କୋର୍ଟ ଭିତରେ ବିସ୍ଫୋରଣ ଘଟଣା: ଡିଆରଡିଓ ବୈଜ୍ଞାନିକ ଗିରଫ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଥିବା ରୋହିନୀ କୋର୍ଟ ଭିତରେ ଘଟିଥିବା ବିସ୍ଫୋରଣ ଘଟଣାରେ ଆଜି ପୁଲିସ୍‌କୁ ସଫଳତା ମିଳିଛି।  ଏହି ବିସ୍ଫୋରଣ ଘଟଣାରେ ପୁଲିସ୍‌ ଶନିବାର ଡିଆରଡିଓର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଛି। ବୈଜ୍ଞାନିକ ଜଣଙ୍କ କୋର୍ଟରେ ଥିବା ଜଣେ ଓକିଲଙ୍କୁ ହତ୍ୟା କରିବା ପାଇଁ ଏପରି ଛୋଟ ଧରଣର ବୋମା ବିସ୍ଫୋରଣ କରିଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଡିସେମ୍ବର ୯ ତାରିଖରେ ଦିଲ୍ଲୀର ରୋହିନୀ କୋର୍ଟରେ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ପୁଲିସ୍‌ […]

Rohini

Hemant Lenka
  • Published: Saturday, 18 December 2021
  • , Updated: 18 December 2021, 01:28 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଥିବା ରୋହିନୀ କୋର୍ଟ ଭିତରେ ଘଟିଥିବା ବିସ୍ଫୋରଣ ଘଟଣାରେ ଆଜି ପୁଲିସ୍‌କୁ ସଫଳତା ମିଳିଛି।  ଏହି ବିସ୍ଫୋରଣ ଘଟଣାରେ ପୁଲିସ୍‌ ଶନିବାର ଡିଆରଡିଓର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଛି।

ବୈଜ୍ଞାନିକ ଜଣଙ୍କ କୋର୍ଟରେ ଥିବା ଜଣେ ଓକିଲଙ୍କୁ ହତ୍ୟା କରିବା ପାଇଁ ଏପରି ଛୋଟ ଧରଣର ବୋମା ବିସ୍ଫୋରଣ କରିଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଡିସେମ୍ବର ୯ ତାରିଖରେ ଦିଲ୍ଲୀର ରୋହିନୀ କୋର୍ଟରେ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ପୁଲିସ୍‌ କର୍ମଚାରୀ ଆହତ ହୋଇଥିଲେ। ବିସ୍ଫୋରଣର ତୀବ୍ରତା ବହୁତ କମ ଥିବାରୁ କୌଣସି ବଡ଼ ଅଘଟଣ ଘଟି ନଥିଲା।

ପୁଲିସ୍‌ କହିଛି ଯେ ଘଟଣାରେ ଗିରଫ ଅଭିଯୁକ୍ତ ଜଣଙ୍କ ଡିଆରଡିଓରେ ବୈଜ୍ଞାନିକ ଭାବେ କାମ କରୁଛନ୍ତି। ବୈଜ୍ଞାନିକ ଓ ଜଣେ ଓକିଲଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହାର ବଦଲା ନେବାକୁ ବୈଜ୍ଞାନିକ ଜଣଙ୍କ ନିଜେ ଗୋଟିଏ ବୋମା ତିଆରି କରିଥିଲେ। ଏହାପରେ ଏହାକୁ ରୋହିନୀ କୋର୍ଟର ୧୦୨ନଂ ରୁମରେ ରଖିଥିଲେ।

ଜେରା ବେଳେ ବୈଜ୍ଞାନିକ ଜଣଙ୍କ ନିଜର ଦୋଷ ସ୍ୱୀକାର କରିଛନ୍ତି। ଏଥିସହ ଓକିଲଙ୍କୁ ମାରିବା ପାଇଁ ଆଇଡି ଖଞ୍ଜି ଥିଲେ ବୋଲି କହିଛନ୍ତି। ବିସ୍ଫୋରଣ ପରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ସିସିଟିଭ ଫୁଟେଜ ଓ ଅନ୍ୟ ଦିଗର ଯାଞ୍ଚ କରିଥିଲା।

ଯାଞ୍ଚ ବେଳେ ମିଳିଥିବା ପ୍ରମାଣକୁ ଆଧାର କରି ପୁଲିସ୍‌ ଡିଆରଡିଓର ବୈଜ୍ଞାନିଙ୍କୁ ଗିରଫ କରିଛି। ତେବେ ବୈଜ୍ଞାନିକଙ୍କ ସହ ଓକିଲଙ୍କର କି ପ୍ରକାରର ବିବାଦ ଲାଗି ରହିଥିଲା, ସେକଥା ପୁଲିସ୍‌ କହିନି। ସେହିପରି ଘଟଣାର ଅଧିକ ତଦନ୍ତ କରାଯାଉଥିବାରୁ ସବିଶେଷ ତଥ୍ୟ ମଧ୍ୟ ଦିଆଯାଇନି।

Related story