ କରୋନାର ଡେଲ୍ଟା ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଫଳରେ ସିଂହମାନଙ୍କ ଠାରେ ଶ୍ୱାସକ୍ରିୟା ଜନିତ ସମସ୍ୟା, ଶୁଖିଲା କାଶ ଭଳି ଲକ୍ଷଣ ଦେଖାଦେଇଛି। ପ୍ରାଣୀ ଉଦ୍ୟାନର ଜଣେ କର୍ମଚାରୀଙ୍କ ଠାରୁ ସିଂହମାନେ ସଂକ୍ରମିତ ହୋଇଥିବା ଜଣାପଡିଛି।

ପ୍ରିଟୋରିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଏକ ଟିମ୍‌ ନିକଟରେ କରିଥିବା ଏକ ଅଧ୍ୟୟନରୁ ଏହା ପ୍ରକାଶ ପାଇଛି। 'ଭାଇରସେଜ' ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ ଅନୁସନ୍ଧାନକାରୀମାନେ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, ଯଦି ସେମାନେ କରୋନାରେ ସଂକ୍ରମିତ ହୋଇଥାନ୍ତି ତେବେ  ସେମାନଙ୍କ ପୋଷା ବିଲେଇ ଏବଂ କୁକୁରମାନଙ୍କୁ ସଂକ୍ରମିତ ହେବାର ସମ୍ଭାବନା ଅଧିକ। ତେଣୁ ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ।

ଏକ ଅଧ୍ୟୟନରୁ ଜଣାପଡିଛି ଯେ ୨୦୨୧ରେ ଦକ୍ଷିଣ ଆଫ୍ରିକାରେ କରୋନାର ତୃତୀୟ ଲହର ସମୟରେ ଚିଡିଆଖାନାର ତିନୋଟି ସିଂହ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ମଧ୍ୟ ସେତେବେଳେ କରୋନା ହୋଇଥିଲା। ଏବେ ଆଉ କିଛି ସିଂହ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯଦି ସିଂହମାନେ ଅଧିକ ସମୟ ଯାଏଁ ସଂକ୍ରମିତ ରୁହନ୍ତି ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ପାରେ। ଏକ ନୂଆ ରୋଗ ଜନ୍ମ ନେଇପାରେ। ସଂକ୍ରମିତ ସିଂହ ଗୁଡିକୁ ପ୍ରାଣୀଉଦ୍ୟାନ ଭିତରେ ଅଲଗା ରଖାଯାଇଛି। ସେମାନଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି।

ଉକ୍ତ ଚିଡିଆଖାନାର ଜଣେ କର୍ମଚାରୀଙ୍କ କହିବା ମୁତାବକ, ୧୫ ଦିନ ହେବ ସିଂହଗୁଡିକୁ ନିଶ୍ୱାସ ନେବାରେ ସମସ୍ୟା, ନାକରୁ ପାଣି ବୋହିବା ଏବଂ ଶୁଖିଲା କାଶ ଭଳି ଲକ୍ଷଣ ଥିଲା। ସେମାନଙ୍କ ଉପରେ କଡା ନଜର ରଖାଯାଇଛି। ୧୫ରୁ ୨୫ ଦିନ ପରେ ତିନୋଟି ସିଂହ ସୁସ୍ଥ ହୋଇଛନ୍ତି। ସମସ୍ତ କର୍ମଚାରୀ ଏବଂ ସିଂହଗୁଡିକର ନମୂନାର ଜିନୋମ୍‌ ସିକ୍ୱେନ୍ସିଂ କରାଯାଇଥିଲା। ଯେଉଁଥରୁ 'ଡେଲ୍ଟା' ଭାରିଏଣ୍ଟରେ ସେମାନେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା।

Related story