ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ମୋଦିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ପରେ ତାଙ୍କୁ ବୁଧବାର ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ୯୯ ବର୍ଷୀୟ ହୀରାବେନଙ୍କ ଅବସ୍ଥାରେ ସୁଧାର ଆସୁଥିବା ଡାକ୍ତର କହିଛନ୍ତି। ସେ ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ଦିନେକି ଦୁଇ ଦିନ ମଧ୍ୟରେ ସେ ହସପିଟାଲରୁ ଡିସଚାର୍ଜ ହୋଇପାରନ୍ତି। ଏ ସମ୍ପର୍କରେ ଆଜି ଗୁରାଟ ସରକାର ସୂଚନା ଦେଇଛନ୍ତି। ସରକାର କହିଛନ୍ତି ଯେ, ହୀରାବେନଙ୍କ ଅବସ୍ଥା ଭଲ ଅଛି। ତାଙ୍କ ସ୍ଥାସ୍ଥବ୍ୟସ୍ଥାରେ ଦ୍ରୁତଗିତିରେ ଉନ୍ନତି ଘଟୁଛି। ସେ ଆସନ୍ତା ୨ ଦିନ ମଧ୍ୟରେ ହସପିଟାଲରୁ ଡିସଚାର୍ଜ ହୋଇପାରନ୍ତି। ଗତକରାଲି ରାତିରେ ଙ୍କର ଓରାଲ ଡାଏଟ ଆରମ୍ଭ ହୋଇଇଛି।
ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଛି। ଗତକାଲି ଅପରାହ୍ନ ୪ଟାରେ ବେଳେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ପହଞ୍ଚି କଡା ସୁରକ୍ଷା ମଧ୍ୟରେ ଡାକ୍ତରଖାନାରେ ତାଙ୍କ ମା’ଙ୍କୁ ଭେଟିଛନ୍ତି। ପ୍ରାୟ ୫ଟା ୩୦ରେ ମାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ସେ ହସପିଟାଲ ଛାଡ଼ିଥିଲେ। ହୀରାବେନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ‘ୟୁ ଏନ୍ ମେହେଟ୍ଟା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଭର୍ତ୍ତି କରାଯାଇଥିଲା।
ଡାକ୍ତରଖାନାରେ ଭର୍ତ୍ତି ହେବାର କିଛି ସମୟ ପରେ ଡାକ୍ତରଖାନା ପକ୍ଷରୁ ଏକ ସ୍ୱାସ୍ଥ୍ୟ ବୁଲେଟିନ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ହୀରାବେନ ମୋଦି (୧୦୦)ଙ୍କ ଅବସ୍ଥା ସ୍ଥିର ରହିଛି। ମୋଦିଙ୍କ ଗସ୍ତ ପୂର୍ବରୁ ଡାକ୍ତରଖାନା ବାହାରେ ସୁରକ୍ଷା କଡାକଡି କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।