ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ କଟ୍ଟରପନ୍ଥୀ ନେତା ଏବଂ ଆଫଗାନିସ୍ତାନର ତାଲିବାନ ସରକାରରେ ଉପପ୍ରଧାନମନ୍ତ୍ରୀ ଅବଦୁଲ ଘନି ବରାଦର ଜଣେ ନରମପନ୍ଥୀ ତଥା ଉଦାରବାଦୀ ନେତା। ଅନ୍ତର୍ଜାତୀୟ ମାଗାଜିନ ଟାଇମ୍ ଏପରି କହିଛି । ଯାହାକୁ ନେଇ ମାଗାଜିନର ଦୃଷ୍ଟିଭଙ୍ଗୀ ଉପରେ ପ୍ରଶ୍ନ ଉଠିଛି। ବିଶ୍ୱର ୧୦୦ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଦେଶର ମୋଦି ଓ ମମତା ରହିଛନ୍ତି ବୋଲି ଏହି ମାଗାଜିନ ବା ପତ୍ରିକା କହିଛି।
ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠିକାର ଲୋକେ ତାଲିବାନ ଭୟରେ କିପରି ରହୁଛନ୍ତି ଏବଂ ଦେଶ ଛାଡୁଛନ୍ତି ସାରା ବିଶ୍ୱ ଦେଖିସାରିଛି। ଅନ୍ୟପଟେ ଶରିଆ ଆଇନ ଅନୁସାରେ ଆଫଗାନିସ୍ତାନ ଶାସିତ ହେବ ବୋଲି ତାଲିବାନ ଘୋଷଣା କରିସାରିଛି। ଅନେକ ସ୍ଥାନରେ ମହିଳାଙ୍କୁ ଚାକିରି ଓ ମ୍ୟୁଜିକ ଶୁଣିବାକୁ ବାରଣ କରାଯାଇସାରିଛି। ସେହିପରି ଅନେକ ସ୍ଥାନରେ ତାଲିବାନ ବିରୋଧୀଙ୍କୁ ଦମନ କରିବାକୁ ଯାଇ ନରସଂହାରର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏପରି ସ୍ଥିତିରେ କିନ୍ତୁ ଆଫଗାନର ଅଳ୍ପ ସଂଖ୍ୟକଙ୍କୁ ଭାରତ ସରକାର ଶରଣାର୍ଥୀ ଭାବରେ ସ୍ଥାନ ଦେବାକୁ ନିଷ୍ପତ୍ତି ନେଇଛି।
ତେବେ ଏହାରି ଭିତରେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟ୍ଟରପନ୍ଥୀ ବୋଲି କହିବା ଏକ ଅନ୍ତର୍ଜାତୀୟ ଏଜେଣ୍ଡା କି ବୋଲି ପ୍ରଶ୍ନ ଉଠିଛି। ଏପରି ପ୍ରଶ୍ନ ଉଠିବାର ଆଉ ଏକ ଦିଗ ହେଲା ୨୦୧୯ରେ ମୋଦିଙ୍କୁ ଏହି ଅନ୍ତର୍ଜାତୀୟ ପତ୍ରିକା 'ଭାରତର ଡିଭାଇଡର୍ ଇନ୍ ଚିଫ୍' ବୋଲି କହି ପତ୍ରିକାର କଭର ପେଜ କରିଥିଲା।
ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ପାଇଁ ମୋଦି ସରକାର ଅନ୍ତର୍ଜାତୀୟ ମଞ୍ଚରେ ସବୁବେଳେ ଜୋର ଦେଉଛନ୍ତି। ଏହା ବାଦ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱର ସବୁଠୁ ସମ୍ମାନିତ ନେତା ମଧ୍ୟରେ ରହିଛନ୍ତି। ଆତଙ୍କବାଦର ଚେର ଉପାଡିବାକୁ ଯାଇ ସାରା ବିଶ୍ୱକୁ ଏକାଠି କରିବାରେ ମୋଦିଙ୍କର ପ୍ରୟାସ ରହିଛି। ଏଥିପାଇଁ ସେ ଲଗାତର ଦ୍ୱିତୀୟ ଥର ପାଇଁ ଭାରତର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ସମ୍ମାନୀତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲମାନମାନଙ୍କର ଅଧିକାରକୁ କ୍ଷୂର୍ଣ୍ଣ କରୁଛନ୍ତି ବୋଲି ଏହି ଟାଇମ୍ ମାଗାଜିନ କହିଛି । ସେ ଦେଶକୁ ଧର୍ମନିରପେକ୍ଷତା ବଦଳରେ ହିନ୍ଦୁତ୍ୱ ଆଡକୁ ଠେଲି ଦେଉଛନ୍ତି ବୋଲି ଟାଇମ୍ ମାଗାଜିନ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ସାମ୍ବାଦିକମାନଙ୍କୁ ସେ ଜେଲ ପଠାଇ ଭୟଭୀତ କରୁଥିବା ଅଭିଯୋଗ କରିଛି। ଏଥି ସହିତ ମୁଲ୍ଲା ଅବଦୁଲ ଘନି ବାରାଦରକୁ ଜଣେ 'ଶାନ୍ତ ଏବଂ ଗୁପ୍ତ' ନେତା ଭାବରେ ଏହି ପତ୍ରିକା ଉଲ୍ଲେଖ କରିଛି। ତାଲିବାନ ମଧ୍ୟରେ ବରଦାର ଜଣେ ମଧ୍ୟମ ନେତା ବୋଲି ମାଗାଜିନ କହିଛି।
ତାଲିବାନ ସରକାରରେ ବରାଦାର ଉପ ପ୍ରଧାନମନ୍ତ୍ରୀ ରହିଛି କିନ୍ତୁ ବିଶ୍ୱର ଜଣେ ନୃଶଂସ ଆତଙ୍କବାଦୀ ଭାବରେ ବରାଦର ମାନ୍ୟତା ପାଇଛି । ପାକିସ୍ତାନ ଜେଲରେ ୮ ବର୍ଷ କାରାଗାରରେ ରହି ସଜା ମଧ୍ୟ କାଟି ବରାଦର।