ଶ୍ରୀନଗର-ସାରଜା ବିମାନକୁ ରାସ୍ତା ଛାଡ଼ିବାକୁ ମନା କଲା ପାକିସ୍ତାନ

ଶ୍ରୀନଗର: ଭାରତ ବିରୋଧରେ ପାକିସ୍ତାନ ରଖିଥିବା ଆକ୍ରୋଶକୁ ପୁଣିଥରେ ଜାହିର କରିଛି। ଭାରତର ଶ୍ରୀନଗରରୁ ସିଧାସଳଖ ସାରଜାକୁ ଉଡ଼ାଣ କରୁଥିବା ବିମାନକୁ ନିଜର ଆକାଶ ପଥ ବ୍ୟବହାର କରିବାକୁ ଅନୁମତି ଦେଇନି ପାକିସ୍ତାନ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ଜମ୍ମୁ-କଶ୍ମୀର ଗସ୍ତ କରିଥିଲେ। ଏହି ସମୟରେ ଗୋ ଫାଷ୍ଟ ପକ୍ଷରୁ ଶ୍ରୀଗନରରୁ ସିଧାସଳଖ ସାରଜା ଅଭିମୁଖେ ଆରମ୍ଭ ହେବାକୁ ଥିବା ବିମାନ ସେବାକୁ ଉଦଘାଟନ କରିଥିଲେ। ହେଲେ ଏବେ ଏହି ବିମାନକୁ ନିଜର ଆକାଶ ପଥର […]

Flight

Hemant Lenka
  • Published: Wednesday, 03 November 2021
  • , Updated: 03 November 2021, 04:29 PM IST

ଶ୍ରୀନଗର: ଭାରତ ବିରୋଧରେ ପାକିସ୍ତାନ ରଖିଥିବା ଆକ୍ରୋଶକୁ ପୁଣିଥରେ ଜାହିର କରିଛି। ଭାରତର ଶ୍ରୀନଗରରୁ ସିଧାସଳଖ ସାରଜାକୁ ଉଡ଼ାଣ କରୁଥିବା ବିମାନକୁ ନିଜର ଆକାଶ ପଥ ବ୍ୟବହାର କରିବାକୁ ଅନୁମତି ଦେଇନି ପାକିସ୍ତାନ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିକଟରେ ଜମ୍ମୁ-କଶ୍ମୀର ଗସ୍ତ କରିଥିଲେ। ଏହି ସମୟରେ ଗୋ ଫାଷ୍ଟ ପକ୍ଷରୁ ଶ୍ରୀଗନରରୁ ସିଧାସଳଖ ସାରଜା ଅଭିମୁଖେ ଆରମ୍ଭ ହେବାକୁ ଥିବା ବିମାନ ସେବାକୁ ଉଦଘାଟନ କରିଥିଲେ।

ହେଲେ ଏବେ ଏହି ବିମାନକୁ ନିଜର ଆକାଶ ପଥର ବ୍ୟବହାର କରିବାକୁ ପାକିସ୍ତାନ ବାରଣ କରିଛି। ଏସମ୍ପର୍କରେ ପାକିସ୍ତାନ ଭାରତର ବେସାମାରିକ ବିମାନ ଚଳାଚଳ, ବୈଦେଶିକ ବ୍ୟାପାର ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଇଛି।

୨୦୦୯ରେ ମଧ୍ୟ ସମାନ ନୀତି ପ୍ରଦର୍ଶନ କରିଥିଲା। ୨୦୦୯ରେ ଶ୍ରୀନଗରରୁ ଦୁବାଇକୁ ବିମାନ ସେବା ଆରମ୍ଭ ହୋଇଥିଲା। କିନ୍ତୁ ପାକିସ୍ତାନ ନିଜର ଆକାଶ ପଥ ବ୍ୟବହାର କରିବାକୁ ଉକ୍ତ ବିମାନକୁ ଅନୁମତି ଦେଇ ନଥିଲା। ଶେଷରେ ଶ୍ରୀନଗରରୁ ଦୁବାଇ ଯିବାକୁ ଲୋକଙ୍କ ଚାହିଦା ହ୍ରାସ ପାଇଥିଲା। ପାକିସ୍ତାନ ନିଜ ଆକାଶ ପଥର ବ୍ୟବହାର କରିବାକୁ ଅନୁମତି ଦେଉ ନଥିବାରୁ ଶ୍ରୀନଗରରୁ ବିମାନ ଅଲଗା ରାସ୍ତା ଦେଇ ୟୁଏଇ ଯିବ। ଏଥିପାଇଁ ପ୍ରାୟ ଅଧିକ ୧ ଘଣ୍ଟା ସମୟ ଲାଗିବ। ଫଳରେ ଟିକେଟ ଭଡ଼ା ମଧ୍ୟ ବୃଦ୍ଧି ପାଇବ।

