ନୂଆଦିଲ୍ଲୀ: ରୁଷ ଆକ୍ରମଣରେ ୟୁକ୍ରେନ୍ରେ ୧୩,୦୦ ନାଗରିକଙ୍କ ମୃତ୍ୟୁ ଘଟିଛି। ଶନିବାର ଏଭଳି ଅଭିଯୋଗ ଆଣିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦମିର୍ ଜେଲେନସ୍କି। ଫେବୃରୀରୀ ୨୪ରେ ୟୁକ୍ରେନ୍ ଉପରେ ଜୋରଦାର ଆକ୍ରମଣ କରିଥିଲା ରୁଷ। ସେବେଠାରୁ ଯୁଦ୍ଧରେ ଏଯାଏଁ ୧୩୦୦ ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜେଲେନସ୍କି କହିଛନ୍ତି ।
ସେହିପରି ମେଲିଟିପୁଲ ମେୟରଙ୍କୁ ରୁଷ ସେନା ଅପରହଣ କରିଦନେଇଥିବା ସେ ଅଭିଯୋଗ ଆଣିଛନ୍ତି। ତାଙ୍କୁ ତୁରନ୍ତ ଫେରାଇବାକୁ ଦାବି କରିଛନ୍ତି ଜେଲେନସ୍କି। ସେ କହିଛନ୍ତି ଯେ, ରୁଷ ଏବେ ଆତଙ୍କବାଦର ଏକ ନୂତନ ପର୍ଯ୍ୟାୟ ଦେଇ ଗତି କରୁଛି। ମେୟରଙ୍କୁ ଅପହରଣ କରିବା ହେଉଛି ଏହାର ଏକ ବଡ଼ ଉଦାହରଣ। ତାଙ୍କୁ ମୁକ୍ତ କରିବାକୁ ସେ ଦାବି କରୁଛନ୍ତି। ଶୁକ୍ରବାର ଜେଲେନ୍ସ୍କି କହିଥିଲେ ଯେ, ମେୟର୍ ଫେଦୋରୋଭ୍ ସାହସର ସହ ୟୁକ୍ରେନ୍ ତଥା ତାଙ୍କ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ବିପଦରୁ ରକ୍ଷା କରିଛନ୍ତି। ଅପହରଣ ହେଉଛି ଆକ୍ରମଣକାରୀଙ୍କ ଦୁର୍ବଳତାର ଲକ୍ଷଣ। ସେମାନେ ଆତଙ୍କର ଗୋଟାଏ ନୂଆ ସ୍ତରକୁ ଯାଇ ଆଞ୍ଚଳିକ ୟୁକ୍ରେନୀୟ ଜନପ୍ରତିନିଧିମାନଙ୍କୁ ନିଃଶେଷ କରିବାକୁ ଉଦ୍ୟମ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ଜେଲେନସ୍କି ଜର୍ମାନ୍ ଚାନ୍ସଲର ଓଲାଫ୍ ସ୍କଲଜ୍ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନ୍ଙ୍କ ସହ ଦୁଇ ଘଣ୍ଟା ଧରି ଆଲୋଚନା କରିଛନ୍ତି। ଉଭୟ ଜର୍ମାନ୍ ଚାନ୍ସଲର ଏବଂ ଫ୍ରାନ୍ସ ରାଷ୍ଟ୍ରପତି ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ଉଭୟଙ୍କ ସହ ଜେଲେନସ୍କି ଆଲୋଚନା କରିଛନ୍ତି। ଆମେ ସମସ୍ତେ ମିଶି ଆକ୍ରମଣକାରୀ ରୁଷକୁ ଅଟକାଇବା ଉଚିତ ବୋଲି ଜେଲେନସ୍କି କହିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍ ଅନ୍ତର୍ଜାତୀୟ ମାନିବିକ ନିମୟ ଉଲ୍ଲଂଘନ କରୁଛି ବୋଲି ମସ୍କୋ ଅଭିଯୋଗ ଆଣିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।