୫ ବର୍ଷରେ ୬ ଲକ୍ଷରୁ ଅଧିକ ଲୋକ ଭାରତର ନାଗରିକତା ଛାଡ଼ିଲେଣି, କାରଣ କ’ଣ?

ନୂଆଦିଲ୍ଲୀ: ଗୋଟିଏ ପଟେ କେନ୍ଦ୍ର ସରକାର ବାହାର ଦେଶରୁ ଲୋକଙ୍କୁ ନାଗରିକତା ପ୍ରଦାନ ପାଇଁ ସିଏଏ ଭଳି ଆଇନ ଆଣୁଛନ୍ତି। ହେଲେ ଅନ୍ୟପଟେ ଲକ୍ଷାଧିକ ଲୋକ ଭାରତର ନାଗରିକତା ଛାଡ଼ୁଛନ୍ତି। ବିଗିତ କିଛି ବର୍ଷ ହେଲାଣି ଲକ୍ଷାଧିକ ଭାରତୀୟ ଏପରି ପଦକ୍ଷେପ ନେଇଥିବା ରିପୋର୍ଟ ପ୍ରକାଶ ପାଇଛି। ୨୦୨୦ରେ ଭାରତର ନାଗରିକତା ଛାଡ଼ିବା ପ୍ରକ୍ରିୟା ସମାନ୍ୟ ଧିମେଇ ଯାଇଥିଲା। ମହାମାରୀ କରୋନା ବ୍ୟାପୁଥିବା ବେଳେ ବିଦେଶ ଯାତ୍ରା ଉପରେ କଟକଣା ଲାଗିଥିଲା। ଫଳରେ ଭାରତର ନାଗରିକତା ଛାଡ଼ିବା […]

CAA

Hemant Lenka
  • Published: Thursday, 09 December 2021
  • , Updated: 09 December 2021, 04:39 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ କେନ୍ଦ୍ର ସରକାର ବାହାର ଦେଶରୁ ଲୋକଙ୍କୁ ନାଗରିକତା ପ୍ରଦାନ ପାଇଁ ସିଏଏ ଭଳି ଆଇନ ଆଣୁଛନ୍ତି। ହେଲେ ଅନ୍ୟପଟେ ଲକ୍ଷାଧିକ ଲୋକ ଭାରତର ନାଗରିକତା ଛାଡ଼ୁଛନ୍ତି। ବିଗିତ କିଛି ବର୍ଷ ହେଲାଣି ଲକ୍ଷାଧିକ ଭାରତୀୟ ଏପରି ପଦକ୍ଷେପ ନେଇଥିବା ରିପୋର୍ଟ ପ୍ରକାଶ ପାଇଛି।

୨୦୨୦ରେ ଭାରତର ନାଗରିକତା ଛାଡ଼ିବା ପ୍ରକ୍ରିୟା ସମାନ୍ୟ ଧିମେଇ ଯାଇଥିଲା। ମହାମାରୀ କରୋନା ବ୍ୟାପୁଥିବା ବେଳେ ବିଦେଶ ଯାତ୍ରା ଉପରେ କଟକଣା ଲାଗିଥିଲା। ଫଳରେ ଭାରତର ନାଗରିକତା ଛାଡ଼ିବା ସଂଖ୍ୟା କମିଥିଲା। କିନ୍ତୁ ୨୦୨୧ରୁ ପୁଣି ଏହି ପ୍ରକ୍ରିୟା ବଢ଼ିବାରେ ଲାଗିଛି।

ସରକାରୀ ତଥ୍ୟ ଅନୁସାରେ, ଗତ ୯ ମାସ ମଧ୍ୟରେ ଲକ୍ଷେରୁ ଅଧିକ ଲୋକ ଭାରତର ନାଗରିକତା ଛାଡ଼ିବା ପାଇଁ ଦସ୍ତାବିଜ ଦାଖଲ କରିଛନ୍ତି। ସେହିପରି ବିଗତ ୫ ବର୍ଷ ମଧ୍ୟରେ ୬ ଲକ୍ଷରୁ ଅଧିକ ଲୋକ ଭାରତର ନାଗରିକତା ଛାଡ଼ି ସାରିଲେଣି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତର ନାଗରିକତା ଛାଡ଼ୁଥିବା ଅଧିକାଂଶ ଲୋକ ଧନୀ ଶ୍ରେଣୀର।

ରିପୋର୍ଟ ଅନୁସାରେ, ୨୦୧୪ରୁ ୨୦୨୦ ମଧ୍ୟରେ ୩୫ ହଜାର ଉଦ୍ୟୋଗୀ ଭାରତର ନାଗରିକତା ଛାଡ଼ିଛନ୍ତି। ସେମାନଙ୍କ ସମ୍ପତ୍ତି ବେଶ ଅଧିକ ଥିଲା। ଚାଇନା ପରେ ଭାରତ ଏମିତି ଏକ ଦେଶ ଯେଉଁଠାରେ ଧନୀ ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ଦେଶ ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି।

କ’ଣ ପାଇଁ ଅଧିକାଂଶ ଭାରତୀୟ ନାଗରିକତା ଛାଡ଼ୁଛନ୍ତି ସେକଥା ଅଧିକାରୀମାନେ କହିନାହାନ୍ତି। କିନ୍ତୁ ୨୦୧୮ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କ’ଣ ପାଇଁ ଜଣେ ଭାରତର ନାଗରିକତା ଛାଡ଼ୁଛନ୍ତି ଓ କେଉଁ ଦେଶର ନାଗରିକତା ଗ୍ରହଣ କରିବାକୁ ଚାହୁଁଛନ୍ତି, ସେକଥା ଜଣାଇବାକୁ କହିଥିଲେ। ତଥାପି ଏହି ତଥ୍ୟକୁ ଗୋପନ ରଖାଯାଇଛି।

ସିଏସ୍‌ ଗ୍ଲୋବାଲ ପାର୍ଟନରର ନିର୍ଦ୍ଦେଶକ ପଲ ସିଂହ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ବ୍ୟବସାୟ କରିବାକୁ ଚାହୁଁଥିବା ଅଧିକାଂଶ ଲୋକ ହିଁ ଭାରତର ନାଗରିକତା ଛାଡ଼ୁଛନ୍ତି। ସେମାନେ ଭିସା ଫ୍ରି ଟ୍ରାଭେଲ ଯାତ୍ରା ନିୟମ ରଖିଥିବା ଦେଶଗୁଡ଼ିକର ନାଗରିକତା ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଭାରତୀୟମାନେ ଡୋମିନିକା ସମେତ ୟୁରୋପ, ଏସିଆ ଓ ଆଫ୍ରିକା ଦେଶଗୁଡ଼ିକର ନାଗରିକତା ଗ୍ରହଣ କରୁଥିବା ସେ ସୂଚନା ଦେଇଛନ୍ତି।

Related story