ଜୈଶ ଟାର୍ଗେଟରେ ଆରଏସ୍‌ଏସ୍ ମୁଖ୍ୟାଳୟ! ଡ୍ରୋନ ଉଡ଼ାଣ ଉପରେ ଲାଗିଲା ରୋକ

ନାଗପୁର: ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଟାର୍ଗେଟରେ ନାଗପୁରରେ ଥିବା ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସ୍‌ଏସ୍‌)ର ମୁଖ୍ୟାଳୟ। ଆରଏସ୍‌ଏସ୍‌ ମୁଖ୍ୟାଳୟ ସହ ନାଗପୁରର କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଜୈଶର କିଛି ସଦସ୍ୟ ହମଲା କରିବାକୁ ଯୋଜନା କରିଛନ୍ତି। ଏପରି ସୂଚନା ମିଳିବା ପରେ ନାଗପୁର ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ବିଭିନ୍ନ ସ୍ଥାନରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏଥିସହ ଆରଏସଏସ୍‌ ମୁଖ୍ୟାଳୟର ଆଖପାଖ ଅଞ୍ଚଳରେ ସମସ୍ତ ପ୍ରକାରର ଫଟୋଗ୍ରାଫୀ ଓ […]

RSS

Hemant Lenka
  • Published: Friday, 07 January 2022
  • , Updated: 07 January 2022, 08:28 PM IST

ନାଗପୁର: ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଟାର୍ଗେଟରେ ନାଗପୁରରେ ଥିବା ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସ୍‌ଏସ୍‌)ର ମୁଖ୍ୟାଳୟ। ଆରଏସ୍‌ଏସ୍‌ ମୁଖ୍ୟାଳୟ ସହ ନାଗପୁରର କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଜୈଶର କିଛି ସଦସ୍ୟ ହମଲା କରିବାକୁ ଯୋଜନା କରିଛନ୍ତି। ଏପରି ସୂଚନା ମିଳିବା ପରେ ନାଗପୁର ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

ବିଭିନ୍ନ ସ୍ଥାନରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏଥିସହ ଆରଏସଏସ୍‌ ମୁଖ୍ୟାଳୟର ଆଖପାଖ ଅଞ୍ଚଳରେ ସମସ୍ତ ପ୍ରକାରର ଫଟୋଗ୍ରାଫୀ ଓ ଡ୍ରୋନ ଉଡ଼ାଣ ଉପରେ ରୋକ ଲଗା ଯାଇଛି।

ନାଗପୁରର ପୁଲିସ କମିଶନର ଅମିତେଶ କୁମାର କହିଛନ୍ତି, “ଜୈଶ-ଇ-ମହମ୍ମଦ ସହ ସମ୍ପର୍କ ରଖିଥିବା କିଛି ଆତଙ୍କବାଦୀ ନାଗପୁର ଆସିଥିଲେ। ଏମାନେ ଦୁଇରୁ ୩ ମାସ ତଳେ ଏଠାକୁ ଆସି ବିଭିନ୍ନ ସ୍ଥାନର ଯାଞ୍ଚ କରି ତଥ୍ୟ ସଂଗ୍ରହ କରିଛନ୍ତି। ଗତକାଲି ଏହି ସୂଚନା ଆମକୁ ମିଳିଛି। ସେମାନେ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ଟାର୍ଗେଟକୁ ମସୁଧା କରିଛନ୍ତି। ତେଣୁ ଆମେ ସମଗ୍ର ନାଗପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛୁ। ଏଥିସହ ସହରରେ ଥିବା ଆରଏସ୍‌ଏସ୍‌ ମୁଖ୍ୟାଳୟର ନିକଟବର୍ତ୍ତୀ ଅଞ୍ଚଳରେ ଫଟୋଗ୍ରାଫୀ ଓ ଡ୍ରୋନ ଉଡ଼ାଣ ଉପରେ ସଂପୂର୍ଣ୍ଣ ରୋକ ଲଗାଇଛୁ। ସମ୍ଭାବ୍ୟ ହମଲାକୁ ଦୃଷ୍ଟିରେ ରଖି ୟୁଏପିଏ ଅଧୀନରେ ମାମଲା ରୁଜୁ କରାଯାଇଛି। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି।”


ଏହାର ଅର୍ଥ ଆରଏସ୍‌ଏସ୍‌ ମୁଖ୍ୟାଳୟ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ୨ କିମି ପରିଧି ମଧ୍ୟରେ ଯଦି କୌଣସି ଡ୍ରୋନ ଉଡ଼ିବ, ତା’ହେଲେ ସେଗୁଡ଼ିକୁ ଧ୍ୱଂସ କିମ୍ବା ଜବତ କରାଯାଇଛି। ସେହିପରି ଡ୍ରୋନ ଉଡ଼ାଇ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

ଗତବର୍ଷ ଅଗଷ୍ଟରେ ସୁରକ୍ଷା ଦୃଷ୍ଟିରୁ ପୁଲିସ୍‌ ଆରଏସ୍‌ଏସ୍‌ ମୁଖ୍ୟାଳୟ ଓ ଡ. ବାବା ସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରକୁ ନୋ ଡ୍ରୋନ ଜୋନ୍‌ ଭାବେ ଘୋଷଣା କରିବାକୁ ବିଚାର କରୁଥିବା ଖବର ମିଳିଥିଲା।

Related story