ପ୍ରଥମଥର ପାଇଁ ଛୋଟ ପିଲାଙ୍କ ଉପରେ ପରୀକ୍ଷା ହେବ ଅକ୍ସଫୋର୍ଡ କରୋନା ଟିକା

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକାର ଟ୍ରାଏଲ ଛୋଟ ପିଲାମାନଙ୍କ ଉପରେ ହେବ। ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା ଟିକା  ଛୋଟ ପିଲାମାନଙ୍କ ଉପରେ କ’ଣ ପ୍ରଭାବ ପକାଉଛି ଓ କେତେ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି, ତା’ହା ଜାଣିବା ପାଇଁ କମ୍ପାନୀ ଏଭଳି ଟ୍ରାଏଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କମ୍ପାନୀ କହିଛି ଯେ ୬ ବର୍ଷରୁ ୧୭ ବର୍ଷ ବୟସ୍କଙ୍କ ଶରୀରରେ […]

Oxford

Hemant Lenka
  • Published: Saturday, 13 February 2021
  • , Updated: 13 February 2021, 05:01 PM IST

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକାର ଟ୍ରାଏଲ ଛୋଟ ପିଲାମାନଙ୍କ ଉପରେ ହେବ। ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା ଟିକା  ଛୋଟ ପିଲାମାନଙ୍କ ଉପରେ କ’ଣ ପ୍ରଭାବ ପକାଉଛି ଓ କେତେ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି, ତା’ହା ଜାଣିବା ପାଇଁ କମ୍ପାନୀ ଏଭଳି ଟ୍ରାଏଲ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

କମ୍ପାନୀ କହିଛି ଯେ ୬ ବର୍ଷରୁ ୧୭ ବର୍ଷ ବୟସ୍କଙ୍କ ଶରୀରରେ କରୋନା ଟିକାର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ନୂଆ ଟ୍ରାଏଲ କରିବାକୁ ନିଷ୍ପତ୍ତି ହୋଇଛି। ଚଳିତ ମାସରେ ହେବାକୁ ଥିବା ପରୀକ୍ଷାରେ ସାମିଲ ହେବା ପାଇଁ ୩୦୦ ଜଣ ସ୍ୱେଚ୍ଛାସେବୀ ପଞ୍ଜୀକରଣ କରିଛନ୍ତି। ସେମାନଙ୍କୁ ଏହି ମାସରେ ହିଁ ଟିକାର ପ୍ରଥମ ଡୋଜ୍‌ ଦିଆଯିବ ବୋଲି କମ୍ପାନୀ କହିଛି।

ପୂର୍ବରୁ କମ୍ପାନୀ ପ୍ରାପ୍ତ ବୟସ୍କଙ୍କୁ ନେଇ କରୋନା ଟିକାର ଟ୍ରାଏଲ କରିଥିଲା। ଏହା ସଫଳ ହେବାରୁ ଭାରତ ସମେତ ଏକାଧିକ ରାଷ୍ଟ୍ରରେ ଅକ୍ସଫୋର୍ଡ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଭାରତରେ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା ଟିକାର ଉତ୍ପାଦନ ଦାୟିତ୍ୱ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନେଇଛି।

ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ଏହି ଟିକା ପ୍ରତି ଆଗ୍ରହ ଦେଖାଉଛନ୍ତି। ଏହା କରୋନା ବିରୋଧରେ ସୁରକ୍ଷିତ ଓ ଶସ୍ତା ମଧ୍ୟ। ଆଷ୍ଟ୍ରାଜେନେକା ଚଳିତ ବର୍ଷ କରୋନା ଟିକାର ୩ ବିଲିୟନ ଡୋଜ୍‌ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ଏପ୍ରିଲ ସୁଦ୍ଧା ମାସକୁ ୨୦୦ ମିଲିୟନ ଟିକାର ଡୋଜ୍‌ ପ୍ରସ୍ତୁତ କରିବାକୁ ଯୋଜନା କରିଛି।

Related story