ପାର୍ଟି କରିବା ମହଙ୍ଗା ପଡ଼ିଲା, ଆପାର୍ଟମେଣ୍ଟର ୧୦୩ ଜଣଙ୍କୁ କରୋନା

ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଙ୍ଗାଲୁରୁ ଠାରେ ଥିବା ଗୋଟିଏ ବହୁତଳ ଆପାର୍ଟମେଣ୍ଟ ରହୁଥିବା ୧୦୩ ଜଣ ଲୋକଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରୁ କିଛି ଲୋକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଆୟୋଜିତ ଗୋଟିଏ ପାର୍ଟିରେ ଯୋଗଦେଇଥିଲେ। ପାର୍ଟି ପରେ ଆପାର୍ଟମେଣ୍ଟରେ ରହୁଥିବା ଜଣଙ୍କ ପରେ ଜଣେ ଲୋକଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରେ ଲାଗିଛି। ଫେବୃଆରୀ ୬ରେ ଏସଏନଏନ ରାଜ ଲେକଭ୍ୟୁ ଆପାର୍ଟମେଣ୍ଟର ଲୋକମାନେ ଗୋଟିଏ ପାର୍ଟି କରିଥିଲେ। କମ୍ଲେକ୍ସ ମଧ୍ୟରେ ସମସ୍ତେ ଏକାଠି ହୋଇ […]

apartment

Hemant Lenka
  • Published: Tuesday, 16 February 2021
  • , Updated: 16 February 2021, 05:32 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଙ୍ଗାଲୁରୁ ଠାରେ ଥିବା ଗୋଟିଏ ବହୁତଳ ଆପାର୍ଟମେଣ୍ଟ ରହୁଥିବା ୧୦୩ ଜଣ ଲୋକଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରୁ କିଛି ଲୋକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଆୟୋଜିତ ଗୋଟିଏ ପାର୍ଟିରେ ଯୋଗଦେଇଥିଲେ। ପାର୍ଟି ପରେ ଆପାର୍ଟମେଣ୍ଟରେ ରହୁଥିବା ଜଣଙ୍କ ପରେ ଜଣେ ଲୋକଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରେ ଲାଗିଛି।

ଫେବୃଆରୀ ୬ରେ ଏସଏନଏନ ରାଜ ଲେକଭ୍ୟୁ ଆପାର୍ଟମେଣ୍ଟର ଲୋକମାନେ ଗୋଟିଏ ପାର୍ଟି କରିଥିଲେ। କମ୍ଲେକ୍ସ ମଧ୍ୟରେ ସମସ୍ତେ ଏକାଠି ହୋଇ ସେଲିବ୍ରେସନ କରିଥିଲେ। ତେବେ ପାର୍ଟି ଶେଷ ହେବା ପରେ ଆପାର୍ଟମେଣ୍ଟରେ ସଂକ୍ରମିତ ଚିହ୍ନଟ ହେବା ଆରମ୍ଭ ହୋଇଥିଲା।

ମଙ୍ଗଳବାର ସୁଦ୍ଧାରେ ଏଠାରେ ରହୁଥିବା ୧୦୩ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇ ସାରିଲାଣି। ଏମାନଙ୍କ ମଧ୍ୟରେ ଡ୍ରାଇଭର, ମେଡ୍ସ ଓ ରୋଷେୟା ମଧ୍ୟ ରହିଛନ୍ତି। ସେମାନେ ଏଠାରେ ରହୁ ନଥିଲେ ହେଁ ବିଭିନ୍ନ ଲୋକଙ୍କ ଘରେ କାମ କରିବାକୁ ଆସିଥାଆନ୍ତି। ତେଣୁ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ସଂସ୍ପର୍ଶରେ ଆସି ସେମାନେ ବି ସଂକ୍ରମିତ ହୋଇଛନ୍ତି।

ଆପାର୍ଟମେଣ୍ଟ ବ୍ଲକ୍ସରେ ଥିବା ୪୩୫ଟି ଫ୍ଲାଟରେ ପ୍ରାୟ ୧୫ ଶହ ଲୋକ ରହୁଛନ୍ତି। ସ୍ଥାନୀୟ ପ୍ରଶାସନ କହିଛି ଯେ ଫେବୃଆରୀ ୬ରେ ଆୟୋଜିତ ପାର୍ଟିରେ ଯୋଗଦେଇଥିବା ପ୍ରାୟ ୪୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେମାନଙ୍କ ଠାରୁ ଅନ୍ୟମାନେ ଏହି ଭାଇରସରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।

କରୋନାରେ ଆକ୍ରାନ୍ତ ହୋଇଥିବା ୧୦୩ ଜଣ ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇ ନାହିଁ କିମ୍ବା ସେମାନେ ହସ୍ପିଟାଲରେ ଆଡମିଟ ମଧ୍ୟ ହୋଇନାହାନ୍ତି। ପ୍ରଥମ କେସ୍‌ ଫେବୃଆରୀ ୧୦ରେ ଚିହ୍ନଟ ହୋଇଥିଲା। ଆପାର୍ଟମେଣ୍ଟରେ ରହୁଥିବା ଏହି ବ୍ୟକ୍ତିଙ୍କ ଥଣ୍ଡା ଓ ଜ୍ୱରର ଲକ୍ଷଣ ଦେଖାଯିବାରୁ, ତାଙ୍କର ଟେଷ୍ଟ କରାଯାଇଥିଲା।

ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ଟେଷ୍ଟ କରାଯିବାରୁ ୧୦୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। କରୋନାରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ହେଉଛନ୍ତି ଯୁବବର୍ଗର। ତେଣୁ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି।

ସମଗ୍ର କମ୍ପ୍ଲେକ୍ସକୁ ସାନିଟାଇଜ କରାଯାଇଛି। ରବିବାର ୫୧୩ ଜଣ, ସୋମବାର ୬୦୦ ଓ ମଙ୍ଗଳବାର ୩୦୦ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Related story