ସୀମା ବିବାଦ: ପାକିସ୍ତାନ ସେନା ମୁଖ୍ୟଙ୍କ ମୁହଁରେ ଶାନ୍ତିର ଭାଷା

ଇସଲାମାବାଦ: ସୀମା ବିବାଦ ପ୍ରସଙ୍ଗରେ ସର୍ବଦା ଭାରତକୁ ନାଲି ଆଖି ଦେଖାଉଥିବା ପାକିସ୍ତାନ ଏବେ ଶାନ୍ତିର କଥା କହିଛି। ଖୋଦ୍‌ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମାର ଜାଭେଦ ବାଜୱା ଭାରତ ସହ ଲାଗି ରହିଥିବା ସୀମା ବିବାଦ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହେବା ଦରକାର ବୋଲି କହିଛନ୍ତି। ଏଥିସହ ପାକିସ୍ତାନ ଗୋଟିଏ ଶାନ୍ତିପ୍ରିୟ ରାଷ୍ଟ। ଆଞ୍ଚଳିକ ଓ ବିଶ୍ୱ ଶାନ୍ତି ପାଇଁ ପାକିସ୍ତାନ ଅନେକ ବଳିଦାନ ଦେଇଛି ବୋଲି ସେ ମତ ଦେଇଛନ୍ତି। ପିଏଏଫ ଏକାଡେମୀର […]

b

Hemant Lenka
  • Published: Wednesday, 03 February 2021
  • , Updated: 03 February 2021, 03:43 PM IST

ଇସଲାମାବାଦ: ସୀମା ବିବାଦ ପ୍ରସଙ୍ଗରେ ସର୍ବଦା ଭାରତକୁ ନାଲି ଆଖି ଦେଖାଉଥିବା ପାକିସ୍ତାନ ଏବେ ଶାନ୍ତିର କଥା କହିଛି। ଖୋଦ୍‌ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମାର ଜାଭେଦ ବାଜୱା ଭାରତ ସହ ଲାଗି ରହିଥିବା ସୀମା ବିବାଦ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହେବା ଦରକାର ବୋଲି କହିଛନ୍ତି। ଏଥିସହ ପାକିସ୍ତାନ ଗୋଟିଏ ଶାନ୍ତିପ୍ରିୟ ରାଷ୍ଟ। ଆଞ୍ଚଳିକ ଓ ବିଶ୍ୱ ଶାନ୍ତି ପାଇଁ ପାକିସ୍ତାନ ଅନେକ ବଳିଦାନ ଦେଇଛି ବୋଲି ସେ ମତ ଦେଇଛନ୍ତି।

ପିଏଏଫ ଏକାଡେମୀର ଗ୍ରାଜ୍ୟୁଏଟ କ୍ୟାଡରଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ସେ କହିଛନ୍ତି, ପାକିସ୍ତାନ ସର୍ବଦା ଅନ୍ୟକୁ ସମ୍ମାନ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥାଏ। ସବୁ ଦିଗରେ ଶାନ୍ତିର ହାତ ବଢ଼ାଇବାର ସମୟ ଆସି ଯାଇଛି। ଭାରତ ଓ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଭାବେ ବିବାଦର ସମାଧାନ କରିବା ଦରକାର।

ଏହି ସମୟରେ ଜମ୍ମୁ-କଶ୍ମୀରରେ ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ତେବେ ପାକିସ୍ତାନର ଶାନ୍ତିର ଇଚ୍ଛା ଶକ୍ତିକୁ ଯଦିବ କେହି ଦୁର୍ବଳତା ଭାବେ, ତା’ହେଲେ ଏହାକୁ ଆମେ କେବେ ହେଲେ ଗ୍ରହଣ କରିବୁ ନାହିଁ । ପାକିସ୍ତାନ ସେନା ସବୁବେଳେ ସବୁ ପ୍ରକାରର ବିପଦକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ବୋଲି ଜେନେରାଲ ବାଜୱା କହିଛନ୍ତି।

Related story