ନୂଆଦିଲ୍ଲୀ: ବିମାନ ବନ୍ଦରରେ ଖୋଲାରେ ପରିସ୍ରା କରିବା ଜଣେ ଯାତ୍ରୀଙ୍କୁ ମହଙ୍ଗା ପଡିଛି। ଅଭିଯୋଗ ପରେ ପୁଲିସ ତାଙ୍କୁ ଉଠାଇ ନେଇଛି। ଦିିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଘଟିଛି ଏଭଳି କିଛି ଘଟଣା।
ଜାନୁଆରୀ ୮ ତାରିଖରେ ଏହି ଘଟଣା ଘଟିଥିଲା। ପ୍ରାୟ ସନ୍ଧ୍ୟା ୫.୩୦ ମିନିଟ୍ରେ ଡିପାର୍ଚର ଗେଟ୍ ନମ୍ବର-୬ ନିକଟରେ ଜଣେ ଯାତ୍ରୀ ପରିସ୍ରା କରୁଥିବା ଖବର ପୁଲିସକୁ ମିଳିଥିଲା। ପରିସ୍ରା କରିଥିବା ବ୍ୟକ୍ତି ନିଶାଶକ୍ତ ଥିବା ଅଭିଯୋଗ ହୋଇଥିଲା। ଏହାପରେ ତୁରନ୍ତ ପୁଲିସ ଓ ସିଆର୍ପିଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯାତ୍ରୀଙ୍କୁ ଗିରଫ କରିଥିଲେ। ଯାତ୍ରୀଙ୍କ ବିରୋଧରେ ପୁଲିସ ଆଇପିସି ଧାରା ୨୯୪ ଓ ୫୧୦ ଜରିଆରେ ଏଫ୍ଆଇଆର୍ ରୁଜୁ କରିଛି।
ଅଭିଯୁକ୍ତ ଜଣକ ଅଲି ଖାନ୍ ଜୋହର ବୋଲି ଜଣାପଡିଛି। ତାଙ୍କ ବୟସ ୩୯ ବର୍ଷ। ସେ ବିହାରର ବାସିନ୍ଦା। ସେ ଦିଲ୍ଲୀରୁ ସାଉଦି ଆରବର ଦମ୍ମାମ ପାଇଁ ଯିବାକୁ ଆସିଥିଲେ। ପୁଲିସ କହିବା ମୁତାବକ, ଅନ୍ୟ ଯାତ୍ରୀମାନେ ଯେତେବେଳେ ଅଲ୍ଲିଙ୍କୁ ଖୋଲାରେ ପରିସ୍ରା କରିବା ଦେଖିଥିଲେ ସେତେବେଳେ ତାଙ୍କୁ ସେ ମନା କରିଥିଲେ। କିନ୍ତୁ ଅଲି ଶୁଣିନଥିଲେ ଓଲଟା ଝଗଡା ଲାଗିବାକୁ ଲାଗିଥିଲେ। ପୁଲିସ ଅଲିଙ୍କୁ ଗିରଫ କରି ତାଙ୍କ ମେଡିକାଲ ଚିକିତ୍ସା କରାଇ ଗିରଫ କରିଛି। କିନ୍ତୁ ପରେ ତାଙ୍କୁ ଜାମିନ ମିଳିଯାଇଥିବା ଜଣାପଡିଛି।
ସୂଚନା ମୁତାବକ, କିଛି ସମୟ ପୂର୍ବେ ଏଭଳି ହିଁ ଏକ ମାମଲା ସାମ୍ନାକୁ ଆସିଥିଲା। ନ୍ୟୁୟର୍କ-ନୂଆଦିଲ୍ଲୀର ଏୟାର ଇଣ୍ଡିଆ ବିମାନର ବିଜନେସ୍ କ୍ଲାସରେ ବସିଥିବା ଜଣେ ଯାତ୍ରୀ ନିଶାଶକ୍ତ ଅବସି୍ଥାରେ ଜଣେ ୭୦ ବର୍ଷର୍ୀୟା ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ଅଭିଯୋଗ ହେବା ପରେ ପୁଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା।