ଆୟର ୬୨% ଅର୍ଥ ଦାନ ଆକାରରେ ପାଇଛନ୍ତି ୭ ଦଳ

ନୂଆଦିଲ୍ଲୀ: ଦେଶର ୭ଟି ଜାତୀୟ ରାଜନୀତିକ ଦଳ ସେମାନଙ୍କ ମୋଟ ଆୟର ୬୨% ଅର୍ଥ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦାନ ସୂତ୍ରରୁ ହାସଲ କରିଛନ୍ତି। ଦାନ ସୂତ୍ରରେ ସେମାନ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୨୯୯୩.୮୨୬ କୋଟି ଟଙ୍କା ପାଇଛନ୍ତି। ତେବେ ଏତେ ପରିମାଣର ଅର୍ଥ ରାଜନୀତିକ ଦଳକୁ ଦାନ କରିଥିବା ଲୋକଙ୍କ ପରିଚୟ ସାର୍ବଜନୀନ ହୋଇନାହିଁ। ଘରୋଇ ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରାଇଟ୍ସ ବା ଏଡିଆରର ଗୋଟିଏ ବିଶ୍ଲେଷଣ ରିପୋର୍ଟରୁ ଏପରି ତଥ୍ୟ ସାମ୍ନାକୁ […]

Politics

Hemant Lenka
  • Published: Tuesday, 12 October 2021
  • , Updated: 12 October 2021, 12:42 PM IST

ନୂଆଦିଲ୍ଲୀ: ଦେଶର ୭ଟି ଜାତୀୟ ରାଜନୀତିକ ଦଳ ସେମାନଙ୍କ ମୋଟ ଆୟର ୬୨% ଅର୍ଥ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦାନ ସୂତ୍ରରୁ ହାସଲ କରିଛନ୍ତି। ଦାନ ସୂତ୍ରରେ ସେମାନ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୨୯୯୩.୮୨୬ କୋଟି ଟଙ୍କା ପାଇଛନ୍ତି। ତେବେ ଏତେ ପରିମାଣର ଅର୍ଥ ରାଜନୀତିକ ଦଳକୁ ଦାନ କରିଥିବା ଲୋକଙ୍କ ପରିଚୟ ସାର୍ବଜନୀନ ହୋଇନାହିଁ।

ଘରୋଇ ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରାଇଟ୍ସ ବା ଏଡିଆରର ଗୋଟିଏ ବିଶ୍ଲେଷଣ ରିପୋର୍ଟରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏଡିଆରକୁ ସୂଚନା ଅଧିକାର ଆଇନ ବଳରେ ଏସ୍‌ବିଆଇ ଦେଇଥିବା ତଥ୍ୟରେ ସବୁ କିଛି ଅବଗତ କରାଇଯାଇଛି। ଏଥିରେ କୁହାଯାଇଛି ଯେ ଆର୍ଥିକ ବର୍ଷ ୨୦୧୯-୨୦ରେ ସମସ୍ତ ରାଜନୀତିକ ଦଳଗୁଡ଼ିକ ଇଲେକ୍ଟୋରାଲ ବଣ୍ଡ ଜରିଆରେ ମୋଟ ୩୪୨୯.୫୫୮୬ କୋଟି ଟଙ୍କା ପାଇଥିଲେ। ଏହା ମଧ୍ୟରୁ ବିଜେପି, କଂଗ୍ରେସ, ଟିଏମସି ଓ ଏନସିପି ୮୭.୨୯% ଅର୍ଥ ପାଇଛନ୍ତି। ତେବେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ୨୦୧୯-୨୦ରେ ଇଲକ୍ଟୋରାଲ ବଣ୍ଡରୁ ୩୪୪୧.୩୨୪ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି। ରାଜନୀତିକ ଦଳଗୁଡ଼ିକ ସେମାନଙ୍କ ଅଡିଟ ରିପୋର୍ଟରେ ଥିବା ସଂଖ୍ୟାଗତ ଅସଙ୍ଗତି ଯୋଗୁ ଏପରି ପାର୍ଥକ୍ୟ ଦେଖାଯାଉଥିବା କୁହାଯାଇଛି।

୨୦୧୯-୨୦ ଆର୍ଥିକ ବର୍ଷରେ ରାଜନୀତିକ ଦଳଗୁଡ଼ିକ ଅଧିକାଂଶ ଦାନ ଇଲେକ୍ଟୋରଲା ବଣ୍ଡ ଜରିଆରେ ପାଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡର ଚାହିଦା ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ଅଧିକ ରହିଛି ବୋଲି ଏଡିଆର ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ରିପୋର୍ଟରେ କୁହାଯାଇଛି, ଜେଏମଏମ ୨୦୧୯-୨୦ରେ ତା’ର ଯୋଗଦାନ ବା କଣ୍ଟ୍ରିବ୍ୟୁସନ ରିପୋର୍ଟରେ ଇଲେକ୍ଟୋରାଲ ବଣ୍ଡରେ ଦଳକୁ ୧ କୋଟି ଟଙ୍କା ଦେଇଥିବା ବ୍ୟକ୍ତିଙ୍କ ନାଁ ଲେଖିଥିଲା। ତେବେ ଏହି ଦାନ ଅର୍ଥକୁ ଦଳ ତାଙ୍କୁ ୨୦୧୯-୨୦ ଅଡିଟ ରିପୋର୍ଟରେ ସ୍ଥାନ ଦେଇନାହିଁ।

ତେଣୁ ଏଠି ପ୍ରଶ୍ନ ଉଠୁଛି ଯେ ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦାନ କରୁଥିବା ବ୍ୟକ୍ତି ବା ସଂସ୍ଥା ବିଷୟରେ ରାଜନୀତିକ ଦଳଗୁଡ଼ିକ କେମିତି ଜାଣୁଛନ୍ତି? କାରଣ ଇଲେକ୍ଟୋରାଲ ବଣ୍ଡରେ ଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାର ନାମ ଗୋପନ ରହିବାର ପ୍ରାବଧାନ ରହିଛି।

୨୦୧୯-୨୦ ଆର୍ଥିକ ବର୍ଷରେ ୪୨ଟି ଆଞ୍ଚଳିକ ଦଳ ମଧ୍ୟରୁ ଜେଡିଏସ୍‌, ଅକାଳୀ, ଜେଭିଏମ-ପି ଓ ଏଲଜେପି କୁପନ ବିକ୍ରି କରି ମଖଟ ୧୪.୮୮୪ କୋଟି ଟଙ୍କା ପାଇଛନ୍ତି। ସେହିପରି ଟିଆରଏସ, ଟିଡିପି, ୱାଇଏସଆର କଂଗ୍ରେସ, ବିଜେଡି, ଡିଏମକେ, ଏସ୍‌ଏଚଏସ, ଆପ, ଜେଡିୟୁ, ସପା, ଜେଡିଏସ, ଅକାଳୀ, ଏଆଇଏଡିଏମକେ, ଆରଜେଡି ଓ ଜେଏମଏମ ଭଳି ୧୪ଟି ରାଜନୀତିକ ଦଳ ଇଲକ୍ଟୋରାଲ ବଣ୍ଡରୁ ୪୪୭.୪୯୮ କୋଟି ଟଙ୍କା ପାଇଥିବା କହିଛନ୍ତି। ଯାହା ମୋଟ ଇଲେକ୍ଟୋରାଲ ବଣ୍ଡର ୫୦.୯୭%।

Related story