ରାଜ୍ୟକୁ ୧୧.୭ କୋଟି ଟଙ୍କା ଦେବାକୁ ମନା କଲା ପଦ୍ମନାଭସ୍ୱାମୀ ମନ୍ଦିର

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ କେରଳର ପ୍ରସିଦ୍ଧ ପଦ୍ମନାଭସ୍ୱାମୀ ମନ୍ଦିର ବ୍ୟାପକ ଆର୍ଥିକ କ୍ଷତି ସହିଛି। ଏହି କାରଣରୁ ମନ୍ଦିରର ସୁରକ୍ଷା ଓ ମରାମତି ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ଟଙ୍କା ଦେବାକୁ ମନ୍ଦିର କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ଏହି ବାବଦରେ ମନ୍ଦିର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୧୧.୭ କୋଟି ଟଙ୍କା ଦେବାର ଥିଲା। ହେଲେ ଆଜି ମନ୍ଦିରର ଅସ୍ଥାୟୀ କମିଟି ଟଙ୍କା ଦେବାକୁ ନିଜର ଅକ୍ଷମତା ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି। ମନ୍ଦିର ବ୍ୟାପାର […]

kerala

Hemant Lenka
  • Published: Friday, 12 February 2021
  • , Updated: 12 February 2021, 06:35 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ କେରଳର ପ୍ରସିଦ୍ଧ ପଦ୍ମନାଭସ୍ୱାମୀ ମନ୍ଦିର ବ୍ୟାପକ ଆର୍ଥିକ କ୍ଷତି ସହିଛି। ଏହି କାରଣରୁ ମନ୍ଦିରର ସୁରକ୍ଷା ଓ ମରାମତି ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ଟଙ୍କା ଦେବାକୁ ମନ୍ଦିର କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ଏହି ବାବଦରେ ମନ୍ଦିର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୧୧.୭ କୋଟି ଟଙ୍କା ଦେବାର ଥିଲା। ହେଲେ ଆଜି ମନ୍ଦିରର ଅସ୍ଥାୟୀ କମିଟି ଟଙ୍କା ଦେବାକୁ ନିଜର ଅକ୍ଷମତା ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି।

ମନ୍ଦିର ବ୍ୟାପାର ବୁଝିବା ପାଇଁ ଗତବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୁଇଟି କମିଟି ଗଠନ କରିଥିଲେ। ଏହା ମଧ୍ୟରୁ ଗୋଟିଏ କମିଟି ଆଜି କହିଛି, କରୋନା ଯୋଗୁ ଦାନରେ ମିଳୁଥିବା ଅର୍ଥ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ତେଣୁ ଟଙ୍କା ପୈଠ କରିବାକୁ ଆଉ କିଛି ଅତିରିକ୍ତ ସମୟ ଦରକାର।

କୋର୍ଟ କହିଛନ୍ତି, ଆମେ ଏବେ କୌଣସି ନିର୍ଦ୍ଦେଶ ପାରିତ କରିପାରିବୁ ନାହିଁ। କେରଳ ସରକାର ଏହି ଅନୁରୋଧ ଉପରେ ବିଚାର କରନ୍ତୁ। ପୂର୍ବରୁ ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା, ତା’ହା ବର୍ତ୍ତମାନ ଅନୁସରଣ କରାଯିବ।

କରୋନା ପାଇଁ ଦେଶରେ ଗତବର୍ଷ ମାର୍ଚ୍ଚରେ ଲକଡାଉନ ଜାରି କରାଯାଇଥିଲା। ସେତେବେଳେ ଏହି ମନ୍ଦିର ମଧ୍ୟ ବନ୍ଦ ହୋଇଥିଲା। କରୋନା କଟକଣା ମଧ୍ୟରେ ଅଗଷ୍ଟ ୨୬ରୁ ମନ୍ଦିରର ଦ୍ୱାର ଭକ୍ତଙ୍କ ପାଇଁ ଖୋଲା ହୋଇଥିଲା। ତେବେ ମନ୍ଦିରର ୧୦ ଜଣ ପୁରୋହିତଙ୍କ ସମେତ ୧୨ ଜଣ କରୋନାରେ ଆକ୍ରାନ୍ତ ହେବାରୁ ଏହାକୁ ଅସ୍ଥାୟୀ ଭାବେ ଅକ୍ଟୋବର ମାସରେ ପୁଣି ବନ୍ଦ କରାଯାଇଥିଲା। ଏହାପରେ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ନିୟମ ଲାଗୁ କରି ମନ୍ଦିର ଖୋଲା ଯାଇଥିଲା।

Related story