ଅକ୍ଟବୋର ୨୩ରେ ଶ୍ରୀନଗର-ସାରଜାକୁ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ୩୦ ତାରିଖ ଯାଏ ପାକିସ୍ତାନ ଆକାଶ ପଥ ଦେଇ ଗୋ ପାଷ୍ଟ ଏହି ସେବା ଯୋଗାଇ ଦେଉଥିଲା। କିନ୍ତୁ ନଭେମ୍ବର ୨ରେ ଶ୍ରୀନଗରରୁ ବାହାରିଥିବା ବିମାନ ରାଜସ୍ଥାନ ଓ ଗୁଜରାଟ ଦେଇ ଆରବ ସାଗର ଉପରେ ପଶ୍ଚିମକୁ ଯାଇଥିଲା। ଏହାର ଅର୍ଥ ପାକିସ୍ତାନ ଉକ୍ତ ବିମାନକୁ ନିଜର ଆକାଶ ପଥ ବ୍ୟବହାର କରିବାକୁ ଅନୁମତି ନ ଦେବାରୁ ଅନ୍ୟ ରାସ୍ତାରେ ଏହା ଅତିକ୍ରମ କରିଛି।

ଏହି ଘଟଣାକୁ ନେଇ ଭାରତ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ସେ କହିଛନ୍ତି, ବିନା କୌଣସି କାଗଜପତ୍ରର କାମ କରି ଭାରତ ସରକାର ଅମିତ ଶାହଙ୍କ ଦ୍ୱାରା ବିମାନ ସେବା ଆରମ୍ଭ କରିଥିଲେ। ଏବେ ପାକିସ୍ତାନ ତା’ର ଆକାଶ ପଥ ବ୍ୟବହାର କରିବାକୁ ଦେଉନାହିଁ। କ’ଣ ବିନା ଅନୁମତିରେ ଭାରତ ସରକାର ଶ୍ରୀନଗରରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିଥିଲେ? କେବଳ ପିଆର ଷ୍ଟଣ୍ଟ ପାଇଁ ବିମାନ ସେବାକୁ ଅକ୍ଟୋବର ୨୩ରେ ଆରମ୍ଭ କରାଯାଇଥିଲା। ଏହା ନିନ୍ଦନୀୟ ବୋଲି ସେ କହିଛନ୍ତି।


ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ମଧ୍ୟ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ କହିଛନ୍ତି, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସହ ପାକିସ୍ତାନ ୨୦୦୯-୨୦୧୦ ଯାହା କରିଥିଲା, ଏବେ ସମାନ କାଣ୍ଡ ଭିଆଇଛି। ମୁଁ ଭାବୁଥିଲି ଭାରତ ସରକାର ପାକିସ୍ତାନ ଠାରୁ ଅନୁମତି ନେଇ ବିମାନ ସେବା ଆରମ୍ଭ କରିଛନ୍ତି। ପାକିସ୍ତାନ ସହ ମଧ୍ୟ ନୂଆ ସମ୍ପର୍କ ପ୍ରତିଷ୍ଠା ଆରମ୍ଭ କରାଯାଇଥିବା ମୁଁ ଆଶା କରିଥିଲି। କିନ୍ତୁ ପରିତାପର ବିଷୟ ଯେ ଏପରି କିଛି ଘଟିନି।”

Related story