ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ବେଙ୍ଗଲୁରୁ କେମ୍ପାଗୌଡ଼ା ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲ୍-୨ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଏୟାରପୋର୍ଟକୁ ଭବ୍ୟ ରୂପେ ସୁସଜ୍ଜିତ କରାଯାଇଛି। ଏହି ଟର୍ମିନାଲ କାର୍ଯ୍ୟକ୍ଷମ ହେଲେ ବାର୍ଷିକ ଯାତ୍ରୀଙ୍କ ଯାତାୟତ ସଂଖ୍ୟା ଅଢେଇ କୋଟିରୁ ୬କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏଥିସହିତ ବେଙ୍ଗାଲୁରୁ ବିମାନବନ୍ଦରରେ କେମ୍ପାଗୌଡ଼ାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ।
ନାଦପ୍ରଭୁ କେମ୍ପାଗୌଡ଼ାଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ମୂର୍ତ୍ତିର ଅନାବରଣ ହେବ । ୨୦୧୯ରେ ବିଜେପି କର୍ଣ୍ଣାଟକରେ ସରକାର ଗଠନ କରିବା ପରେ ବେଙ୍ଗଳୁରୁ ସହରର ପ୍ରତିଷ୍ଠାତା କେମ୍ପାଗୌଡ଼ାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବ ବୋଲି ଯୋଜନା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା । କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ଏବେ ତାହା ପ୍ରଧାନମନ୍ତ୍ରୀ ଅନାବରଣ କରିବେ।