ବିଦ୍ୱେଷ ସୃଷ୍ଟି କରୁଥିବା ‘ନୋ ହଲାଲା’ ହୋଟେଲର ମାଲିକ-ମାଲିକାଣି ଗିରଫ

କୋଚି: ସାଂପ୍ରଦାୟିକ ଭେଦଭାବ ଓ ହତ୍ୟା ଉଦ୍ୟମ ମାମଲାରେ କେରଳର କୋଚି ଠାରେ ‘ନୋ ହଲାଲା’ ନାଁରେ ହୋଟେଲ କରିଥିବା ଦମ୍ପତିଙ୍କୁ ବାନ୍ଧିଛି ପୁଲିସ୍‌। ଏହି ଦମ୍ପତି ଦୁଇ ଜଣ କାଫେ ମାଲିକଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିସହ ଦମ୍ପତି ସୋଶାଲ ମିଡିଆରେ ଘୃଣାର ବାର୍ତ୍ତା ପ୍ରଚାର କରୁଥିଲେ। ଗିରଫ ଦମ୍ପତି ହେଲେ ତୁଷାରା କାଲ୍ଲାୟିଲ ଓ ତାଙ୍କ ସ୍ୱାମୀ ଅଜିତ। ଏମାନେ ବିନୋଜ ଓ ନକୁଲ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ […]

Halala

Hemant Lenka
  • Published: Wednesday, 03 November 2021
  • , Updated: 03 November 2021, 06:46 PM IST

କୋଚି: ସାଂପ୍ରଦାୟିକ ଭେଦଭାବ ଓ ହତ୍ୟା ଉଦ୍ୟମ ମାମଲାରେ କେରଳର କୋଚି ଠାରେ ‘ନୋ ହଲାଲା’ ନାଁରେ ହୋଟେଲ କରିଥିବା ଦମ୍ପତିଙ୍କୁ ବାନ୍ଧିଛି ପୁଲିସ୍‌। ଏହି ଦମ୍ପତି ଦୁଇ ଜଣ କାଫେ ମାଲିକଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିସହ ଦମ୍ପତି ସୋଶାଲ ମିଡିଆରେ ଘୃଣାର ବାର୍ତ୍ତା ପ୍ରଚାର କରୁଥିଲେ। ଗିରଫ ଦମ୍ପତି ହେଲେ ତୁଷାରା କାଲ୍ଲାୟିଲ ଓ ତାଙ୍କ ସ୍ୱାମୀ ଅଜିତ। ଏମାନେ ବିନୋଜ ଓ ନକୁଲ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

ଇନଫୋ ପାର୍କ ପୁଲିସ୍‌ ପ୍ରଥମେ ତୁଷାରା ଓ ଅଜିତଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ଏହାପରେ ସେମାନେ ଘଟଣାରେ ପୁଲିସ୍‌ ତଦନ୍ତକୁ ବିଭ୍ରାନ୍ତ ଓ ଘଟଣାକୁ ସଂପ୍ରଦାୟିକ ରଙ୍ଗ ଦେବାକୁ ସୋଶାଲ ମିଡିଆରେ ଅପ୍ରଚାର କରିଥିଲେ। ଏଥିପାଇଁ ପୁଲିସ୍‌ ସେମାନଙ୍କ ନାଁରେ ଆଉ ଗୋଟିଏ ଏଫଆଇଆର ରୁଜୁ କରିଛି।

ତୁଷାରା ଫେସବୁକରେ ଗୋଟିଏ ଲାଇଭ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ କହିଥିଲେ ଯେ କିଛି ଲୋକ ତାଙ୍କ ହୋଟେଲରେ ନାଁ ‘ନୋ ହଲାଲା’ ରହିଥିବାରୁ ବିରୋଧ କରିଥିଲେ। ଏଥିସହ ତାଙ୍କ ହୋଟେଲରେ ଘୁଷରୀ ମାଂସ ଦିଆଯାଉଥିବା କହିଥିଲେ। ଏହାପରେ ସେମାନେ କୁଆଡ଼େ ତାଙ୍କ ଉପରେ ଆକ୍ରମଣ କରିଥିବା ତୁଷାରା ଅଭିଯୋଗ କରିଥିଲେ। ଏପରି କି ଆକ୍ରମଣ ପରେ ତାଙ୍କୁ ହସ୍ପିଟାଲ ଯିବାକୁ ମଧ୍ୟ ପଡ଼ିଥିଲା ବୋଲି ସେ ସୂଚନା ଦେଇଥିଲେ।

ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ସହ ଅନେକ ଲୋକ ଏହାକୁ ନେଇ ଚର୍ଚ୍ଚା କରିଥିଲେ। ବିଜେପିର କେରଳ ସଭାପତି କେ ସୁରେନ୍ଦ୍ରନ ବି ଦମ୍ପତିଙ୍କ ଓକିଲାତି କରିଥିଲେ। କିନ୍ତୁ ଇନଫୋପାର୍କ ପୁଲିସ୍‌ର ସୂଚନା ଅନୁଯାୟୀ, କୋଚିର କାକ୍କାନାଡରେ ଥିବା ଗୋଟିଏ କାଫେର ବିଲିଡିଂକୁ ତୁଷାରା ଓ ତାଙ୍କ ସ୍ୱାମୀ ଦଖଲ କରିବାକୁ ଚାହିଁଥିଲେ।

ଏହାକୁ ନେଇ ହିଂସା ହୋଇଥିଲା ଓ ଦମ୍ପତିଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ପୁଲିସ୍‌ କହିଛି, ତୁଷାରାଙ୍କ ସ୍ୱାମୀ ଓ କିଛି ଲୋକ କାଫେକୁ ଯିବା ସହ ସେଠାରେ ଭଙ୍ଗାରୁଜା କରିଥିଲେ। ଅଜିତଙ୍କ ସହଯୋଗୀ ଅପ୍ପୁ ହିଁ କାଫେ ମାଲିକ ବିନୋଜ ଓ ନକୁଲଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଉଭୟ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ବି ସେମାନେ ହସ୍ପିଟାଲରେ ରହିଛନ୍ତି ଓ ଜଣଙ୍କର ଅପରେସନ ମଧ୍ୟ କରାଯାଇଛି।

ଏହି ଘଟଣାକୁ ଲୁଚାଇବା ପାଇଁ ତୁଷାରା ଫେସବୁକରେ ଲାଇଭ ଭିଡିଓ ପୋଷ୍ଟ କରିଥିଲେ। ସେ ପୂରା ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ତୁଷାରାଙ୍କ ଦାବିରେ ସତ୍ୟତା ନଥିବା ଜାଣିବାକୁ ପାଇଛି। ସେହିପରି ତୁଷାରା, ଅଜିତ ଓ ସେମାନଙ୍କ ସହଯୋଗୀମାନଙ୍କ ନାଁରେ ମାମଲା ରୁଜୁ କରି ଗିରଫ କରିଛି।

Related story