ପୁଣି ଭାରତର ଡିଜିଟାଲ ଷ୍ଟ୍ରାଇକ: ୧୬ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍‌

ନୂଆଦିଲ୍ଲୀ: ପୁଣିଥରେ ଫେକ୍‌ ନ୍ୟୁଜକୁ ନେଇ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି ଭାରତ ସରକାର। ଆଜି ସରକାର ୧୬ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ବ୍ୟାନ ଲଗାଇଛନ୍ତି। ଏହି ୧୬ଟି ଚ୍ୟାନେଲ ମଧ୍ୟରୁ ୬ଟି ପାକିସ୍ତାନରୁ ପରିଚାଳିତ ହେଉଥିଲା। ବାକି ୧୦ଟି ୟଟ୍ୟୁବ ଚ୍ୟାନେଲ ଭାରତର। ସେହିପରି ଗୋଟିଏ ଫେସବୁକ ଆକାଉଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି। ଜାତୀୟ ସୁରକ୍ଷା ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସରକାର ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ଏହାପୂର୍ବରୁ ସାମାନ କାରଣ ପାଇଁ ଭାରତ ସରକାର […]

Youtube

Hemant Lenka
  • Published: Monday, 25 April 2022
  • , Updated: 25 April 2022, 08:01 PM IST

ନୂଆଦିଲ୍ଲୀ: ପୁଣିଥରେ ଫେକ୍‌ ନ୍ୟୁଜକୁ ନେଇ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି ଭାରତ ସରକାର। ଆଜି ସରକାର ୧୬ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ବ୍ୟାନ ଲଗାଇଛନ୍ତି। ଏହି ୧୬ଟି ଚ୍ୟାନେଲ ମଧ୍ୟରୁ ୬ଟି ପାକିସ୍ତାନରୁ ପରିଚାଳିତ ହେଉଥିଲା। ବାକି ୧୦ଟି ୟଟ୍ୟୁବ ଚ୍ୟାନେଲ ଭାରତର। ସେହିପରି ଗୋଟିଏ ଫେସବୁକ ଆକାଉଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି।

ଜାତୀୟ ସୁରକ୍ଷା ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସରକାର ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ଏହାପୂର୍ବରୁ ସାମାନ କାରଣ ପାଇଁ ଭାରତ ସରକାର ୨୨ଟି ୟୁଟ୍ୟୁବ ଚ୍ୟାନେଲ ବ୍ଲକ କରିଥିଲେ।

ଆଜି ବ୍ଲକ ହୋଇଥିବା ଚ୍ୟାନେଲଗୁଡ଼ିକ କେବଳ ଫେକ ନ୍ୟୁଜ ପ୍ରସାରଣ କରୁ ନଥିଲେ ବରଂ ଭାରତ ବିରୋଧୀ ବିଷୟବସ୍ତୁର ପ୍ରଚାର ପ୍ରସାର ମଧ୍ୟ କରୁଥିଲେ। ନୂଆ ଆଇଟି ଆଇନ ୨୦୨୧ରେ ଥିବା ଜରୁରିକାଳୀନ କ୍ଷମତାକୁ ବ୍ୟବହାର କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୧୬ଟି ନ୍ୟୁଜ ଭିତ୍ତିକ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କରିଛି।

ଏହା ମଧ୍ୟରୁ ୬ଟି ପାକିସ୍ତାନରୁ ପରିଚାଳିତ ହେଉଥିବା ବେଳେ ବାକି ୧୦ଟି ଭାରତରେ କାର୍ଯ୍ୟ କରୁଥିଲେ। ବ୍ଲକ ହୋଇଥିବା ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ମୋଟ ଦର୍ଶକଙ୍କ ସଂଖ୍ୟା ୬୮ କୋଟି ଥିଲା। ଚ୍ୟାନେଲଗୁଡ଼ିକ ମିଥ୍ୟା ଖବର ପ୍ରସାର କରି ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଓ ଆଇନ ଶୃଙ୍ଖଳା ସ୍ଥିତି ପ୍ରତି ବିପଦ ସୃଷ୍ଟି କରୁଥିଲେ। ବିଶେଷ କରି ଭାରତୀୟ ଆର୍ମଡ ଫୋର୍ସ, ଜମ୍ମୁ-କଶ୍ମୀର ଓ ଭାରତ ବିରୋଧୀ ବିଷୟବସ୍ତୁକୁ ଆଧାର କରି ଚ୍ୟାନେଲ ଗୁଡ଼ିକ ନିୟମିତ ମିଥ୍ୟା ଖବର ପ୍ରସାରଣ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହି ଖବର ଗୁଡ଼ିକୁ ପାକିସ୍ତାନରୁ ପରିଚାଳିତ ସୋଶାଲ ମିଡିଆ ଆକାଉଣ୍ଟରୁ ଭାଇରାଲ କରାଯାଉଥିଲା ବୋଲି ସରକାର କହିଛନ୍ତି।

Related story