ଗଣତନ୍ତ୍ରକୁ ବଞ୍ଚାଇବାକୁ ପ୍ରଧାନ ବିଚାରପତିଙ୍କ ନିକଟରେ ନେହୁରା ହେଲେ ମମତା

କୋଲକାତା: ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକୁ ବିକଳାଙ୍ଗ କରି ଦିଆଯାଉ ଥିବା ଅଭିଯୋଗ ଆଣି ଏହାର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦି ଗଣତାନ୍ତ୍ରିକ ସଂସ୍ଥା ଗୁଡ଼ିକ ପ୍ରତି ବାରମ୍ବାର ଆକ୍ରମଣ କରାଯାଏ ତେବେ ଏହା ଦେଶ ପ୍ରତି ବିପଦ। ଏମିତି ଧାରା ଅବ୍ୟାହତ ରହିଲେ ଆଗକୁ ଦେଶରେ ରାଷ୍ଟ୍ରପତି ଶାସନକୁ ବାଟ କଢ଼ାଇବ ବୋଲି ସେ କହିଛନ୍ତି। ଏଥିପାଇଁ ଗଣତନ୍ତ୍ରର ସୁରକ୍ଷା ଲାଗି ମମତା ଦେଶର ପ୍ରଧାନ ବିଚାରପତି ଜଷ୍ଟିସ […]

Mamata

  • Published: Sunday, 30 October 2022
  • , Updated: 30 October 2022, 04:42 PM IST

କୋଲକାତା: ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକୁ ବିକଳାଙ୍ଗ କରି ଦିଆଯାଉ ଥିବା ଅଭିଯୋଗ ଆଣି ଏହାର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦି ଗଣତାନ୍ତ୍ରିକ ସଂସ୍ଥା ଗୁଡ଼ିକ ପ୍ରତି ବାରମ୍ବାର ଆକ୍ରମଣ କରାଯାଏ ତେବେ ଏହା ଦେଶ ପ୍ରତି ବିପଦ। ଏମିତି ଧାରା ଅବ୍ୟାହତ ରହିଲେ ଆଗକୁ ଦେଶରେ ରାଷ୍ଟ୍ରପତି ଶାସନକୁ ବାଟ କଢ଼ାଇବ ବୋଲି ସେ କହିଛନ୍ତି। ଏଥିପାଇଁ ଗଣତନ୍ତ୍ରର ସୁରକ୍ଷା ଲାଗି ମମତା ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କୁ ନିବେଦନ କରିଛନ୍ତି।  କୋଲକାତାର ନ୍ୟାସନାଲ ୟୁନିଭରସିଟି ଅଫ୍ ଜୁଡିକାଲ୍ ସାଇନ୍ସ (ଏନୟୁଜେଏସ)ର ସମାରୋହରେ ଯୋଗଦେଇ ମମତା ସିଜେଆଇ ଜଷ୍ଟିସ୍ ୟୁୟୁ ଲଲିତଙ୍କ ଉପସ୍ଥିତିରେ ଏହା କହିଥିଲେ। ଜଷ୍ଟିସ୍ ୟୁୟୁ ଲଲିତ ହେଉଛନ୍ତି ଉକ୍ତ ବିଶ୍ୱବିଦ୍ୟାଳୟର କୁଳପତି। ଲୋକଙ୍କୁ ଯାବତୀୟ ନିର୍ଯାତନା ଓ ଶୋଷଣରୁ ରକ୍ଷା ପାଇଁ ମମତା ନ୍ୟାୟପାଳିକାକୁ ନିବେଦନ କରିଥିଲେ। ମମତା କହିଥିଲେ ଯେ, ଗଣତନ୍ତ୍ରର ସମସ୍ତ କ୍ଷମତା ସମାଜର କିଛି ନିଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା କରାୟତ ହେଉଛି।  ଗଣତନ୍ତ୍ର କେଉଁଠି ଅଛି? ଦୟାକରି ଗଣତନ୍ତ୍ରକୁ ବଞ୍ଚାନ୍ତୁ ବୋଲି ମମତା କହିଛନ୍ତି।  ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ମମତା ଯୋଗ ଦେଇଥିଲେ।

ଗଣମାଧ୍ୟମର ପକ୍ଷପାତିତାକୁ ନେଇ ମମତା କହିଛନ୍ତି ଯେ,  ସେମାନେ କାହାକୁ ବି ଅପମାନିତ କରିପାରିବେ? ସେମାନେ କାହାକୁ ବି ଦୋଷ ଦେଇ ପାରିବେ? ସାର୍, ଆମର ସମ୍ମାନ ଆମର ଇଜ୍ଜତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାୟ ଘୋଷଣା ପୂର୍ବରୁ ମଧ୍ୟ ଅନେକ କିଛି ଘଟି ଯାଉଛି। ଏହା କହି ମୁଁ ନିଜଜୁ  ଦୁଃଖିତ ଅନୁଭବ କରୁଛି। ଯଦି  ମୋତେ କେହି  ଭୁଲ୍ ବୋଲି ଭାବୁଛ, ମୁଁ କ୍ଷମା ମାଗୁଛି।

ଏନୟୁଜେଏସ ଦୁନିଆର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାବେ ମମତା ପ୍ରଶଂସା କରିଥିଲେ।  ଏହି ଅବସରରେ ମମତା ଜଷ୍ଟିସ୍ ୟୁୟୁ ଲଲିତଙ୍କୁ ଅଭିନନ୍ଦନ ଜଣାଇଥିଲେ। ମାତ୍ର ଦୁଇ ମାସ ମଧ୍ୟରେ ସେ ନ୍ୟାୟପାଳିକାର ପ୍ରକୃତ ଅର୍ଥକୁ ପ୍ରତିପାଦିତ କରିପାରିଥିବା ମମତା କହିଛନ୍ତି।  ସେ ଆହୁରି କହିଛନ୍ତି, ମୁଁ କହୁ ନାହିଁ ଯେ ନ୍ୟାୟପାଳିକା ଉପରେ ଲୋକେ  ବିଶ୍ୱାସ ହରାଇଛନ୍ତି, କିନ୍ତୁ ଆଜିକାଲି ପରିସ୍ଥିତି ଖରାପ ହେବାରେ ଲାଗିଛି। ନ୍ୟାୟପାଳିକା ନିଶ୍ଚିତ ଭାବରେ ଲୋକଙ୍କୁ ଅନ୍ୟାୟରୁ ରକ୍ଷା କରିବ ଏବଂ ସେମାନଙ୍କ କାନ୍ଦ ଶୁଣିବ। ବର୍ତ୍ତମାନ ଲୋକେ ବନ୍ଦ ଘରେ କାନ୍ଦୁଛନ୍ତି ବୋଲି ମମତା କହିଛନ୍ତି।

Related story