ଆଫଗାନ ଜେଲ୍‌ରେ ଥିବା ଆଇଏସ୍‌-କେ ଆତଙ୍କୀଙ୍କୁ ଭାରତ ବିରୋଧରେ ବ୍ୟବହାର କରିବ ପାକ୍‌!

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ସବୁଠାରୁ ଅଧିକ ଖୁସି ହୋଇଛି ପାକିସ୍ତାନ। ତାଲିବାନକୁ ଢାଲ କରି ପାକିସ୍ତାନ ଏବେ ଭାରତ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଛି। ଭାରତରେ ଆତଙ୍କୀ ହମଲା କରିବାକୁ ପାକିସ୍ତାନ ଆଇଏସ-ଖୋରାସାନ (ଆଇଏସ୍‌-କେ)କୁ ବ୍ୟବହାର କରିବାକୁ ପ୍ଲାନିଂ ଆରମ୍ଭ କରିଛି। ବିଶେଷ କରି ଆଫଗାନର ଜେଲରେ ଥିବା ଆଇଏସ୍‌-କେ ଆତଙ୍କୀମାନଙ୍କୁ ପାକିସ୍ତାନ ଆଇଏସ୍‌ଆଇ ପ୍ରଥମେ ମୁକ୍ତ କରିବ। ଏହାପରେ ସେମାନଙ୍କୁ ଭାରତ ବିରୋଧରେ ବ୍ୟବହାର କରିପାରେ ବୋଲି ଆଜି ଗୁଇନ୍ଦା ବିଭାଗ […]

Pakistan

Hemant Lenka
  • Published: Wednesday, 08 September 2021
  • , Updated: 08 September 2021, 06:48 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ସବୁଠାରୁ ଅଧିକ ଖୁସି ହୋଇଛି ପାକିସ୍ତାନ। ତାଲିବାନକୁ ଢାଲ କରି ପାକିସ୍ତାନ ଏବେ ଭାରତ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଛି। ଭାରତରେ ଆତଙ୍କୀ ହମଲା କରିବାକୁ ପାକିସ୍ତାନ ଆଇଏସ-ଖୋରାସାନ (ଆଇଏସ୍‌-କେ)କୁ ବ୍ୟବହାର କରିବାକୁ ପ୍ଲାନିଂ ଆରମ୍ଭ କରିଛି।

ବିଶେଷ କରି ଆଫଗାନର ଜେଲରେ ଥିବା ଆଇଏସ୍‌-କେ ଆତଙ୍କୀମାନଙ୍କୁ ପାକିସ୍ତାନ ଆଇଏସ୍‌ଆଇ ପ୍ରଥମେ ମୁକ୍ତ କରିବ। ଏହାପରେ ସେମାନଙ୍କୁ ଭାରତ ବିରୋଧରେ ବ୍ୟବହାର କରିପାରେ ବୋଲି ଆଜି ଗୁଇନ୍ଦା ବିଭାଗ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି। ଖାଲି ଏତିକି ନୁହେଁ, ତାଲିବାନ ଠାରୁ ପାକିସ୍ତାନ ପାଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଜେଲରୁ ମୁକ୍ତ ହେବାକୁ ଥିବା ଆଇଏସ୍‌-କେ ଆତଙ୍କୀଙ୍କୁ ଆଇଏସଆଇ ଦେଇପାରେ।

ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଆଇଏସ୍ଆଇ ସହାୟତାରେ ଆଇଏକ-କେ ଆତଙ୍କୀମାନେ ପାକ୍ ଅଧିକୃତ କଶ୍ମୀର(ପିଓକେ)କୁ ଆସିବେ। ଏଠାରେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯିବ। ଏହାପରେ ପାକ୍‌ ସେନା ଓ ଗୁଇନ୍ଦା ଅଧିକାରୀଙ୍କ ସହାୟତାରେ ସେମାନଙ୍କୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରାଇବାକୁ ବ୍ୟବସ୍ଥା ହେବ।

ଜମ୍ମୁ-କଶ୍ମୀର ସହ ଭାରତର ବିଭିନ୍ନ ପ୍ରାନ୍ତରେ ଏମାନଙ୍କୁ ହମଲା କରିବା ପାଇଁ ପାକ୍‌ ଆଇଏସଆଇ ବ୍ୟବହାର କରିବାର ଯଥେଷ୍ଟ ଆଶଙ୍କା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେରଳ ୨୫ ଜଣ ଯୁବକ ଆଫଗାନିସ୍ତାନ ଯାଇ ଆଇଏସ୍-କେରେ ଯୋଗଦେଇଛନ୍ତି। ସେହି ଯୁବକମାନଙ୍କୁ ହିଁ ଭାରତରେ ଆକ୍ରମଣ କରିବାକୁ ବ୍ୟବହାର କରାଯାଇ ପାରେ ବୋଲି ଗୁଇନ୍ଦା ବିଭାଗ କହିଛି।

ଅନ୍ୟପକ୍ଷରେ ଆଇଏସକେପିର କମାଣ୍ଡର ମୁନସୀବ ଏବେ ସୋଶାଲ ମିଡିଆରେ ସକ୍ରିୟ ହୋଇଯାଇଛି। ସେ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ରହି ଆଇଏସ-କେ ପାଇଁ ସଦସ୍ୟ ସଂଗ୍ରହ କରିଥାଏ। ଏବେ ସେ ସୋଶାଲ ମିଡିଆରେ ଯୁବକମାନଙ୍କୁ ଆକୃଷ୍ଟ କରିବା କାମ ପୁଣି ଆରମ୍ଭ କରିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଜାଣିବାକୁ ପାଇଛି।

Related story