ପତ୍ନୀଙ୍କ ଅନୁରୋଧ ପରେ ଗହଣା ବିକି ଅକ୍ସିଜେନ୍ ବାଣ୍ଟିଲେ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ପୂରା ଭାରତକୁ କବଜା କରିନେଇଛି । କରୋନାର ଏହି ଦ୍ୱିିତୀୟ ଲହର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ବିଶେଷ ବର୍ତ୍ତମାନ ସମୟରେ ଦେଶର ଅଧିକାଂଶ ସ୍ଥାନରେ ଅକ୍ସିଜେନର ଅଭାବ ଦେଖା ଦେଇଛି । ଏଭଳି ଏକ ସଙ୍କଟ ସମୟରେ କିଛି ଲୋକେ ମାନବିକତାର ବଡ଼ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି । ଆଜି ଆମେ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ନିଜ ପତ୍ନୀଙ୍କ ଅନୁରୋଧ […]

oxygen

oxygen

Ranjit Kumar Jena
  • Published: Saturday, 01 May 2021
  • Updated: 01 May 2021, 03:52 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ପୂରା ଭାରତକୁ କବଜା କରିନେଇଛି । କରୋନାର ଏହି ଦ୍ୱିିତୀୟ ଲହର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ବିଶେଷ ବର୍ତ୍ତମାନ ସମୟରେ ଦେଶର ଅଧିକାଂଶ ସ୍ଥାନରେ ଅକ୍ସିଜେନର ଅଭାବ ଦେଖା ଦେଇଛି । ଏଭଳି ଏକ ସଙ୍କଟ ସମୟରେ କିଛି ଲୋକେ ମାନବିକତାର ବଡ଼ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ।

ଆଜି ଆମେ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ନିଜ ପତ୍ନୀଙ୍କ ଅନୁରୋଧ ପରେ ଲୋକଙ୍କୁ ମାଗଣାରେ ଅକ୍ସିଜେନ୍‌ ଦାନ କରୁଛନ୍ତି । ସେ ହେଉଛନ୍ତି ପାସ୍କଲ ସଲଧାନା, ଯିଏ ଏକ ମଣ୍ଡପ ଡେକୋରେଟର କାମ କରନ୍ତି ।

ଗତ କିଛି ଦିନ ହେବ ଦେଖିବାକୁ ମିଳିଛି ଯେ ଅକ୍ସିଜେନ୍ ପାଇଁ ଅଧିକାଂଶ ସ୍ଥାନରେ ଲୋକେ ଲମ୍ବା ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି । ଆଉ କିଛି ଲୋକଙ୍କର ବିନା ଅକ୍ସିଜେନରେ ମୃତ୍ୟୁ ମଧ୍ୟ ହେଉଛି। ଏଭଳି ସ୍ଥିତିରେ ପାସ୍କଲ ଲୋକଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି।

https://twitter.com/ANI/status/1388032350101983233?s=20

ପାସ୍କଲ ସଲଧାନା ଗତ ଏପ୍ରିଲ୍ ୧୮ ତାରିଖରୁ ଲୋକଙ୍କ ସହାୟତା କରିଆସୁଛନ୍ତି । ସେ ଲଗାତର ଲୋକଙ୍କୁ ମାଗଣାରେ ଅକ୍ସିଜେନ୍ ସପ୍ଲାଏ କରୁଛନ୍ତି। ଏଏନଆଇ ସହ ସାକ୍ଷାତକାରରେ ସେ କହିଛନ୍ତି, ‘ମୋ ପତ୍ନୀଙ୍କ ଅନୁରୋଧ ପରେ ମୁଁ ତାଙ୍କର ଗହଣା ବିକି ଦେଲି । ଯେଉଁଥିରୁ ମୋତେ ୮୦ହଜାର ଟଙ୍କା ମିଳିଲା । ଏହା ପରେ ମୁଁ ଲୋକଙ୍କୁ ମାଗଣାରେ ଅକ୍ସିଜେନ୍ ଦେବା ଆରମ୍ଭ କଲି ।’ ଏପରିକି ବେଳେ ବେଳେ ଲୋକେ ତାଙ୍କୁ ଅନ୍ୟର ସହାୟତା ପାଇଁ ମଧ୍ୟ ଟଙ୍କା ମଧ୍ୟ ଦେଉଥିବା ପାସ୍କଲ କହିଛନ୍ତି ।

ପାସ୍କଲ କହିଛନ୍ତି, ‘ମୋ ପତ୍ନୀ ଡାଇଲିସିସ୍ ଓ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି । ଏଥିପାଇଁ ଆମ ପାଖରେ ଗୋଟିଏ ସ୍ପେୟାରର ସିଲିଣ୍ଡର ରହିଛି । ଦିନେ ଏକ ସ୍କୁଲର ପ୍ରିନ୍ସିପାଲ୍ ମୋତେ ତାଙ୍କ ପତ୍ନୀଙ୍କ ପାଇଁ ଅକ୍ସିଜେନ ମାଗିଲେ । ମୋ ପତ୍ନୀଙ୍କ କହିବା ପରେ ମୁଁ ତାଙ୍କୁ ଅକ୍ସିଜେନ ଦେଇଥିଲି ।’ ସୂଚନାଯୋଗ୍ୟ, ପାସ୍କଲଙ୍କ ପତ୍ନୀଙ୍କର ଦୁଇଟି ଯାକ କିଡନୀ ଫେଲ୍ ହେବା ପରେ ଗତ ୫ ବର୍ଷ ହେଲା ସେ ଡାଇଲିସିସରେ ଅଛନ୍ତି ।

ପାସ୍କଲଙ୍କ ଏହି ମହାନ ପାଇଁ ତାଙ୍କୁ ଲୋକେ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି । ପାସ୍କଲଙ୍କ ଭଳି ଲୋକେ ପ୍ରମାଣିତ କରିଛନ୍ତି ଯେ ବେଳେ ବେଳେ ନିଜ ଦୁଃଖଠାରୁ ଅନ୍ୟମାନଙ୍କ ଦୁଃଖକୁ ମଧ୍ୟ ବୁଝିବା ଦରକାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos